କନକ ବ୍ୟୁରୋ; କେନ୍ଦ୍ରାପଡା ଗରଦପୁର ବ୍ଲକ ରାଏସର ଗାଁର ରାଜେଶ କୁମାର ମହାନ୍ତି । ମେକାନିକାଲ ଇଞ୍ଜିନିୟରିଂ କରିବା ପରେ ଭଲ ଦରମାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ହେଲେ ନିଜ ଉଦ୍ୟମରେ କିଛି କରି ସ୍ଥାନୀୟ ଅଂଚଳର ଯୁବକ ଯୁବତୀ ମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ପିଲାଟି ଦିନରୁ ଦେଖିଥିବା ସ୍ବପ୍ନ ଆଜି ତାଙ୍କୁ ଦେଇଛି ସଫଳତା । ରାଜେଶ ଚାକିରି ଛାଡ଼ି ଗାଁରେ ଏକ ଏନଭାରମେଣ୍ଟାଲ କଣ୍ଟ୍ରୋଲ କୁକୁଡା ଫାର୍ମ କରିଛନ୍ତି । ଏହି କାମରେ ତାଙ୍କୁ ତାଙ୍କ ପତ୍ନୀ ପୂର୍ଣ୍ଣ ସହଯୋଗ କରନ୍ତି । ରାଜେଶ ତାଙ୍କର ପତ୍ନିଙ୍କ ନାମରେ ମୁଖମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧ କୋଟି ୫୦ ହଜାର ଟଙ୍କାର ରୁଣ ଆଣି ୧୨ ହଜାର ୫୦୦ଟି କୁକୁଡ଼ା ରହିବା କ୍ଷମତା ବିଶିଷ୍ଠ ଏକ କୁକୁଡା ଫାର୍ମ ପ୍ରତିଷ୍ଠା କରିଛନ୍ତି ।
ଅଧିକ ପଢନ୍ତୁ ; କ୍ଷତିପୂରଣ ଦାବିରେ କୁକୁଡା ଚାଷୀଙ୍କ ବିକ୍ଷୋଭ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଆନ୍ଦୋଳନ
ରାଜେଶ ଇଞ୍ଜିନିୟରିଂ ପାଠ ପଢିବା ସହ ୨୦୧୮ ମସିହାରୁ କୁକୁଡ଼ା ଚାଷ ଆରମ୍ଭ କରିଥିଲେ । ପାଠପଢା ସରିବା ପରେ ଚାକିର କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବିଷୟରେ ଜାଣିବା ପରେ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ୫ ଏକର ଜମିରେ କୁକୁଡ଼ା ଫାର୍ମ କରିଛନ୍ତି । ଏହି ଯୋଜନାରେ ତାଙ୍କୁ ୫୦ ପ୍ରତିଶତ ସବସିଡି ମିଳିଛି। ତାଙ୍କ କୁକୁଡା ଫାର୍ମରେ ୫ଜଣ ଯୁବକଙ୍କୁ ନିଯୁକ୍ତି ଦେଇ ବର୍ଷକ ବାରମାସ କାମ ଯୋଗାଇଛନ୍ତି ରାଜେଶ। ଏପର୍ଯ୍ୟନ୍ତ ୭ଟି ବ୍ୟାଚ୍ କୁକୁଡ଼ା ତାଙ୍କ ଫାର୍ମରୁ ବିକ୍ରି ହୋଇସାରିଲାଣି । ସବୁ ଖର୍ଚ୍ଚ ଯାଇ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ସେ ଆତ୍ମନିର୍ଭରଶୀଳ ହୋଇଥିବା କହିଛନ୍ତି । ଯୁବ ଇଞ୍ଜିନିୟର ରାଜେଶ ଚାକିରି ଛାଡି ଗାଁରେ ଏଭଳି କୁକୁଡା ଫାର୍ମ ପ୍ରତିଷ୍ଠା କରି ସଫଳତା ପାଇବା ସହିତ କିଛି ଯୁବକଙ୍କୁ ତାଙ୍କର ଫାର୍ମରେ କାମ ଯୋଗାଇଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରରଣା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/21/kukuda-farm-2025-12-21-21-19-59.png)