କନକ ବ୍ୟୁରୋ : ମୋକିମଙ୍କୁ କଂଗ୍ରେସ ପର କରିଦେବା ପରେ କଟକ କଂଗ୍ରେସ ଦୁଇ ଫାଳ । ଦଳୀୟ କର୍ମୀ କାହାକୁ ନିଜର କରିବେ ତାକୁ ନେଇ ଶଙ୍କାରେ । ଏହା ଭିତରେ ଭକ୍ତଙ୍କ ଡାକରାରେ ଭୁବନେଶ୍ୱରରେ ଦଳୀୟ ରାଲିରେ ନଜର ଆସିଛନ୍ତି ମୋକିମଙ୍କ ଝିଅ ସୋଫିଆ ।
ମୋକିମ କଂଗ୍ରେସରୁ ବିଦା ହେଲେ । ଆଗକୁ ଝିଅ ସୋଫିଆ କ’ଣ କରିବେ ? ଦଳରେ ତାଙ୍କର ଭୂମିକା କ’ଣ ରହିବ ? ଦଳୀୟ କାର୍ଯ୍ୟକ୍ରମରେ ସୋଫିଆ ସାମିଲ ହେବେ କି ନାହିଁ ? ଏଭଳି ଅନେକ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ଟାଣି ବିଜେପି ଅଫିସ ଘେରାଉ ରାଲିରେ ସାମିଲ ହୋଇଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ବାପା ମୋକିମଙ୍କ ଭଳି ପିସିସି ସଭାପତି ଭକ୍ତଙ୍କ ନେତୃତ୍ୱକୁ ନେଇ ମନରେ ପ୍ରଶ୍ନବାଚୀ ନଥିବାର ସଂକେତ ଦେଇଛନ୍ତି ସୋଫିଆ । କହିଛନ୍ତି, କଟକରେ କଂଗ୍ରେସ ସଂଗଠନ ପ୍ରଭାବିତ ହେବନାହିଁ । ଯେମିତି ଚାଲିଥିଲା ସେମିତି ଚାଲିବ । ଏସବୁ ଭିତରେ ପିସିସି ସଭାପତି କହିଛନ୍ତି, କାହା ଦ୍ୱାରା ପ୍ରରୋଚିତ ହୋଇ ବିଶୃଙ୍ଖଳା ନ କରନ୍ତୁ ନେତା ।
ଅଧିକ ପଢ଼ନ୍ତୁ : ମୋକିମଙ୍କ ଉପରେ ପୁଣି ବର୍ଷିଲେ ଭକ୍ତ; କହିଲେ, କିଏ ସେ ଗୋଟିଏ ଥର ଆସେମ୍ଲି ଜିତିଛନ୍ତି
ମୋକିମ କଂଗ୍ରେସରୁ ବିଦା ହେବା ପରେ କଟକ-ବାରବାଟୀରେ ଦଳୀୟ କର୍ମୀ ଏବେ ଭାଗ ଭାଗ । କାହାକୁ ଭରସିବେ, କାହା ସାଥୀରେ ରହିବେ ତାକୁ ନେଇ ଦ୍ୱନ୍ଦ୍ୱରେ । ରାଜନୀତି ଛାଡିନଥିବା କହି କଂଗ୍ରେସର ପୁରୁଣା କର୍ମୀଙ୍କୁ ନିଜ ପାଖରେ ରଖିବାକୁ ଉଦ୍ୟମ କରିଛନ୍ତି ମୋକିମ । ହେଲେ ମୋକିମଙ୍କ ସହ ରହିଲେ ଦଳ ବିରୋଧୀର ଟ୍ୟାଗ୍ ଲାଗିବ । ସୋଫିଆଙ୍କ ସହ ରହିଲେ ମୋକିମଙ୍କ ସାଥ୍ ଛାଡ଼ିବାକୁ ପଡ଼ିବ । ଏଭଳି ସ୍ଥିତିରେ କେମିତି ଆଗକୁ ବଢିବ କଟକ କଂଗ୍ରେସ ସଙ୍ଗଠନ ।
ଆଗାମୀ ପଦକ୍ଷେପ ନେଇ ମୋକିମ ଏଯାଏଁ ନିଜର କାର୍ଡ ଖୋଲିନାହାନ୍ତି । ଯାହାକୁ ନେଇ ସଂଶୟ ଭିତରେ ଅଛନ୍ତି କଟକ କଂଗ୍ରେସକର୍ମୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/12/17/sofia-leads-bjp-protest-2025-12-17-21-42-35.jpg)