କନକ ବ୍ୟୁରୋ: ୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଓଡ଼ିଶା ଉପରେ ପ୍ରଭାବ ନେଇ ହୋଇନି ସ୍ପଷ୍ଟ । ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ମାଲେସିଆ ଓ ସଂଲଗ୍ନ ମାଲାକ୍ସ ପ୍ରଣାଳୀ ଉପରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଛି ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଘନୀଭୂତ ହୋଇ ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ବୋଲି ଆଉଏମ୍ଡି ପକ୍ଷରୁ କୁହାଯାଇଛି ।
୨୪ ଘଣ୍ଟାରେ ଲଘୁଚାପ ନେଇପାରେ ଅବପାତର ରୂପ, ୨୬ ରୁ ୨୭ ଭିତରେ ବାତ୍ୟା ସମ୍ଭାବନା
ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କ'ଣ ରହିବ ସେ ନେଇ ଏବେ ସଷ୍ଟ ହୋଇନଥିବା ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟରେ ଶୀତ ହାଲ୍କା କମିଥିବା ବେଳେ ଆସନ୍ତା ୫ ଦିନ ପାଗରେ ବିଶେଷ ପରିବର୍ଷନର ସମ୍ଭାବନା ନାହିଁ । ପରବର୍ତ୍ତୀ ୨ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମିବ ଏବଂ ପୁଣି ରାଜ୍ୟରେ ଥଣ୍ଡା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/25/cyclone-2025-11-25-08-41-23.jpg)