କନକ ବ୍ୟୁରୋ : ପୂର୍ବରୁ ଟ୍ରେଲର ଦେଖାଇଥିଲେ, ଆଜି ଫିଲ୍ମ ଦେଖାଇଦେଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ପଦରୁ ଇସ୍ତଫା ଦେଇ ଦଳର ଭିତିରି ଗୁମରକୁ ପ୍ରେସମିଟ୍ କରି ପଦାରେ ପକାଇଛନ୍ତି । ନବୀନଙ୍କୁ କ୍ଲିନଚିଟ୍ ଦେଇ କୋଟେରୀ ଗ୍ରୁପକୁ ନିଶାନା କରିଛନ୍ତି । ଏହି ଅସନ୍ତୋଷ ନିଆଁରେ ଘିଅ ଢାଳିଛନ୍ତି ଭୂପିନ୍ଦର ।
ଦୀର୍ଘ ଦିନର ନିରବତା ପରେ ପୁଣି ବିଜେଡିକୁ ବାଣ ମାରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡିର ସିନିୟର ସିଟିଜେନ୍ ସେଲ୍ ଉପସଭାପତି ପାହ୍ୟା ପଦବୀକୁ ମୂଲ୍ୟହୀନ କହି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ନିଜର କ୍ଷୋଭ ପ୍ରକାଶ କରି କ୍ଷମତାକେନ୍ଦ୍ରକୁ ନିଶାନା କରିଛନ୍ତି । କହିଛନ୍ତି, ବିଜେଡି ଏବେ ବ୍ୟୁରୋକ୍ରାଟିକ୍ ଦଳରେ ପରିଣତ ହୋଇଛି । ବିଜେଡିରେ ବିଜୁ ବାବୁଙ୍କ ଆଦର୍ଶ ନାହିଁ, ବିଜୁବାବୁଙ୍କ ଅନୁଗାମୀ ଦଳରେ ନାହାନ୍ତି । ଏବେ ବି ରିମୋଟ୍ କଣ୍ଟ୍ରୋଲ୍ରେ ଦଳ ଚାଲିଛି ,ବିଜେଡିକୁ ଏବେ ଭୈରବ ଚଳାଉଛନ୍ତି ।
ଅଧିକ ପଢ଼ନ୍ତୁ--ସୁଭାଷିନୀଙ୍କୁ କେବେ ମିଳିବ ସ୍ଥାୟୀ ଚାକିରି ? କେୟାରଟେକର ଚାକିରି ଅଫର୍ କରିଛି କ୍ରୀଡ଼ା ବିଭାଗ
ଏହାସହ ନୂଆପଡ଼ା ପ୍ରାର୍ଥୀ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦେବାଶିଷ । କହିଛନ୍ତି, ବିଜେଡି ହାରିବା ପାଇଁ ଭୁଲ ପ୍ରାର୍ଥୀ ଦେଇଥିଲା । ଏହା କେବେ ନବୀନଙ୍କ ନିଷ୍ପତ୍ତି ହୋଇନଥି ବ। ହାରୁ ନେତା ନିଜକୁ ଦଳର ସର୍ବେସର୍ବା ଭାବୁଛନ୍ତି । ନବୀନଙ୍କୁ ଭେଟିବାକୁ ସୁଯୋଗ ଦିଆଯାଉନି । ଦେବାଶିଷଙ୍କ ପରେ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କୋଟେରୀ ଗ୍ରୁପ୍କୁ ଖୋଲା ଚେତାବନୀ ଦେଇଛନ୍ତି । ସିଧାସଳଖ କହିଛନ୍ତି, ବିଜେଡିରେ ଏକ ବଡ଼ ଗ୍ରୁପ୍ ହୋଟେଲରେ ବସି ଆଲୋଚନା କରିଛୁ । ଦଳର ଦାୟିତ୍ବରେ ଥିବା ନେତା ବିଜେଡିରୁ ବରିଷ୍ଠଙ୍କୁ ଦୂରେଇ ଦେଉଛନ୍ତି । ନବୀନଙ୍କ ବ୍ୟତୀତ ଆଉ କେହି ଦଳ କଥା ବୁଝିଲେ, ବିକଳ୍ପ ଚିନ୍ତା କରିବେ ବରିଷ୍ଠ । ଏପରିକି ନୂଆ ଦଳ ଗଠନର ନକ୍ସା ଧରି ବସିଥିବା କହିଛନ୍ତି ଭୂପିନ୍ଦର । ପୂର୍ବରୁ ମୁନ୍ନା ଖାଁ ସଂଖ୍ୟାଲଘୁ ସଂଯୋଜକ ପଦରୁ ଇସ୍ତଫା ଦେଇଥିଲେ । ଏୟୁ ସିଂହଦେଓ ମଧ୍ୟ ନବୀନଙ୍କୁ ଭେଟି ଅସନ୍ତୋଷ ଜଣାଇଥିଲେ । ଆଗକୁ ଅସନ୍ତୋଷର ନିଆଁକୁ ପ୍ରଶମିତ କରିବା ବିଜେଡି ଦଳପତିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/25/debashis-2025-11-25-19-12-45.jpg)