କନକ ବ୍ୟୁରୋ : ପାରାଦୀପ ତାରିଣୀଗଡ଼ାରେ ଛାତରୁ ପଡି ମୃତ୍ୟୁ ଘଟଣାରେ ମିଳିଲା ମୃତକଙ୍କ ପରିଚୟ । ମୃତକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୋଲର ଅଞ୍ଚଳର ଜଣେ ଯୁବତୀ । ସେ ଗତ ଶନିବାର ଠାରୁ ନିଖୋଜ ଥିଲେ । ସାରଳା ରୋଡ ନିକଟରୁ ବିହାରର ଜଣେ ଯୁବକ ବାଇକରେ ଲିଫ୍ଟ ଦେବା ବାହାନାରେ ପାରାଦୀପ ନେଇ ଆସିଥିଲେ । ପରେ ତାରିଣୀଗଡ଼ାରେ ଥିବା ଖୁଣ୍ଟିଆ ନିବାସକୁ ଆଣି ଦୁଷ୍କର୍ମ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯୁବକ ଜଣକ ଖୁଣ୍ଟିଆ ନିବାସରେ ଭଡ଼ାକୁ ରହି ପାରାଦୀପରେ ଏକ କମ୍ପାନିରେ ଶ୍ରମିକ ଭାବେ କାମ କରନ୍ତି ।

Advertisment

ଘଟଣା ପରଠାରୁ ସମ୍ପୃକ୍ତ ଯୁବକକୁ ପାରାଦୀପ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି । ତେବେ ମୃତ ଯୁବତୀ ଜଣକ କ’ଣ ପାଇଁ ଘରୁ ପଳାଇ ଆସିଥିଲେ ତାହା ତାଙ୍କ ପରିବାର ପାରାଦୀପରେ ପହଞ୍ଚିଲା ପରେ ଜଣା ପଡ଼ିବ । କିନ୍ତୁ ଚାରି ମହଲା କୋଠା ଘରୁ ଯୁବତୀଙ୍କ ପ୍ୟାଣ୍ଟ ମିଳିବା, ଘରର କାନ୍ଥରେ ରକ୍ତ ଦାଗ, ଉଲଗ୍ନ ଭାବେ ଛାତ ତଳେ ମୃତଦେହ ମିଳିବା ଏସବୁ ଘଟଣାକୁ ଦେଖିଲେ ଯୁବତୀଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରି ଛାତ ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ ଘନୀଭୂତ ହୋଇଛି ।

ଅଧିକ ପଢନ୍ତୁ : ସଇତାନ ସାଜିଲେ ଶିକ୍ଷକ, ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ!


ଛାତ ଉପରେ ସାରା ରାତି ଦୁଷ୍କର୍ମ କରାଯାଇନି ତ?
ଛାତ ଉପରେ ଯୁବତୀ ଓ ଯୁବକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା କି?
ଯୁବକଙ୍କ ହାତରେ ଆଁପୁଡା ଚିହ୍ନ କେଉଁଠୁ ଆସିଲା?
ନିଜକୁ ବଞ୍ଚାଇବା ପାଇଁ ଯୁବତୀ ଛାତରୁ ଡେଇଁ ପଡିଛନ୍ତି କି?
ନା ଦୁଷ୍କର୍ମ ସହ ହତ୍ୟା କରି ଫିଙ୍ଗି ଦିଆଯାଇଛି?
ତାରିଣୀଗଡ଼ାରେ ଏକୁଟିଆ ସେହି ଯୁବକ ରହୁଥିଲେ ?
ନା ତାଙ୍କ ସହ ଭଡ଼ାରେ ରହୁଥିବା ଅନ୍ୟ ଯୁବକ ମାନେ ଥିଲେ?