କନକ ବ୍ୟୁରୋ: ଆସିଲା ବଡ଼ ଖବର । ବର୍ତ୍ତମାନ ରାଜ୍ୟରେ ଗଠନ ହେବନି କୌଣସି ପଞ୍ଚାୟତ କି ବ୍ଲକ୍ । ଏନେଇ ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ତାଙ୍କ କହିବା ଅନୁସାରେ, ୨୫୦୧ ଗାଁର ପଡା ଗାଁ ମାନ୍ୟତା ଆବେଦନ ଖାରଜ କରିଛି ରାଜସ୍ୱ ବିଭାଗ। ୫ ହଜାର ୫୬୬ ଗାଁକୁ ପଡା ଗାଁ ମାନ୍ୟତା ଦେବାକୁ ରାଜସ୍ୱ ବିଭାଗ ପାଖରେ ଆବେଦନ ହୋଇଥିଲା। ଅବଶିଷ୍ଟ ୧୧୭୭  ଗାଁର ପ୍ରସ୍ତାବ ବିଚାରାଧୀନ ଅଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ରାୟଗଡାରୁ ସର୍ବାଧିକ ୨୫୬, ମାଲକାନଗିରିରୁ ୨୩୫, ଗଜପତିରୁ ୨୩୩, ଗଞ୍ଜାମର ୨୦୦ ଗାଁକୁ ପଡା ଗାଁ କରିବାର ଆବେଦନ ଖାରଜ ହୋଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । 

Advertisment

ଆହୁରି ପଢ଼ନ୍ତୁ : ବିଧାନସଭାରେ ପୁଣି ହୋହଲ୍ଲା: ନାରାବାଜି ଭିତରେ ଚାଲିଛି ବିଧାନସଭା