କନକ ବ୍ୟୁରୋ : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଗକୁ ବଢିଲେ ସରକାର । ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ଏକାଠି କାମ କରିବେ । ସେପ୍ଟେମ୍ବର ମାସରେ ଉଭୟ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଟେକ୍ନିକାଲ କମିଟି ପ୍ରତି ସପ୍ତାହରେ ବସିବେ । ମହାନଦୀ ପାଣି ଭାଗବଣ୍ଟା ନେଇ ଏକ ଫ୍ରେମ୍ୱର୍କ ପ୍ରସ୍ତୁତ କରିବେ ।
ଅକ୍ଟୋବର ମାସରେ ବସିବ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ । କଥାବାର୍ତ୍ତା କେତେ ବାଟ ଆଗେଇଛି, ସେନେଇ ଉଭୟ ରାଜ୍ୟର ଜଳସମ୍ପଦ ବିଭାଗର ଅଧିକାରୀ ବସି ଆଲୋଚନା କରିବେ । ଡିସେମ୍ବର ମାସରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏକାଠି ବସି ଆଲୋଚନା କରିବେ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହାନଦୀ ଜଳ ବିବାଦର କିପରି ଦୀର୍ଘସ୍ଥୟୀ ସମାଧାନ ହୋଇପାରିବ, ସେ ଦିଗରେ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/30/mahanadi-water-dispute-2025-08-30-21-54-00.jpg)