କନକ ବ୍ୟୁରୋ: ବାପା-ମାଙ୍କ ପରେ ଗୁରୁଙ୍କୁ ସର୍ବୋଚ୍ଚ ଆସନ ଦିଆଯାଏ । ଗୁରୁ ପାଖରେ ପିଲା ସୁରକ୍ଷିତ ବୋଲି କୁହାଯାଏ । କିନ୍ତୁ ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କର ଦାଗ । କେନ୍ଦ୍ରାପଡା ରାଜକନିକାରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ବିଦ୍ୟାଳୟର ୪ଶିକ୍ଷକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଅଭିଯୋଗ ପରେ ଶିକ୍ଷକଙ୍କୁ ଉଠାଇ ନେଇ ପଚରାଉଚୁରା କରୁଛି ପୁଲିସ ।
କେନ୍ଦ୍ରାପଡ଼ା ରାଜକନିକାରୁ ଆସିଛି ଛାତିକୁ ଥରାଇଦେବା ଭଳି ଖବର । ଯାହାକି ସଭ୍ୟ ସମାଜର ମୁଣ୍ଡକୁ ତଳକୁ ନୁଆଁଇ ଦେଇଛି । ଅଭିଯୋଗ ଅନୁସାରେ, ଏକ ଘରୋଇ ସ୍କୁଲରେ ପାଠ ପଢ଼ୁଥିବା ମାତ୍ର ୧୨ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛି । ଚାରି ଜଣ ଶିକ୍ଷକ ଗତ ଦୁଇବର୍ଷ ହେବ ବାରମ୍ବାର ଝିଅକୁ ଦୁଷ୍କର୍ମ କରି ଆସୁଥିଲେ । ଏକଥା କହିଲେ, ଭାଇକୁ ମାରିଦେବାକୁ ଧମକ ଦେଉଥିଲେ । ଶେଷରେ ଜାନୁଆରି ମାସରେ ଝିଅଟି ମା ଆଗରେ କହିଥିଲା ତା ସହ ଘଟିଥିବା ଲୋମଟାଙ୍କୁରା କାହାଣୀ । ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ ଅଭିଭାବକ । ସ୍କୁଲ କର୍ତ୍ତୁପକ୍ଷ କିଛି ନବୁଝିବାରୁ ପରିବାର ଲୋକେ ଏନେଇ ଜିଲ୍ଲା ଶିଶୁ ମଂଗଳ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ପାଇବା ପରେ ପୀଡିତାଙ୍କ ଘରକୁ ଯାଇ ବୟାନ ରେକର୍ଡ କରିବା ସହ ସ୍କୁଲକୁ ଯାଇ ପଚରାଉଚୁରା କରିଛନ୍ତି ଜିଲ୍ଲା ଶିଶୁ ମଂଗଳ ଅଧିକାରୀ ।
ଏହା ବି ପଢ଼ନ୍ତୁ: ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ : ଚାଲିଗଲା ମା’ଝିଅଙ୍କ ଜୀବନ
ଅଭିଯୋଗ ପରେ ପକ୍ସୋ ଆଇନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପୁଲିସ । ୪ଶିକ୍ଷକ ଓ ସହଯୋଗୀଙ୍କୁ ଉଠାଇ ନେଇ ପଚରାଉଚୁରା କରିଛି । ଅଧିକ ତଦନ୍ତ ପାଇଁ ଆଡିସିନାଲ ଏସପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଅନ୍ୟପଟେ ପୀଡିତାଙ୍କ ଗାଁକୁ ଯାଇ ଆଲୋଚନା କରିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । କେନ୍ଦ୍ରାପଡ଼ା ରାଜକନିକାର ଏହି ଖବର ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଲକ୍ଷ ଲକ୍ଷ ଅବିଭାବକଙ୍କ ଭିତରେ ଭୟ ସୃଷ୍ଟି କରିଛି । କାହା ଭରସାରେ ପିଲାଙ୍କୁ ସ୍କୁଲକୁ ଛାଡିବେ ସେନେଇ ଚିନ୍ତାରେ ପଡିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/21/rajnagar-2026-02-21-19-50-20.png)