କନକ ବ୍ୟୁରୋ : ମୋକିମଙ୍କ ବିସ୍ଫୋରଣ ପରେ କଂଗ୍ରେସରେ ବଡ଼ ଧରଣର ହଲଚଲ । ନା ମୋକିମଙ୍କ ବିରୋଧରେ କିଏ ମୁହଁ ଖୋଲୁଛନ୍ତି ନା ଭକ୍ତଙ୍କ ସମର୍ଥନରେ କିଏ ଖୋଲାଖୋଲି ସାମ୍ନାକୁ ଆସୁଛନ୍ତି । ଭିତରେ ଭିତରେ ଭାଗ ଭାଗ ହେଲାଣି କଂଗ୍ରେସ କ୍ୟାମ୍ପ । ୟା ଭିତରେ ଚର୍ଚ୍ଚା ହେଉଛି, ଓଡ଼ିଶାରେ କଂଗ୍ରେସକୁ ଏବେ ଭଗବାନ ଭରସା ।
କଂଗ୍ରେସରେ ପୁଣି ବିଦ୍ରୋହର ବିଗୁଲ । ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମଙ୍କ ୫ ଫର୍ଦ୍ଦର ଚିଠି ଭକ୍ତଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି । ପରାଜିତ ନେତାଙ୍କ ନେତୃତ୍ୱରେ ଆଗକୁ ବଢିପାରିବନି ଦଳ । ଏଭଳି କହି ସିଧା ଭକ୍ତଙ୍କ ନେତୃତ୍ବକୁ ନିଶାନା କରିଛନ୍ତି ମୋକିମ । ଯାହାକୁ ନେଇ ଏବେ କଂଗ୍ରେସରେ ଆରମ୍ଭ ହୋଇଛି କମ୍ପନ । ପିସିସି ସଭାପତି ଭାବେ ଭକ୍ତଙ୍କ କାର୍ଯ୍ୟଶୈଳୀ ବରିଷ୍ଠଙ୍କୁ ଅତିଷ୍ଠ କରୁଥିବା ଦଳୀୟ ମହଲରେ ଚର୍ଚ୍ଚା । ଏକଲା ଚଲୋ ନୀତି ଭକ୍ତଙ୍କ ପାଇଁ ବୁମେରାଂ ହେବାକୁ ବସିଛି । ହାତମୁଠା ଟାଣ କରିବା ବଦଳରେ ଦୂରଛଡ଼ା ହେବା ଆରମ୍ଭ କଲେଣି ସାଥୀ ସହଯୋଗୀ । ଯାହା କଂଗ୍ରେସରେ ବିଭାଜନକୁ କେବଳ ବଳ ଦେଉନି ବରଂ ଭକ୍ତଙ୍କ ନେତୃତ୍ୱକୁ ସଙ୍କଟ ଭିତରକୁ ଠେଲିଲାଣି । ସବୁ ପରେ ବି ଭକ୍ତଙ୍କ ନୀରବତା ଅନେକ ଚର୍ଚ୍ଚାକୁ ଖୋରାକ ଦେଉଛି ।
ଅଧିକ ପଢ଼ନ୍ତୁ : ରାଜ୍ୟ କଂଗ୍ରେସରେ ପୁଣି ଥରେ ନେତୃତ୍ୱକୁ ନେଇ ବିବାଦ, ପିସିସି ସଭାପତିଙ୍କ ବିରୋଧରେ ସୋନିଆ ଗାନ୍ଧୀଙ୍କୁ ମୋକିମଙ୍କ ଚିଠି
ଦଳର ମୁଖିଆଙ୍କୁ ବିରୋଧ ହେଉଛି। ଅଥଚ ଭକ୍ତଙ୍କୁ ସୁରକ୍ଷା ଦେବାକୁ ମୁହଁ ଖୋଲୁନାହାନ୍ତି ଦଳୀୟ ନେତା । ମୋକିମଙ୍କ ଚିଠି ଲେଖା ତରିକାକୁ ନାପସନ୍ଦ କରୁଛନ୍ତି । ହେଲେ ଚିଠିରେ ଭକ୍ତଙ୍କ ନେତୃତ୍ୱକୁ ନେଇ ଉଠିଥିବା ପ୍ରଶ୍ନକୁ କାଉଣ୍ଟର କରିବାକୁ ନାକ ଟେକୁଛନ୍ତି । ଏହି ମଉକାରେ ଦଳର କିଛି ନେତା ଏ ଘର ମାଉସୀ ସେ ଘର ପିଉସୀ ସାଜି ରାଜନୈତିକ ଫାଇଦା ନେବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ମୋକିମଙ୍କ ଖୁଲମଖୁଲ୍ଲା ଅସନ୍ତୋଷ ଭିତରେ ନୂଆ ଆଞ୍ଚଳିକ ଦଳକୁ ନେଇ ବଢିଛି ଚର୍ଚ୍ଚା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/11/mohammed-moquim-blast-2025-12-11-21-18-59.jpg)