କନକବ୍ୟୁରୋ: ବାର୍ଡ-ଫ୍ଲୁ ପାଇଁ ସତର୍କତା। ପୁରୀ ଜିଲ୍ଲାର ୩ଟି ବ୍ଲକରେ ୩ ମାସ ପର୍ୟ୍ୟନ୍ତ ହୋଇପାରିବ ନାହିଁ କୁକୁଡ଼ା ଚାଷ । ଏହାସହ ୧୪୧ କୁକୁଡା ଫାର୍ମ ସିଲ କରାଯାଇଛି । ପିପିଲି, ଡେଲାଙ୍ଗ, ସତ୍ୟବାଦୀରେ ଆଗାମୀ ୩ ମାସ ଯାଏଁ କୁକୁଡ଼ା ଚାଷ କରିପାରିବେ ନାହିଁ ଚାଷୀ । 

ପିପିଲି ବ୍ଲକର ୮୬୧ଟି କୁକୁଡ଼ା ଫାର୍ମରୁ ୫୫ଟି ଫାର୍ମ ସିଲ ହୋଇଛି । ଡେଲାଙ୍ଗ ବ୍ଲକରେ ୩୪୪ଟି ଫାର୍ମ ରହିଛି। ବିଶୋଧନ କରି  ୬୪ଟି ଫାର୍ମକୁ ସିଲ୍ କରାଯାଇଛି । ସେହିଭଳି ସତ୍ୟବାଦୀରେ ୨୨ଟି କୁକୁଡ଼ା ଫାର୍ମକୁ ବିଶୋଧନ କରି ସିଲ କରିଛି ପ୍ରାଣୀ ସମ୍ପଦ ବିଭାଗ । 

ଏହି ସବୁ ଫାର୍ମରେ କୁକୁଡ଼ା ଚିଆଁ ଛାଡି ପାରିବେନି ଚାଷୀ । ବାର୍ଡ-ଫ୍ଲୁ କ୍ଷୟକ୍ଷତି ପୂରଣରୁ ବଂଚିତ କୁକୁଡ଼ା ଚାଷୀ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଆସନ୍ତା ସାତ ଦିନରେ ବିଭାଗ କ୍ଷତି ପୂରଣ କଥା ନବୁଝନ୍ତି ଚାଷୀ ସମୂହ ରାଜରାସ୍ତା ଅବରୋଧ କରି ଅଖଚକ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି  ।