କନକ ବ୍ୟୁରୋ : ଲୋକସଭାରେ ମନରେଗା ନାମ ପରିବର୍ତ୍ତନ ବିଲ୍ ଆଗତ । ଆଗତ ହେଲା ‘ଭିବି-ଜି ରାମ ଜି’ ବିଲ୍ । ‘ବିକଶିତ ଭାରତ-ଗ୍ୟାରେଣ୍ଚି ଫର୍ ଆଣ୍ଡ୍ ଆଜୀବିକା ମିଶନ-ଗ୍ରାମୀଣ’ ଉପସ୍ଥାପନ କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଏହି ବିଲ୍କୁ କଂଗ୍ରେସ ଏବଂ ଟିଏମ୍ସିର ଜୋରଦାର ବିରୋଧ । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସଂସଦ ବାହାରେ ଏକ ପ୍ରତିବାଦ ଶୋଭାଯାତ୍ରାର ବାହାରିଛନ୍ତି । ସେ କହିଛନ୍ତି, "ସତ କଥା ହେଉଛି ଯୋଜନାର ନାମ ପରିବର୍ତ୍ତନ କରିବା ଆଳରେ ସେମାନେ ଏହାକୁ ବାତିଲ କରିବାକୁ ଚାହୁଛନ୍ତି । ମନରେଗା ଆଇନକୁ ବଦଳାଇବା ଯେଉଁ ନୂତନ ବିଲ୍ ଆସିଛି , ତାହା ଗ୍ରାମୀଣ ଶ୍ରମିକଙ୍କ କାମ କରିବାର ଅଧିକାରକୁ ଦୁର୍ବଳ କରିବ । ଏହି ବିଲ୍ ସମ୍ବିଧାନର ବିରୁଦ୍ଧରେ ।
#WATCH | Delhi | Congress MP Priyanka Gandhi Vadra says, "The truth is that in the garb of changing the name of the scheme, they (Central govt) want to scrap this scheme. Why do they want to change the name of this scheme? Mahatma Gandhi is the father of the nation..." https://t.co/D1228cxMVRpic.twitter.com/eh2KFgEAsu
— ANI (@ANI) December 16, 2025
ଗ୍ରାମାଞ୍ଚଳର ଲୋକାମାନଙ୍କୁ ସରକାରଙ୍କ ତରଫରୁ ବାର୍ଷିକ ୧୦୦ ଦିନର କାମ ଯୋଗାଇବାକୁ ୟୁପିଏ ସରକାର ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ବା ମନରେଗା ଲାଗୁ କରିଥିଲେ । ଏବେ ଏନଡିଏ ସରକାର ଏହି ଯୋଜନାର ନାମ ସହ କିଛି ନିୟମ ମଧ୍ୟ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି ସରକାର । ମନରେଗାର ନୂଆ ରୂପ "ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ' ବିଲ୍ ୨୦୨୫ ବା "ଭିବି-ଜୀ-ରାମ ଜୀ' ପ୍ରସ୍ତୁତ ହୋଇଛି । ଏହି ବିଲକୁ ଆଜି ଶୀତକାଳନୀ ଅଧିବେଶନରେ ଲୋକସଭାରେ ଉପସ୍ଥାପନ କରାଗଲା । ଏନେଇ କୁହାଯାଇଛି କି, ଏହାର ଉଦ୍ଦେଶ୍ୟ "ବିକଶିତ ଭାରତ ୨୦୪୭' ପାଇଁ ରାଷ୍ଟ୍ରୀୟ ଭିଜନର ଅନୁରୂପ ଗ୍ରାମୀଣ ବିକାଶର ନୂଆ ଢ଼ାଞ୍ଚା ପ୍ରସ୍ତୁତ କରିବା । ମନରେଗାର ପରିବର୍ତ୍ତନ କେବଳ ନାମକୁ ନେଇ ନୁହେଁ ବରଂ ନିୟମରେ ମଧ୍ୟ ହେବାକୁ ଯାଉଛି । ଏଥିରେ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ୧୦୦ ଦିନରୁ ଅଧିକ ଦିନ କାମ ମିଳିବ । ଏହା ସହ ପୂର୍ବ ଅପେକ୍ଷା ଖୁବଶୀଘ୍ର ଶ୍ରମିକଙ୍କ ଖାତାକୁ ପାରିଶ୍ରାମିକ ଯିବ । ଏହାସହ ରାଜ୍ୟ ସରକାରଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବ । କାରଣ ଆର୍ଥିକ ଅନୁଦାନର ତରିକା ବି ବଦଳିବାକୁ ଯାଉଛି । ପୂର୍ବରୁ ଏହି ଯୋଜନାର ସମ୍ପୂର୍ଣ୍ଣ ଅର୍ଥ କେନ୍ଦ୍ର ସରକାର ଦେଉଥିବା ବେଳେ ନୂଆ ନିୟମ ମୁତାବକ କିଛି ଅନୁଦାନ ରାଜ୍ୟ ସରକାରଙ୍କୁ ବି ଦେବାକୁ ପଡ଼ିବ ।
ମନରେଗା ୨୦୦୬ ମସିହାରେ ଲାଗୁ ହୋଇଥିଲା । ସେବେଠାରୁ ଏପର୍ଯ୍ୟନ୍ତ ଏହି ଯୋଜନାରେ ୧୧.୭୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ମଧ୍ୟରୁ ୨୦୧୪ ରୁ ଏପର୍ଯ୍ୟନ୍ତ ୭.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସରକାର ଏହି ଯୋଜନାକୁ ବଦଳାଇବାକୁ ଦୁଇଟି ଯୁକ୍ତି ଉପସ୍ଥାପନ କରିଛନ୍ତି । ସରକାର କହିଛନ୍ତି କି, ଏହି ଯୋଜନା ଲାଗୁ ହେବା ବେଳେ ଗ୍ରାମାଞ୍ଚଳରେ ବେରୋଜଗାରୀ ଦର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ୨୦୧୧-୧୨ ରେ ଗ୍ରାମୀଣ ବେରୋଜଗାରୀ ଦର ୨୫.୭ ପ୍ରତିଶତ ଥିଲା । ୨୦୨୩-୨୪ ରେ ଏହା ହ୍ରାସ ପାଇ ୪.୮୬ ପ୍ରତିଶତ ହୋଇଛି । ଏହାସହ ସବୁ ପ୍ରଚେଷ୍ଠା ପରେ ବି ଏହି ଯୋଜନାରେ ଦୁର୍ନୀତି କମିବାର ନାଁ ନେଉନି । ୨୦୨୪-୨୫ ରେ ଏହି ଯୋଜନାରେ ୧୯୪ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/16/sivraj-singh-chouhan-2025-12-16-13-48-25.jpeg)