କନକ ବ୍ୟୁରୋ : ବିହାର ନିର୍ବାଚନ ସମୟରେ ଚର୍ଚ୍ଚାରେ ଥିଲେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ଜନ ସୁରାଜ ପାର୍ଟି ଗଠନ କରି ବିହାର ରାଜନୀତିରେ ପାଦ ଥାପିଥିଲେ । କିନ୍ତୁ ଗୋଟିଏ ବି ଆସନ ଜିତିପାରିନଥିଲେ । ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରଶାନ୍ତ କିଶୋର । ଦିଲ୍ଲୀରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ବୈଠକ ସମୟରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ବି ଉପସ୍ଥିତ ଥିଲେ । ଏହାପରେ ସେ କଂଗ୍ରେସରେ ସାମିଲ ହେବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ଗତ ୧୨ ତାରିଖରେ ୧୦ ଜନପଥରେ ପ୍ରାୟ ଦେଢଘଣ୍ଟା ଧରି ରାହୁଲଙ୍କ ସହ ପ୍ରଶାନ୍ତ କିଶୋରଙ୍କ ଆଲୋଚନା ହୋଇଛି ।
ସେପଟେ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ମୋକିମଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି କିଏ ସେ, ଗୋଟିଏ ଆସେମ୍ଲି ଜିତିଛନ୍ତି । ପ୍ରେସ୍ମିଟ୍ କାହିଁକି କଲେ, କାରଣ ଆପଣ ଦଳରେ ରହିବାକୁ ଚାହୁଁନାହାନ୍ତି । ଆପଣ ଯଦି ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରେ କିଏ କ’ଣ କରିପାରିବ । ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା କଲେ, ତାହା କଣ ପରିଶ୍ରମ ନୁହେଁ । ଚିଠି ଲେଖି ଆପଣ ରାହୁଲ ଗାନ୍ଧୀଙ୍କୁ ମାର୍ଗଦର୍ଶନ ଦେବେ ?
ଅଧିକ ପଢ଼ନ୍ତୁ : ପ୍ରିୟଙ୍କାଙ୍କୁ ଭେଟିଲେ ପିକେ? ପୁଣି କଂଗ୍ରେସ ସହ ନଜର ଆସିବେ କି ପ୍ରଶାନ୍ତ କିଶୋର?
ଦିନରେ ମୋକିମଙ୍କ ବହିଷ୍କାର କରିଥିଲା କଂଗ୍ରେସ । ପକ୍ଷ ରଖିବାକୁ ସୁଯୋଗ ନ ମିଳିବା ଭିତରେ ସିଧା ଆକ୍ସନ ନେଇଛନ୍ତି ଭକ୍ତ । ଏହା ଭିତରେ ମୋକିମଙ୍କ ପରବର୍ତ୍ତୀ ରାଜନୈତିକ ଗୋଟିଚାଳନା କଣ ହେବ ତାହା ଉପରେ ନଜର ।
ବିହାର ବିଧାନସଭା ନିର୍ବାଚନର ପ୍ରାୟ ଗୋଟିଏ ମାସ ପରେ ପ୍ରଶାନ୍ତ କିଶୋର ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି । ତେବେ ରାଜନୈତିକ ରଣନୀତିକାର ଭାବେ ପରିଚିତ ପ୍ରଶାନ୍ତ କିଶୋର ଏଥର ନିଜର ପାର୍ଟି ଜନ ସୂରାଜ ପାର୍ଟିକୁ ନେଇ ବିହାର ବିଧାନସଭା ନିର୍ବାଚନ ଲଢ଼ିଥିଲେ । ହେଲେ ତାଙ୍କ ଦଳ କିନ୍ତୁ ନିର୍ବାଚନରେ ଗୋଟିଏ ବି ସିଟ୍ ଜିତିପାରିନଥିଲା । ହେଲେ ଏବେ ପ୍ରଶାନ୍ତ କିଶୋର ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଏହି ଭେଟଘାଟ ଚର୍ଚ୍ଚା ସୃଷ୍ଟି କରିଛି ।
ପ୍ରଶାନ୍ତ କିଶୋର ଏବଂ ଗାନ୍ଧୀ ପରିବାର ଭିତରେ ପୂର୍ବରୁ ସମ୍ପର୍କ ରହିଛି । ଏମିତି କଂଗ୍ରେସ ପାଇଁ ୟୁପି ନିର୍ବାଚନ ଏବଂ ପଞ୍ଜାବ ନିର୍ବାଚନରେ ସେ ରଣନୀତି ପ୍ରସ୍ତୁତ କରିଥିଲେ । ତାଙ୍କ ରଣନୀତିରେ କଂଗ୍ରେସ ୟୁପି ନିର୍ବାଚନ ହାରିଥିଲେ ବି ପଞ୍ଜାବରେ ସରକାର ଗଠନ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/15/prashant-kishor-2025-12-15-23-00-11.jpeg)