କନକ ବ୍ୟୁରୋ: ସୋନିଆ ଗାନ୍ଧୀଙ୍କୁ ନୋଟିସ୍ । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି। ୧୯୮୦ ମସିହାରେ ଭାରତୀୟ ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ତାଙ୍କ ନାମ କେମିତି ଯୋଡ଼ିହେଲା ସେନେଇ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଛି ।

Advertisment

ମିଳିଥିବା ସୂଚନା ମୁତାବକ, ଭାରତୀୟ ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ସୋନିଆ ଗାନ୍ଧୀଙ୍କ ନାମ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ତାଙ୍କୁ ଏହି ନୋଟିସ୍ ଜାରି କରାଯାଇଛି । ତେବେ ଜାଣିରଖିବା ଉଚିତ ଯେ, ଏ ସମ୍ପର୍କିତ ଏକ ଆବେଦନ ଖାରଜ କରାଯାଇଥିଲା ଏବଂ ଏହା ବିରୁଦ୍ଧରେ ଏକ ସଂଶୋଧନ ଆବେଦନ ଦାଖଲ କରାଯାଇଥିଲା । ଯାହାପରେ ମାମଲାର ଶୁଣାଣି କରି କୋର୍ଟ ସୋନିଆ ଗାନ୍ଧୀଙ୍କୁ ଏକ ନୋଟିସ ଜାରି କରିଛନ୍ତି । ଏଥିରେ ୧୯୮୩ ମସିହାରେ ନାଗରିକତା ହାସଲ କରିବା ପୂର୍ବରୁ ୧୯୮୦ ଭୋଟର ତାଲିକାରେ ସୋନିଆଙ୍କ ନାମ କେମିତି ଯୋଡ଼ା ହେଲା ସେନେଇ ପ୍ରଶ୍ନ କରାଯାଇଛି ।

ଆହୁରି ପଢ଼ନ୍ତୁ : ଇଣ୍ଡିଗୋ ବିରୋଧରେ କାର୍ଯ୍ୟାନୁଷ୍ଠାନ; ଯାତ୍ରୀଙ୍କୁ ମିଳିବ ଫାଇଦା

ଜାଣିରଖିବା ଉଚିତ ଯେ, ଅଭିଯୋଗ ଅନୁସାରେ ସୋନିଆ ଗାନ୍ଧୀଙ୍କ ନାମ ୧୯୮୦ ମସିହାରେ ନୂଆଦିଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା, ଯଦିଓ ସେ ୧୯୮୩ ମସିହାରେ ଭାରତୀୟ ନାଗରିକ ହୋଇଥିଲେ। ଆବେଦନରେ କୁହାଯାଇଛି ଯେ ଏଥିରୁ ଜଣାପଡୁଛି ଯେ, ପ୍ରଥମେ ତାଙ୍କ ନାମ ଯୋଡିବା ପାଇଁ ଜାଲ କାଗଜପତ୍ର ବ୍ୟବହାର କରାଯାଇଥାଇପାରେ।