କନକ ବ୍ୟୁରୋ : ସେନା ଉପରେ ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଥିବା କଂଗ୍ରେସ ନେତା ପୃଥ୍ୱୀରାଜ ଚୌହ୍ୱାନ । କହିଛନ୍ତି ସେ କିଛି ଭୁଲ କହିନାହାଁନ୍ତି ଓ କ୍ଷମା ବି ମାଗିବେନି । ସେପଟେ ବିଜେପି କହିଛି କଂଗ୍ରେସ ସବୁବେଳେ ସେନାର ମନୋବଳ ଭାଙ୍ଗେ । ସେନାର ପରାକ୍ରମ ଓ ଅପରେସନ ସିନ୍ଦୂର ଉପରେ ପ୍ରଶ୍ନ ଉଠାଇବା ପରେ ବିବାଦ ବଢ଼ିବାରେ ଲାଗିଛି ।

Advertisment

ମୁଁ କିଛି ଭୂଲ କହିନି, ମୁଁ କ୍ଷମା ମାଗିବି ନାହିଁ । ବିବାଦ ବଢ଼ିବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନଙ୍କ ପ୍ରଥମ ବୟାନ । ଶନିବାର ପୃଥ୍ୱୀରାଜ ସେନାର ସୌଯ୍ୟ ଓ ଅପରେସନ ସିନ୍ଦୂର ଉପରେ ପ୍ରଶ୍ନ ଉଠାଇଥିଲେ ଯାହାକୁ ନେଇ ବିବାଦ ଛିଡ଼ା ହେବା ସହ କଂଗ୍ରେସ ନେତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି ।

ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଅପରେସନ ସିନ୍ଦୂର ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, କଂଗ୍ରେସ ନେତାଙ୍କ ମୁହଁରେ ପାକିସ୍ତାନ ଭାଷା । ଅପରେସନ ସିନ୍ଦୂରର ପ୍ରଥମ ଦିନରେ ଭାରତ ବଡ଼ କ୍ଷତି ସହିଥିଲା । ମେ ୭ରେ ପ୍ରଥମ ଅଧଘଣ୍ଟା ଧରି ବଡ଼ ସଂଘର୍ଷ ହୋଇଥିଲା । ପାକିସ୍ତାନ ସାମ୍ନାରେ ଦୁର୍ବଳ ପଡ଼ିଯାଇଥିଲା ଦେଶ । ଭାରତୀୟ ସେନାର ଏକାଧିକ ଯୁଦ୍ଧ ବିମାନ ନଷ୍ଟ ହୋଇଥିଲା । ବାୟୁସେନା ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା । କିଛି ସମୟ ପାଇଁ ଗୋଟିଏ ବି ବିମାନ ଉଡ଼ାଣ ଭରିନଥିଲା । ପୁଣି ରାତି ଅଧରେ ଆକ୍ରମଣ ଜୋରଦାର କରିଥିଲା ଭାରତ ।

ଅଧିକ ପଢ଼ନ୍ତୁ : ଲୋକସଭାରେ ‘ଭିବି-ଜି ରାମ୍‌ ଜି’ ବିଲ୍‌ ଆଗତ ;କଂଗ୍ରେସର ପ୍ରବଳ ବିରୋଧ

କେବଳ ଏତିକି ନୁହେଁ କଂଗ୍ରେସର ବରିଷ୍ଠ ନେତା ଭାରତୀୟ ସ୍ଥଳସେନା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସ୍ଥଳସେନା ଉପରେ ପୃଥ୍ୱୀରାଜଙ୍କ ପ୍ରଶ୍ନ, ଅପରେସନ ସିନ୍ଦୂର ସମୟରେ ସ୍ଥଳସେନାର ବିଶେଷ ମୁଭମେଣ୍ଟ ନଥିଲା । ମିସାଇଲ,ଡ୍ରୋନ୍‌ରେ ଆକ୍ରମଣ କରୁଥିଲା ବାୟୁସେନା । ଅପରେସନ ସିନ୍ଦୂରରେ ବାୟୁସେନା ନିର୍ଣ୍ଣାୟକ ଭୂମିକା ତୁଲାଇଥିଲା ।ଭବିଷ୍ୟତର ଯୁଦ୍ଧରେ ବାୟୁସେନାର ଅଧିକ ଆବଶ୍ୟକ ପଡ଼ିବ । ସେନାରେ ୧୨ଲକ୍ଷ ସଂଖ୍ୟକ ଯବାନଙ୍କ ଆବଶ୍ୟକତା କ’ଣ ? ତେଣୁ ସ୍ଥଳସେନାର ଯବାନଙ୍କୁ ଅନ୍ୟ କୌଣସି କାମରେ ନିୟୋଜିତ କରାଯାଉ । ସେପଟେ ପୃଥ୍ୱୀରାଜଙ୍କ ବୟାନକୁ ସମର୍ଥନ ଜଣାଇଛି ଶିବସେନା ୟୁବିଟି ।

ସେପଟେ କଂଗ୍ରେସ ନେତାଙ୍କ ବୟାନ, ପାକିସ୍ତାନକୁ ପାଇଁ ସୁବର୍ଣ୍ଣ ସୁଯୋଗ ଦେଇଛି । ପୃଥ୍ୱୀରାଜଙ୍କ ବୟାନକୁ ଖବରକାଗଜରେ ଶୀର୍ଷକ କରିଛି ପାକ ମିଡିଆ । ପାକିସ୍ତାନ କହିଛି ଅପରେସନ ସିନ୍ଦୂରରେ ଭାରତ ହାରିଛି, ଏକଥା ନିଜେ ଭାରତର ନେତା ସ୍ୱୀକାର କଲେଣି । ଏହା ପ୍ରଥମ ଘଟଣା ନୁହେଁ ଯେବେ ଅପରେସନ ସିନ୍ଦୂର ଓ ସେନାର ପରାକ୍ରମ ଉପରେ ସନ୍ଦେହ ପ୍ରକାଶ କରିଛି କଂଗ୍ରେସ । ପୂର୍ବରୁ ଅନେକବାର ଏହାର ନଜୀର ରହିଥିବାବେଳେ ସେନା ଓ ସରକାର ପ୍ରମାଣ ସହ କଂଗ୍ରେସକୁ କଡ଼ା ଜବାବ ଦେଉଛନ୍ତି ।