କନକ ବ୍ୟୁରୋ : ଭୁବନେଶ୍ୱରର ବିକାଶ କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆ ଲୋକ ସେବା ଭବନ ଏବଂ ନୂଆ ବିଧାନସଭା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କେନ୍ଦ୍ର ଏଣିକି ଗୋଟିଏ ସ୍ଥାନରେ ରହିବ । ପ୍ରାୟ ୭୧.୧୩ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଭବ୍ୟ ପ୍ରକଳ୍ପ ପାଇଁ ସରକାର ୩,୬୨୩ କୋଟି ଟଙ୍କା ବ୍ୟୟ ଅଟକଳ ରଖିଛନ୍ତି । ଏହାର ମାଷ୍ଟରପ୍ଲାନ ଅନୁମୋଦନ ହୋଇସାରିଛି । ଏହି ନୂଆ ଭବନରେ ଭୂତଳ ପାର୍କିଂ  ଭଳି ଆଧୁନିକ ସୁବିଧା ରହିବ ।

Advertisment

ସେହିପରି ରାଜଧାନୀର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ‘ଏଲିଭେଟେଡ଼ କରିଡ଼ର’ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯିବ । ଏହି ପ୍ରକଳ୍ପ ଅଧୀନରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଏବଂ କୀଟ ଛକରେ ଫ୍ଲାଏ ଓଭର ନିର୍ମାଣ ହେବ । ବିଶେଷ କରି ଜୟଦେବ ବିହାର ଛକରେ ଏକ ୪-ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ୍ ନିର୍ମାଣ କରିବାକୁ ଯୋଜନା ରହିଛି । ପରିବେଶକୁ ଗୁରୁତ୍ୱ ଦେଇ ରାସ୍ତାର ଦୁଇ ପାର୍ଶ୍ୱରେ ୨୨,୪୧୦ଟି ଗଛ ଲଗାଯିବ । ଆଜି ମୁଖ୍ୟମନ୍ତ୍ରୀ ମୋଟ ୬,୭୦୧ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । 

ଅଧିକ ପଢ଼ନ୍ତୁ---ଭେନେଜୁଏଲା ଉପରେ ଆକ୍ରମଣ : ‘ରହସ୍ୟମୟ ଅସ୍ତ୍ର’ ପ୍ରୟୋଗ କରିଥିଲା ଆମେରିକା