କନକ ବ୍ୟୁରୋ: ଚାଷୀଙ୍କୁ ମାରନି, କୁକୁଡ଼ା ମାର। ଏହାସହ କ୍ଷତିପୂରଣ ଦେବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କୁକୁଡ଼ା ଚାଷୀ ସଂଘ। ବାର୍ଡ ଫ୍ଲୁ ଯୋଗୁଁ ପିପିଲି, ସତ୍ୟବାଦୀ ଓ ଡେଲାଙ୍ଗ ଅଂଚଳର ଶତାଧିକ ଚାଷୀ ବ୍ୟାନର ଧରି ସରକାରଙ୍କୁ ନିଜ ଦାବି ଜଣାଇଛନ୍ତି। ବାର୍ଡ ଫ୍ଲୁ ବ୍ୟାପିଥିବା ଯୋଗୁଁ ଶତାଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। କିନ୍ତୁ କେବଳ ପିପିଲି ଅଂଚଳର ୨୦ ଜଣ ଚାଷୀ, ସତ୍ୟବାଦୀର ୩୨ଜଣ ଚାଷୀ, ନିମାପଡ଼ାର ଓ ଡେ ଲାଙ୍ଗର ମାତ୍ର ୮ ରୁ ୧୦ଜଣ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଇଛି। ଏବଂ ଅନେକ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଇନଥିବା ଅଭିଯୋଗ ହୋଇଛି। ବହୁତ ଚାଷୀ କ୍ଷତିପୂରଣ ପାଇବାରୁ ଏଯାଏଁ ବଂଚିତ ଅଛନ୍ତି। ତେଣୁ ରାଜରାସ୍ତାକୁ ବାହାରି ସେମାନେ ନିଜର କ୍ଷୋଭ ଜଣାଇଛନ୍ତି।