ସମାଧାନ ହେବ କି ମହାନଦୀ ବିବାଦ? ଉଚ୍ଚସ୍ତରୀୟ କମିଟି ବୈଠକରୁ ବାହାରିବ କି ନିଷ୍କର୍ଷ?

Advertisment

ଓଡ଼ିଶା ଓ ଛତିଶଗଡ଼କୁ ନେଇ ରହିଥିବା ବିବାଦର ହେବ ମାନସମନ୍ଥନ । ପାଣିକୁ ନେଇ ପଡୋଶୀ ସହ କଳିରେ ପଡିପାରେ ପୂର୍ଣ୍ଣଛେଦ ।

ଓଡ଼ିଶା ଓ ଛତିଶଗଡ଼କୁ ନେଇ ରହିଥିବା ବିବାଦର ହେବ ମାନସମନ୍ଥନ । ପାଣିକୁ ନେଇ ପଡୋଶୀ ସହ କଳିରେ ପଡିପାରେ ପୂର୍ଣ୍ଣଛେଦ ।

Mahanadi River

Mahanadi River Photograph: (KanakNews)

କନକ ବ୍ୟୁରୋ:  ମହାନଦୀ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅଣ୍ଟା ଭିଡ଼ିଛନ୍ତି ଉଭୟ ମୋହନ ସରକାର । ସୋମବାର ଭୁବନେଶ୍ବରରେ ବସିବ ଉଚ୍ଚସ୍ତରୀୟ କମିଟି ବୈଠକ । ଏହି ବୈଠକରେ ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ଚାଲିବ ମାନସମନ୍ଥନ । କାହିଁକି ବିବାଦ ଜନ୍ମ ନେଲା ? ସମାଧାନର ରାସ୍ତା କ’ଣ? ଆପୋସ ବୁଝାମଣା କାହିଁକି ହେଲାନି ? ଟ୍ରିବ୍ୟୁନାଲରେ କାହିଁକି ମାମଲା ଗଡ଼ିଲା? ଏସବୁ ପ୍ରଶ୍ନର ଉତ୍ତର ଖୋଜି ସମାଧାନ ବାଟକୁ ସହଜ କରିବ କମିଟି । ବୈଷୟିକ ଏବଂ ପ୍ରାଶାସନିକ ସ୍ତରରେ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ ଏହି କମିଟି । ଏହି ଉଚ୍ଚସ୍ତରୀୟ କମିଟିରେ ସବୁ ଦଳର ସଦସ୍ୟ ଥିବାରୁ ସମାଧାନର ବାଟ ଫିଟିବ ବୋଲି ଆଶା ବଢିଛି । 

ଅଧିକ ପଢନ୍ତୁ: ତୁଟିବ ମହାନଦୀ ବିବାଦ ! ଡିସେମ୍ବରରେ ମୋହନ-ବିଷ୍ଣୁଦେଓ ସାକ୍ଷାତ !

ମହାନଦୀ ବିବାଦ ଓଡ଼ିଶା ପାଇଁ ନୂଆ ନୁହେଁ । ଉପରମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ କରୁଥିବାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରୁ ଟ୍ରିବ୍ୟୁନାଲ ଯାଏଁ ଦ୍ବାରସ୍ଥ ହୋଇଥିଲା ଓଡ଼ିଶା । ହେଲେ ସମାଧାନ ହେବା ପରିବର୍ତ୍ତେ ବିବାଦ ବଢିଥିଲା । ଏବେ ଉଭୟ ଛତିଶଗଡ ଓ ଓଡ଼ିଶାରେ ବିଜେପି ସରକାର । ତେଣୁ ଓଡ଼ିଶା ଭଳି ଛତିଶଗଡ ଉଚ୍ଚସ୍ତରୀୟ କମିଟି ଗଢି ଆଲୋଚନା ଟେବୁଲକୁ ଆସନ୍ତୁ ବୋଲି ଦାବି ରଖିଛନ୍ତି ମହାନଦୀ ବଞ୍ଚାଅ ଅଭିଯାନର ଆବାହାକ ।  ଉଚ୍ଚସ୍ତରୀୟ କମିଟି ବୈଠକ ପୂର୍ବରୁ ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ବିବାଦକୁ ନେଇ ଶୁଣାଣି ହୋଇଥିଲା । ଆପୋସ ସମାଧାନ ପାଇଁ ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କରିଛି ଟ୍ରିବ୍ୟୁନାଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe