କନକ ବ୍ୟୁରୋ : ବଦଳିଯାଇପାରେ ରାଜନୀତି ଗଣିତ । ଆଉଥରେ ପ୍ରମାଣିତ ହେବ ବିଜେଡି-ବିଜେପି ପରସ୍ପରଠାରୁ କେତେ ଦୂରରେ ଅଛନ୍ତି । ୨୦୨୪ ନିର୍ବାଚନ ପରର ଗଣିତ ଉପରେ ଏବେ ରାଜ୍ୟ ରାଜନୀତିର ନଜର । ହଁ, ଆମେ ମାର୍ଚ୍ଚ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ କଥା ହିଁ କହୁଛୁ । ବିଧାନସଭାର ସଂଖ୍ୟା ଗଣିତ କହୁଛି, ପ୍ରଥମ ଓ ଦ୍ବିତୀୟ ଆସନ ପଦ୍ମଦଳିଆ ନେତା ନେବେ। ହେଲେ ତୃତୀୟ ଆସନରେ କିଏ ହେବେ ବିଜେଡି ମୁହଁ। ଆଉ ଚତୁର୍ଥ ଆସନ ପୂର୍ବଭଳି ବୁଝାମଣାରେ ଦିଆଯିବ ନା ଘୋଡ଼ାବେପାର ପାଇଁ ରାସ୍ତା ଖୋଲିବ ।
ଅଧିକ ପଢ଼ନ୍ତୁ : ନୂଆବର୍ଷ ପୂର୍ବରୁ ରାଜନୀତିରେ ନୂଆମୋଡ଼: ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂରେ ନାହିଁ ହାତ ଚିହ୍ନ
ବର୍ଷ ୨୦୨୬ ଓଡ଼ିଶା ରାଜନୀତିରେ ଘଟଣାବହୁଳ ହେବ । ରାଜ୍ୟ ରାଜନୀତିକୁ ରୋଚକ କରିବ ରାଜ୍ୟସଭା ନିର୍ବାଚନ । ଖାଲି ହେବାକୁ ଥିବା ୪ ଆସନ ପାଇଁ ପଡିବ ଭୋଟ । (ମୁନା ଖାଁ, ନିରଞ୍ଜନ ବିଶି, ସୁଜିତ କୁମାର, ମମତା ମହନ୍ତ)। ସଂଖ୍ୟା ଦୃଷ୍ଟିରୁ ୨ ଆସନ ବିଜେପି ଖାତାକୁ ଯିବ । ତୃତୀୟ ଆସନ ବିଜେଡିର। ହେଲେ କାହାକୁ ପଠାଇବେ ନବୀନ ? ସରପ୍ରାଇଜ ଦେବେ କି ବିଜେଡି ସୁପ୍ରିମୋ ? ସଂତୃପ୍ତ ମିଶ୍ରଙ୍କ ଋଣ ଶୁଝିବେ ନା ବବିଙ୍କ ଲବିରେ ଲଗାଇବେ ମୋହର ? ଗଳାବାଟରେ ପ୍ରବେଶ କରିବେ କି ପାଣ୍ଡିଆନ ଦମ୍ପତି?
ବିଜେଡି ଭିତର ଛକାପଞ୍ଝା, ବୟାନବାଜି ପଛର କାରଣ ହେଉଛି, ତିନି ନମ୍ୱର ଆସନ ପୂରଣ କରିବା ଲାଗି ଦୁଇ ନମ୍ୱର ନେତାଙ୍କୁ ବାଛିବେ ନବୀନ । ଏ ଆଶଙ୍କା ଏଇଥିପାଇଁ ବଢୁଛି, କାରଣ ପ୍ୟାରୀ ମୋହନ ମହାପାତ୍ରଙ୍କୁ ରାଜ୍ୟସଭା ପଠାଇ ଦଳରେ ତାଙ୍କୁ ୨ନମ୍ୱର ବୋଲି ଅଘୋଷିତ ନିଷ୍ପତ୍ତି ଶୁଣାଇଥିଲେ ବିଜେଡି ମୁଖିଆ।
ଅଧିକ ପଢ଼ନ୍ତୁ : ୨୦୨୬ ରାଜ୍ୟ ରାଜନୀତିରେ ହୋଇପାରେ ବଡ଼ ପରିବର୍ତ୍ତନ, ରାଜ୍ୟସଭା ଓ ପଞ୍ଚାୟତ ନିର୍ବାଚନ ପାଇଁ ପାଗଭିଡ଼ା ଆହ୍ୱାନ
ଚତୁର୍ଥ ଆସନ ଆହୁରି ରୋଚକ ହେବ। କୌଣସି ଦଳ ପାଖରେ ପ୍ରଥମ ପସନ୍ଦର ବଳକା ୩୧ ବିଧାୟକଙ୍କ ସମର୍ଥନ ନାହିଁ । ପୂର୍ବରୁ ଅଶ୍ବିନୀ ବୈଷ୍ଣବ ସାଜିଥିଲେ ମିଳିତ ପ୍ରାର୍ଥୀ । ଏବେ ସେ ମୁହଁଟି କିଏ ? ଦିଲ୍ଲୀପ ରାୟଙ୍କ ଭଳି ନେତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଆଉ ଗୋଟିଏ ବର୍ଗ କହୁଛନ୍ତି ମୋଦୀ ଫୋନ୍ କରିବେ, ନବୀନ ଶୁଣିବେ । ରାଜ୍ୟସଭାର ଚତୁର୍ଥ ଆସନ ହିଁ ନିର୍ଣ୍ଣୟ କରିବ ଓଡ଼ିଶାରେ ପ୍ରସ୍ତାବିତ ଆଞ୍ଚଳିକ ଦଳ ଗଠନ ଓ କଂଗ୍ରେସର ଉତଥାନର ଭବିଷ୍ୟତ ।
Follow Us