କନକ ବ୍ୟୁରୋ: ମହାନଦୀ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅଣ୍ଟା ଭିଡ଼ିଛନ୍ତି ଉଭୟ ମୋହନ ସରକାର । ସୋମବାର ଭୁବନେଶ୍ବରରେ ବସିବ ଉଚ୍ଚସ୍ତରୀୟ କମିଟି ବୈଠକ । ଏହି ବୈଠକରେ ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ଚାଲିବ ମାନସମନ୍ଥନ । କାହିଁକି ବିବାଦ ଜନ୍ମ ନେଲା ? ସମାଧାନର ରାସ୍ତା କ’ଣ? ଆପୋସ ବୁଝାମଣା କାହିଁକି ହେଲାନି ? ଟ୍ରିବ୍ୟୁନାଲରେ କାହିଁକି ମାମଲା ଗଡ଼ିଲା? ଏସବୁ ପ୍ରଶ୍ନର ଉତ୍ତର ଖୋଜି ସମାଧାନ ବାଟକୁ ସହଜ କରିବ କମିଟି । ବୈଷୟିକ ଏବଂ ପ୍ରାଶାସନିକ ସ୍ତରରେ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ ଏହି କମିଟି । ଏହି ଉଚ୍ଚସ୍ତରୀୟ କମିଟିରେ ସବୁ ଦଳର ସଦସ୍ୟ ଥିବାରୁ ସମାଧାନର ବାଟ ଫିଟିବ ବୋଲି ଆଶା ବଢିଛି ।
ଅଧିକ ପଢନ୍ତୁ: ତୁଟିବ ମହାନଦୀ ବିବାଦ ! ଡିସେମ୍ବରରେ ମୋହନ-ବିଷ୍ଣୁଦେଓ ସାକ୍ଷାତ !
ମହାନଦୀ ବିବାଦ ଓଡ଼ିଶା ପାଇଁ ନୂଆ ନୁହେଁ । ଉପରମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ କରୁଥିବାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରୁ ଟ୍ରିବ୍ୟୁନାଲ ଯାଏଁ ଦ୍ବାରସ୍ଥ ହୋଇଥିଲା ଓଡ଼ିଶା । ହେଲେ ସମାଧାନ ହେବା ପରିବର୍ତ୍ତେ ବିବାଦ ବଢିଥିଲା । ଏବେ ଉଭୟ ଛତିଶଗଡ ଓ ଓଡ଼ିଶାରେ ବିଜେପି ସରକାର । ତେଣୁ ଓଡ଼ିଶା ଭଳି ଛତିଶଗଡ ଉଚ୍ଚସ୍ତରୀୟ କମିଟି ଗଢି ଆଲୋଚନା ଟେବୁଲକୁ ଆସନ୍ତୁ ବୋଲି ଦାବି ରଖିଛନ୍ତି ମହାନଦୀ ବଞ୍ଚାଅ ଅଭିଯାନର ଆବାହାକ । ଉଚ୍ଚସ୍ତରୀୟ କମିଟି ବୈଠକ ପୂର୍ବରୁ ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ବିବାଦକୁ ନେଇ ଶୁଣାଣି ହୋଇଥିଲା । ଆପୋସ ସମାଧାନ ପାଇଁ ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କରିଛି ଟ୍ରିବ୍ୟୁନାଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/21/mahanadi-river-2025-12-21-20-37-41.jpg)