ବିଜେଡିର ପଦ ଛାଡ଼ିଲେ ଦେବାଶିଷ; ଉପ ସଭାପତି ପଦରୁ ଇସ୍ତଫା

ବିଜେଡିକୁ ଝଟକା, ପଦ ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ୍ ସେଲର ସଭାପତି ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଏହି ଇସ୍ତଫା ପତ୍ରରେ ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା କଥା ଉଲ୍ଲେଖ କରିଛନ୍ତି ଦେବାଶିଷ ।

DEBASHIS

DEBASHIS Photograph: (kanak news)

କନକ ବ୍ୟୁରୋ: ବିଜେଡିକୁ ଝଟକା, ପଦ ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ୍ ସେଲର ସଭାପତି ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଏହି ଇସ୍ତଫା ପତ୍ରରେ ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା କଥା ଉଲ୍ଲେଖ କରିଛନ୍ତି ଦେବାଶିଷ ।

ନବୀନଙ୍କୁ ଲେଖଥିବା ଚିଠିରେ ଦେବାଶିଷ ସାମନ୍ତରାୟ କହିଛନ୍ତି, ଦଳର ପୁନର୍ଗଠନ ବେଳେ ତାଙ୍କୁ ସିନିୟର ସିଟିଜେନ୍ ସେଲର ଉପସଭାପତି ପଦ ଦିଆଯାଇଥିଲା । ହେଲେ ଏହି ଉପସଭାପତି ପଦର ରାଙ୍କ କଣ ସେ ଜାଣିପାରୁନଥିବା କହିଛନ୍ତି । ଏଭଳି ପଦ ଦିଆଯାଇ ତାଙ୍କୁ ଅପମାନିତ କରାଯାଇଥିବା ମଧ୍ୟ ଏହି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଦେବାଶିଷ ସାମନ୍ତରାୟ ।

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପତ୍ର
ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପତ୍ର Photograph: (KANAK NEWS)

ଅନ୍ୟପଟେ ବିଜେଡି ସମ୍ପର୍କରେ ଏହି ଚିଠିରେ ଦେବାଶିଷ ଲେଖିଛନ୍ତି ଯେ, ବିଜେଡି ଗୋଟିଏ ନୂଆ ଚିନ୍ତାଧାରା ସହ ଆଗକୁ ବଢ଼ୁଛି । ଯାହାକୁ ନେଇ ସେ ନିରାଶ ଅଛନ୍ତି । ତେବେ ନବୀନ ହିଁ ହଜାର ହଜାର କର୍ମୀଙ୍କ ପାଇଁ ଏକମାତ୍ର ଆଶା ବୋଲି କହିଛନ୍ତି ଦେବାଶିଷ ।

ଆହୁରି ପଢ଼ନ୍ତୁ : ଚୀନକୁ ନେଇ ଭାରତର ବଢ଼ିଲା ଚିନ୍ତା, ଅରୁଣାଚଳ ପ୍ରଦେଶ ଭାରତର ନୁହେଁ ବୋଲି କହି ଗ୍ରହଣ କଲାନି ପାସପୋର୍ଟ

ଜାଣିରଖିବା ଉଚିତ ଯେ, ଦୀର୍ଘ ଦିନ ହେଲା ବିଜେଡି ଆଉ ଦେବାଶିଷଙ୍କ ଭିତରେ କିଛି ବି ଠିକ୍ ନାହିଁ ।  ୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ଦେବାଶିଷ ସାମନ୍ତରାୟ ଦଳର ପରିଚାଳନା ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସିଛନ୍ତି । ଏମିତି କି ଓ୍ୱାକଫ୍ ବିଲ ସମୟରେ ମଧ୍ୟ ଦେବାଶିଷଙ୍କୁ ନେଇ ବିଜେଡି ରାଜନୀତି ସରଗରମ ହୋଇଥିଲା । ଆଉ ଏବେ ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe