କନକ ବ୍ୟୁରୋ : ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ । ୪ ମହଲା ବିଶିଷ୍ଟ ବିଲ୍ଡିଂର ପଛପଟେ ପଡ଼ି ରହିଛି ମୃତଦେହ । ଜଗତସିଂହପୁର ଜିଲ୍ଲା ପାରାଦୀପର ତାରିଣୀଗଡ଼ାରେ ଚାଞ୍ଚଲ୍ୟ । ସୂଚନା ଅନୁସାରେ, ବିଲ୍ଡିଂର ସଫେଇ କର୍ମଚାରୀ, ଭୋର ସାଢ଼େ ୫ଟାରେ ସିଡିଘର କବାଟ ଖୋଲି ଘର ସଫା କରୁଥିବା ସମୟରେ କିଛି ଶବ୍ଦ ଶୁଣିବାକୁ ପାଇଥିଲେ ।
ଅଧିକ ପଢନ୍ତୁ : ପୁଲିସ ଭ୍ୟାନକୁ ପିଟିଲା ଟ୍ରଲର :-୫ ପୁଲିସ କର୍ମଚାରୀଙ୍କ ମୃତ୍ୟୁ, ୨ ଗୁରୁତର
ଦେଖିବା ପରେ ମହିଳା ଜଣଙ୍କ ପଡ଼ିଥିବା ଦେଖିଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମହିଳା ଜଣଙ୍କୁ ଘରର ମାଲିକ ଚିହ୍ନିନଥିବା ପୁଲିସକୁ ଜଣାଇଛନ୍ତି । ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହାର କାରଣ ଜଣା ପଡିନାହିଁ । ତେବେ ମହିଳା ଜଣଙ୍କ କେଉଁଠୁ ଆସିଲେ ବା କିଏ ଆଣିଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ସନ୍ଦେହ କରାଯାଉଛି ଯେ, ମହିଳା ଜଣକ ଛାତରୁ ପଡ଼ିଯାଇଛନ୍ତି । ପୋଲିସର ତଦନ୍ତ ପରେ ସତ ସାମ୍ନାକୁ ଆସିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/23/death-2026-02-23-09-32-00.jpeg)