ସସ୍ମିତ ଦୂରେଇ ଗଲେ ନା ଦୂରେଇ ଦିଆଗଲା ! ପିଏସି ମିଟିଂରେ ସାଂସଦଙ୍କର ମିଳୁନି ଦେଖା

କାହିଁକି ବୈଠକରେ ସାମିଲ ହେଉନାହାନ୍ତି ସସ୍ମିତ ? ଅନୁପସ୍ଥିତ ରହିବା ପଛରେ ରହିଛି କି କିଛି ଠୋସ କାରଣ ? ସସ୍ମିତ ଦୂରେଇ ଯାଇଛନ୍ତି ନା ବିଜେଡି ସୁପ୍ରିମୋ ତାଙ୍କୁ ଦୂରେଇ ଦେଇଛନ୍ତି ? ୱାକଫ୍‌ ବିଲ୍‌କୁ ନେଇ ବେଶ ବିବାଦୀୟ ହୋଇଥିଲେ ସସ୍ମିତ ପାତ୍ର ।

Sasmit Patra

Sasmit Patra Photograph: (Kanak News)

କନକ ବ୍ୟୁରୋ : ବିଜେଡିରେ ଲାଗି ରହିଛି ହଟଚମଟ । ଏସବୁ ଭିତରେ ଦିଲ୍ଲୀରେ ଦଳର ଚେହେରା ସସ୍ମିତ ପାତ୍ର ଏବେ  ଓଡ଼ିଶା ବିଜେଡି ରାଜନୀତିରୁ ଉଭାନ ହୋଇଯାଇଛନ୍ତି । ଗତ ୩ଟି ପିଏସି ବୈଠକରେ ସସ୍ମିତ ସାମିଲ ନହେବା ଦଳରେ ଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେଇଛି ।

ନବୀନ ନିବାସରେ ବସିଥିଲା ବିଜେଡିର ସବୁଠୁ ପାୱାରଫୁଲ କମିଟିର ବୈଠକ । ନବୀନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବିଜେଡି ପାଇଁ ନିଆଯାଇଥିଲା ଅନେକ ନିଷ୍ପତ୍ତି । ହେଲେ ୩ ବୈଠକରେ ଉପସ୍ଥିତ ନଥିଲେ ବିଜେଡିର ସଂସଦୀୟ ଦଳ ନେତା ତଥା ପିଏସି କମିଟିର ସଦସ୍ୟ ସସ୍ମିତ ପାତ୍ର । ଯାହାକୁ ନେଇ ଏବେ ବିଜେଡି ଶିବିର ଠାରୁ ଆରମ୍ଭ କରି ରାଜନୈତିକ ମହଲରେ ଚର୍ଚ୍ଚା ବଢିଲାଣି ।

ଅଧିକ ପଢ଼ନ୍ତୁ : ମୌସୁମୀରେ ଧୋଇଗଲା; ଶୀତ ଅଧିବେଶନ ଚାଲିବ ତ?

କାହିଁକି ବୈଠକରେ ସାମିଲ ହେଉନାହାନ୍ତି ସସ୍ମିତ ? ଅନୁପସ୍ଥିତ ରହିବା ପଛରେ ରହିଛି କି କିଛି ଠୋସ କାରଣ ? ସସ୍ମିତ ଦୂରେଇ ଯାଇଛନ୍ତି ନା ବିଜେଡି ସୁପ୍ରିମୋ ତାଙ୍କୁ ଦୂରେଇ ଦେଇଛନ୍ତି ? ୱାକଫ୍‌ ବିଲ୍‌କୁ ନେଇ ବେଶ ବିବାଦୀୟ ହୋଇଥିଲେ ସସ୍ମିତ ପାତ୍ର । ଏପରିକି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନଙ୍କ ନିକଟରେ ଫେରାଦ ହୋଇଥିଲେ ଦଳର କିଛି ସାଂସଦ । ସେବେଠୁ ସସ୍ମିତ ପାତ୍ର ବିଜେଡି କାର୍ଯ୍ୟକ୍ରମରେ ସେତେଟା ଦୃଶ୍ୟମାନ ହେଉନାହାନ୍ତି ।

ଡିସେମ୍ବର ପହିଲାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ଚର୍ଚ୍ଚା ହେଉଛି, ବିଜେଡିର ସଂସଦୀୟ ଦଳ ଏବେ ଦୁଇଭାଗ । ମତାନ୍ତର ଓ ମନାନ୍ତର ଭୁଲି ଦିଲ୍ଲୀରେ ଏକସ୍ୱର କେମିତି ହେବେ ଦଳୀୟ ସାଂସଦ ? ତାହା ଦଳପତିଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏସବୁ ଭିତରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଷୋଦଗାର କରି ବିଜେଡି ସୁପ୍ରିମୋଙ୍କ ଟେନସନ୍ ବଢାଇଛନ୍ତି । ଦଳ ଶ୍ରୀମୟୀ, ପ୍ରଫୁଲ୍ଲଙ୍କୁ କଡ଼ା ଜବାବ ଦେଉଥିବା ବେଳେ ଦେବାଶିଷଙ୍କୁ ସିଧା କାଉଣ୍ଟର କରିବାକୁ ସାହସ ଜୁଟାଇ ପାରୁନାହାନ୍ତି କାପର୍ଟଦାର ଗୋଷ୍ଠୀ । ପ୍ରମିଳା ବୁଲେଇ ବଙ୍କେଇ କହିଛନ୍ତି ଅସୁସ୍ଥ ଥିବାରୁ ଦେବାଶିଷ ପଦ ଫେରାଇଛନ୍ତି । ଦିଲ୍ଲୀରୁ ପଲ୍ଲୀ, ପରିବର୍ତ୍ତିତ ରାଜନୈତିକ ସ୍ଥିତି ବିଜେଡି ପାଇଁ ଏବେ ଅଣାୟତ୍ତ ହେଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe