ଲୋକସେବା ଭବନର ବଦଳିବ କାୟାକଳ୍ପ; ଅତ୍ୟାଧୁନିକ ହେବ ଓଡ଼ିଶା ବିଧାନସଭା

Advertisment

ପ୍ରାୟ ୬୫ ବର୍ଷ ପରେ ଓଡ଼ିଶା ଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନର ହେବ ନବକଳେବର । ଅତ୍ୟାଧୁନିକ ତଥା କେନ୍ଦ୍ର ମନ୍ତ୍ରଣାଳୟ ଢାଞ୍ଚାରେ ତିଆରି ହେବ ପାୱାର କରିଡର । ୩୬୨୩ କୋଟି ଟଙ୍କା ବ୍ୟୟରେ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ ।

ପ୍ରାୟ ୬୫ ବର୍ଷ ପରେ ଓଡ଼ିଶା ଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନର ହେବ ନବକଳେବର । ଅତ୍ୟାଧୁନିକ ତଥା କେନ୍ଦ୍ର ମନ୍ତ୍ରଣାଳୟ ଢାଞ୍ଚାରେ ତିଆରି ହେବ ପାୱାର କରିଡର । ୩୬୨୩ କୋଟି ଟଙ୍କା ବ୍ୟୟରେ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ ।

LokSeva Bhawan

LokSeva Bhawan Photograph: (Kanak News)

କନକ ବ୍ୟୁରୋ : ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୭୧ଟି ପ୍ରକଳ୍ପର କରିଛନ୍ତି ଶିଳାନ୍ୟାସ । ଯେଉଁଥିରେ ରହିଛି ନୂଆ ବିଧାନସଭା ଓ ଲୋକସେବା ଭବନର ନିର୍ମାଣ ନକ୍ସା । ଏହାସହ ରାଜଧାନୀବାସୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ମୋହନ ସରକାର । ଟ୍ରାଫିକ ଯନ୍ତ୍ରଣାରେ ଆଉ କଲବଲ ହେବେନି ଭୁବନେଶ୍ୱର ବାସିନ୍ଦା । ଏଥିପାଇଁ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ନିର୍ମାଣ ହେବ ସ୍ୱତନ୍ତ୍ର ଏଲିଭେଟେଡ କରିଡର ।

ପ୍ରାୟ ୬୫ ବର୍ଷ ପରେ ଓଡ଼ିଶା ଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନର ହେବ ନବକଳେବର । ଅତ୍ୟାଧୁନିକ ତଥା କେନ୍ଦ୍ର ମନ୍ତ୍ରଣାଳୟ ଢାଞ୍ଚାରେ ତିଆରି ହେବ ପାୱାର କରିଡର । ୩୬୨୩ କୋଟି ଟଙ୍କା ବ୍ୟୟରେ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ । ୭୧.୧୩ ଏକର ଜମିରେ ନିର୍ମାଣ ହେବ ଏହି ନୂଆ ପ୍ରକଳ୍ପ । ଗୋଟିଏ ପରିଧି ଭିତରେ ରହିବ ଓଡ଼ିଶାର ବିଧାନସଭା ଓ ଲୋକସେବା ଭବନ । ଅତ୍ୟାଧୁନିକ ଭୂତଳ ପାର୍କିଂ, ସ୍ୱତନ୍ତ୍ର କନଫରେନ୍ସ ହଲ୍, ୪୧ ବିଭାଗର କାର୍ଯ୍ୟାଳୟ ରହିବ । ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଚାମ୍ବର, ବିଧାୟକ ଲାଉଞ୍ଜ ସହ ସବୁ ପ୍ରକାର ସୁବିଧା ଉପଲବ୍ଧ ରହିବ ।  ସ୍ୱତନ୍ତ୍ର ସୁରକ୍ଷାବଳୟ ଭିତରେ ରହିବ ପୂରା ବିଧାନସଭା ଓ ଲୋକସେବା ଭବନ ।

ଅଧିକ ପଢ଼ନ୍ତୁ : ନୂଆ ରୂପ ପାଇବ ରାଜଧାନୀ : ନୂଆ ଲୋକସେବା ଭବନ ଓ ବିଧାନସଭାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ରାଜଧାନୀ ଭୁବନେଶ୍ୱରକୁ ନୂଆ ରୂପ ଦେବାକୁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି ମୋହନ ସରକାର । ଟ୍ରାଫିକ୍‌ ଯନ୍ତ୍ରଣାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ନିର୍ମାଣ ହେବ ଏଲିଭେଟେଡ୍‌ କରିଡର । ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୯୫୨ କୋଟି ଟଙ୍କା । ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ, ଡମଣା, ଓ କିଟ୍ ଛକରେ ନିର୍ମାଣ ହେବ ଫ୍ଲାଏ ଓଭର । ୪ ଲେନ୍ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ ନିର୍ମାଣ ଯୋଜନା ରହିଛି । ଗ୍ରିନ୍ କରିଡର ପାଇଁ ଲାଗିବ ୨୨ ହଜାର ୪୧୦ ଗଛ । ବିକାଶମୂଳକ କାମକୁ ଫୋକସରେ ରଖିଥିବା ମୋହନ ସରକାର ୬ ହଜାର ୭୦୧ କୋଟି ଟଙ୍କାର ୭୧ଟି ପ୍ରକଳ୍ପର କରିଛନ୍ତି ଶିଳାନ୍ୟାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe