କନକ ବ୍ୟୁରୋ : କଟକରେ ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ମାମଲାରେ ବନ୍ଧାହେଲେ ନିଶାମୁକ୍ତି କେନ୍ଦ୍ରର ମାଲିକ । ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଅଭିଯୋଗରେ ମାଲିକଙ୍କୁ ବାନ୍ଧିଛି ପୁଲିସ । ଏଥିସହ ନିଶାମୁକ୍ତି କେନ୍ଦ୍ରକୁ ସିଲ୍ କରିଛି ।
କଟକ ସଦର ଥାନା ଉତ୍ତମାପୁର ନିଶାମୁକ୍ତି କେନ୍ଦ୍ରରେ ଯୁବଙ୍କୁ ହତ୍ୟା ମାମଲାରେ ବନ୍ଧାହେଲେ ନିଶାମୁକ୍ତି କେନ୍ଦ୍ରର ମାଲିକ । ମାଲିକ କାବୁଲି ମୂଳିଆଙ୍କୁ ଗିରଫ କରିଛି ସଦର ଥାନା ପୁଲିସ । ଯୁବକ ସୌମ୍ୟରଂଜନ ଦାସଙ୍କୁ ୪ ଅନ୍ତେବାସୀ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲେ ନିଶାମୁକ୍ତି କେନ୍ଦ୍ରର ମାଲିକ । ପୁଲିସକୁ ବିଭ୍ରାନ୍ତିକର ତଥ୍ୟ ଦେଇ ଗୋଲ୍ ଗୋଲ୍ ବୁଲାଉଥିଲେ । ଏପରିକି ନିଶାମୁକ୍ତ କେନ୍ଦ୍ର ପରିଚଳନା କ୍ଷେତ୍ରରେ ମଧ୍ୟ ଅବହେଳା ସାମ୍ନାକୁ ଆସିଛି । ନିଶାମୁକ୍ତି କେନ୍ଦ୍ରରେ ଅପରାଧିକ କାର୍ୟ୍ୟକଳାପ ଚାଲିବାର ପ୍ରମାଣ ପାଇଛି ପୁଲିସ ।
ଏପଟେ ହତ୍ୟା ମାମଲାରେ ଗତକାଲି ଗିରଫ ହୋଇଥିବା ୪ ଅଭିଯୁକ୍ତ ମଧ୍ୟ ପୁଲିସ ଆଗରେ ଦୋଷ ସ୍ବୀକାର କରିଛନ୍ତି । କଟକ ସହରରେ ଛତୁ ଫୁଟିଲା ଭଳି ନିଶାନିବାରଣ କେନ୍ଦ୍ର ଖୋଲିଥିବା ବେଳେ ସେସବୁର ଯାଞ୍ଚ କରାଯିବ । ବେଆଇନ ଭାବେ ଚାଲିଥିଲେ ସେଗୁଡ଼ିକୁ ସିଲ୍ କରାଯିବ ବୋଲି ପୁଲିସ କହିଛି ।
କେବେ ସୁଧୁରିବ ନିଶା ନିବାରଣ କେନ୍ଦ୍ରର ଅବସ୍ଥା? କେତେ ମୁଣ୍ଡ ଗଡ଼ିବା ପରେ ଚେତିବେ ସରକାର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/22/26-2025-10-22-18-53-19.jpg)