କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନରେ କମ୍ପିଥିଲା ସମ୍ପୃକ୍ତ ସବୁ ନିର୍ବାଚନମଣ୍ଡଳୀ । ଏନଡିଏ ଏବଂ ମହାଗଠବନ୍ଧନର ନେତାମାନେ ଦିନସାରା ସଭା, ଶୋଭାଯାତ୍ରା ଓ ସାମ୍ବାଦିକ ସମ୍ମିଳନୀ କରି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଥିଲେ । ସମସ୍ତଙ୍କ ମୁହଁରେ ଥିଲା ପୁଳାପୁଳା ପ୍ରତିଶ୍ରତି ଓ ପରସ୍ପରକୁ ସମାଲୋଚନା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଏନଡିଏ ମହିଳା କର୍ମୀମାନଙ୍କ ସହିତ ନମୋ ଆପ୍ ଯୋଗେ ଆଲୋଚନା କରିଥିଲେ । ବିଜେପିର ମେରା ବୁଥ୍ ସବସେ ମଜଭୁତ୍ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ ମୋଦୀ । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦରଭଙ୍ଗା ବକ୍ତିଆରପୁରରେ ଏନଡିଏ ପାଇଁ ପ୍ରଚାର କରିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଦରଭଙ୍ଗା ବକ୍ତିଆରପୁର ଓ ଅମିତ ଶାହ ବୈଶାଳୀର ମୋତିହାରି ନିର୍ବାଚନୀ ରାଲିରେ ଯୋଗଦେଇଥିଲେ ।
ଅଧିକ ପଢ଼ନ୍ତୁ : ଆଜି ସରୁଛି ପ୍ରଚାର, କମ୍ପୁଛି ବିହାର ; ମୋଦୀ, ଶାହ, ଯୋଗୀଙ୍କ ଜୋରଦାର ପ୍ରଚାର
ବିହାରର ପ୍ରତି ଜିଲ୍ଲାରେ ଇଞ୍ଜିନିୟରିଂ ଓ ମେଡିକାଲ କଲେଜ ପାଇଁ ଶାହ ପ୍ରତିଶ୍ରୁତି ଦେଇଛନ୍ତି । ଆରଜେଡି ଓ କଂଗ୍ରେସକୁ ସମାଲୋଚନା କରି ଶାହ କହିଛନ୍ତି, ଲାଲୁଙ୍କ ପୁଅ ମୁଖ୍ୟମନ୍ତ୍ରୀ କି ସୋନିଆଙ୍କ ପୁଅ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ଲାଲୁ ଓ ରାବ୍ଡୀଙ୍କ ୧୫ ବର୍ଷର ଜଙ୍ଗଲରାଜ୍ ଆପଣ ଫେରାଇ ଆଣିବାକୁ ଚାହାନ୍ତି କି ବୋଲି ବିହାରବାସୀଙ୍କୁ ଶାହ ପ୍ରଶ୍ନ କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ କୁଟୁମ୍ବା ଓ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ପାଟଣାରେ ପ୍ରଚାର କରିଥିଲେ ।
ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ପାଟନାରେ ସାମ୍ବାଦିକ ସମ୍ମିଳନୀ କରି ମହିଳା ଓ କୃଷକଙ୍କ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଜଲାଲପୁରରେ ଏନଡିଏ ନିର୍ବାଚନୀ କାଲିକୁ ସମ୍ବୋଧନ କରିଥିଲେ । ବିହାରର ସବୁରାସ୍ତାକୁ ଆମେରିକା ରସ୍ତା ଭଳି ବିଶ୍ୱମାନର କରିବା ପାଇଁ ଗଡ଼କରୀ ପ୍ରତିଶ୍ରୁତି ଦେଇଛନ୍ତି ।
ପୂର୍ଣ୍ଣିଆର ସ୍ୱାଧୀନ ସାସଂଦ ପପୁ ଯାଦବ ପାଟନାରେ ସାମ୍ବାଦିକ ସମ୍ମିଳନୀ କରି ବିହାରର ବିକାଶ ପାଇଁ ଏନଡିଏ କ’ଣ କରିଛି ବୋଲି ପ୍ରଶ୍ନ କରିଥିଲେ । ଏଲଜେପି ରାମବିଳାସର ନେତା ଅରୁଣ ଭାରତୀ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କୁମାର ଏବଂ ଅନ୍ୟ ଦଳର ନେତା ଓ ପ୍ରାର୍ଥୀମାନେ ଆଜି ମାରାଥନ ପ୍ରଚାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/04/bihar-assembly-election-2025-11-04-20-38-13.jpg)