କନକ ବ୍ୟୁରୋ : ଘରର ଚାରି କାନ୍ଥ ମଧ୍ୟରେ ମହିଳାମାନେ ଏବେ ଆବଦ୍ଧ ନୁହନ୍ତି ବରଂ ସବୁ କ୍ଷେତ୍ରରେ ଆଗୁଆ । ନିଜ ପାଇଁ ନିଜେ ଖୋଜୁଛନ୍ତି ରୋଜଗାରର ବାଟ । ଆଉ ଏମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ବଳ ଯୋଗାଉଛି ସ୍ୱୟଂ ସହାୟକ ଗୋଷ୍ଠୀ । ମିସନ ଶକ୍ତି ସହାୟତାରେ ଗାଁର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକତ୍ରିତ ହୋଇ ମିସନ ଶକ୍ତି କାଫେ ଚଳାଉଛନ୍ତି ।
ସମବାୟ ବ୍ୟାଙ୍କ ଉପରେ ସ୍ୱୟଂ ସହାୟକ ଗୋଷ୍ଠୀର ଚାପ: ଋଣ ନେବା ପରେ ବି ହେଉନି ପରିଶୋଧ
ଉପାନ୍ତ ହେଉ ଅବା ଉପକୂଳ ସବୁଠି ଓ ସବୁ କ୍ଷେତ୍ରରେ ମହିଳା ଆଗରେ । ବିଶେଷକରି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ମହିଳା ମାନେ ମିସନ ଶକ୍ତି କାଫେରୁ ରୋଜଗାର କରିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ । ରାମନାଗୁଡ଼ା ସଦର ମହକୁମାରେ ଥିବା ମିସନ ଶକ୍ତି କାଫେ ଚଳାଉଛନ୍ତି ଏସ୍ଏଚଜି ମହିଳା । ମା ମାଝୀ ଗୌରୀ ପଂଚାୟତ ସମିତି ମହାସଂଘର ମହିଳା ମାନେ ଏହି କାଫେ ଚଳାଉଛନ୍ତି । ପୂର୍ବରୁ ଏହି ଗାଁ ମହିଳା ମାନେ ନିଜ ସ୍ୱାମୀଙ୍କ ରୋଜଗାର ଉପରେ ନିର୍ଭର କରୁଥିଲେ । କିନ୍ତୁ ନିଜେ ରୋଜାଗାରକ୍ଷମ ହେବା ଆଶାରେ ୧୨ଟି ପଂଚାୟତର ୧୩ ଜଣ ମହିଳା ଏକାଠି ଏଭଳି କିଛି କାମ ହାତକୁ ନେଇଛନ୍ତି ।
ବାରିପଦା ଟସର ଗାଁର ଯୁବଚାଷୀ ମନୋରଞ୍ଜନ, ବାଇଗଣ ଚାଷରୁ ମାସକୁ ଲକ୍ଷାଧିକ ଟଙ୍କା କରୁଛନ୍ତି ରୋଜଗାର
ପୂର୍ବରୁ ଗୋଷ୍ଠୀ ଗଠନ କରିବା ପରେ ମହିଳା ମାନେ ମାଣ୍ଡିଆରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ, ଖଲିପତ୍ର, ପାମ୍ପଡ଼, ବଡ଼ି ଇତ୍ୟାଦି ପ୍ରସ୍ତୁତ କରି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ । ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରୁଥିଲେ । କିନ୍ତୁ ଏଥିରେ ଆତ୍ମସନ୍ତୋଷ ମିଳିନଥିଲା । ନୂଆକିଛି କାମ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଋଣ ଆଣିଲେ । କାଫେ ପରିଚାଳନା ପାଇଁ ଆବଶ୍ୟକୀୟ ତାଲିମ ଭୁବନେଶ୍ୱରରୁ ନେଇଛନ୍ତି ଏହି ମହିଳା। ବ୍ଲକ ପରିସରରେ ଥିବା କାଫେ ଏବେ ସରକାରୀ ଓ ବେସରକାରୀ କାମରେ ଆସିଥିବା ଲୋକଙ୍କୁ କମ ଦରରେ ଆହାର ଯୋଗାଉଛି ।
ଫିନାଇଲ ଓ ଧୂପକାଠି ପ୍ରସ୍ତୁତ କରି ରୋଜଗାର କରୁଛନ୍ତି ଗାଁର ମହିଳା, ନିଜସ୍ୱ ଉଦ୍ୟମରେ ନିଜେ ହୋଇଛନ୍ତି ସ୍ୱାବଲମ୍ବୀ
୮ ଜଣ ମହିଳା ଏହି କାଫେରେ ନିଯୋଜିତ ହୋଇ ଆମିଷ ଓ ନିରାମିଷ ଭୋଜନ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ସରକାରୀ ସ୍ତରରେ କୌଣସି ବୈଠକ ହେଲେ ମଧ୍ୟାହ୍ନ ଭୋଜନ କିମ୍ବା ସ୍ନାକ୍ସ୍ ପାଇଁ ଏହି କାଫେକୁ ବରାଦ ମିଳିଥାଏ । ଅପରପକ୍ଷେ ଏହି କାଫେଟି ଅତ୍ୟନ୍ତ ସ୍ୱଚ୍ଛ ଏବଂ ଏଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସାମଗ୍ରୀ ଅନ୍ୟ ମାନଙ୍କ ତୁଳନାରେ ବେଶ ସ୍ୱାଦିଷ୍ଟ ବୋଲି ପ୍ରକାଶ କରିଛନ୍ତି ଗ୍ରାହକ । ମହିଳା ମାନଙ୍କର ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/23/cafe-2025-11-23-22-17-43.jpg)