କନକ ବ୍ୟୁରୋ : ୨୦୨୬ ରାଜ୍ୟ ରାଜନୀତି ଦେଖିବ ଅନେକ ସମୀକରଣ। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ଚ୍ୟାଲେଞ୍ଜଭରା ରହିବ। କାରଣ ନୂଆବର୍ଷ ପ୍ରାରମ୍ଭରୁ ରାଜ୍ୟସଭା ନିର୍ବାଚନର ଅନେକ ହଟଚମଟ ଦେଖିବେ ରାଜ୍ୟବାସୀ। 

Advertisment

ସରିସରି ଆସୁଛି ବର୍ଷ ୨୦୨୫ । ହେଲେ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଚର୍ଚ୍ଚିତ ଘଟଣାବହୁଳ, ରୋମାଞ୍ଚକର ଥିଲା ଏ ବର୍ଷ। ଓଡ଼ିଶା ରାଜନୀତି ଦେଖିଥିଲା ଅନେକ ଉତଥାନ ପତନ ଓ ପଟ୍ଟ ପରିବର୍ତ୍ତନ। ଅନେକ ହେଭିୱେଟଙ୍କ ଦଳ ଡିଆଁ। ରାଜନୈତିକ ଗୋଷ୍ଠୀ କନ୍ଦଳ ଓ ଆମଦାନୀ ନେତାଙ୍କୁ ଆଣି ଶକ୍ତି ବଢ଼ାଇଥିଲେ ରାଜନୈତିକ ଦଳ। ହେଲେ ନୂଆବର୍ଷ ୨୦୨୬, ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିବ। କାରଣ ଏହି ବର୍ଷରେ ବହୁତ କିଛି ଘଟଣା ଘଟିବାକୁ ବାକି ରହିଛି ।

ଅଧିକ ପଢ଼ନ୍ତୁ :   ନୂଆବର୍ଷରେ ନୂଆ ଆଞ୍ଚଳିକ ଦଳ ! ଓଡ଼ିଶା ରାଜନୀତିରେ ବଡ଼ ହଲଚଲ

ଏପ୍ରିଲରେ ସରିବ ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ । ସଂଖ୍ୟା ଦୃଷ୍ଟିରୁ ୨ଟି ବିଜେପି, ଗୋଟିଏ ବିଜେଡି । ଅନ୍ୟଟିକୁ ନେଇ ରାଜନୈତିକ ହଟଚମଟ ଜାରି ରହିବ। କାରଣ ବିଜେଡିରେ ଯେଉଁ ଅସନ୍ତୋଷ ରହିଛି, ତାହା ନିର୍ବାଚନରେ ପ୍ରତିଫଳନ ହୋଇପାରେ। 
୨୦୨୬ରେ ପଞ୍ଚାୟତ ନିର୍ବାଚନ ପାଇଁ ପଡ଼ିବ ମୂଳଦୁଆ। ତୃଣମୂଳସ୍ତରର ନିର୍ବାଚନକୁ ନେଇ ଅନେକ ଅଙ୍କକଷା ଚାଲିବ। ତେଣୁ ଏହି ବର୍ଷ ତିନି ରାଜନୈତିକ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। କିଛିଦିନ ହେଲା ରାଜ୍ୟ ରାଜନୀତିରେ ନୂଆ ଦଳକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି। କଂଗ୍ରେସରୁ ମହମ୍ମଦ ମୋକିମ୍ ବିଦାହେବା ପରେ ନୂଆ ଦଳକୁ ନେଇ ଅଙ୍କ କଷୁଛନ୍ତି। କୁହାଯାଉଛି, ୨୦୨୬ରେ ରାଜ୍ୟ ରାଜନୀତି ନୂଆ ସମୀକରଣ ଦେଖିପାରେ।

ଅଧିକ ପଢ଼ନ୍ତୁ :   ବିଜେଡି ପ୍ରତିଷ୍ଠା ଦିବସର ୨୪ଘଣ୍ଟା ପୂର୍ବରୁ ରାଜନୀତିକୁ ଉଷ୍ଣ କରିଥିଲା ଭୂପିନ୍ଦରଙ୍କ ବୟାନ,  ପ୍ରତିଷ୍ଠା ଦିବସରେ ମୁହଁ ଖୋଲିଲେ ସୁପ୍ରିମୋ

ମୋହନ ସରକାରକୁ ୧୮ ମାସ ବିତିଥିଲେ ବି ଅନେକ କାର୍ଯ୍ୟକ୍ରମ  ଅଧାଗଢ଼ା ହୋଇରହିଛି । ଏପର୍ଯ୍ୟନ୍ତ  ସମ୍ପୂର୍ଣ୍ଣ ହୋଇପାରିନି ମନ୍ତ୍ରିମଣ୍ଡ ଳ। ନିଗମ ବୋର୍ଡ ପଦ ଖାଲି ପଡ଼ିଛି । ତେଣୁ ଏଗୁଡ଼ିକୁ ପୂରଣ କରି ଶାସକ ଦଳ ଆଗକୁ ବଢ଼ିବ ବର୍ଷ ୨୦୨୬ରେ । ଅନ୍ତଃକନ୍ଦଳ ଓ ଗୋଷ୍ଠୀ ବିବାଦରେ ଘାଣ୍ଟି ହେଉଥିବା ବିଜେଡି ପାଇଁ ନୂଆବର୍ଷ ଆହ୍ବାନ ପୂର୍ଣ୍ଣ ହେବ। ଯଦି ମୁଖିଆ ସବୁ ନେତାଙ୍କୁ ଟ୍ରାକକୁ ନଆଣିବେ, ତାହେଲେ ବିଜେଡି ଗଡ଼ ଭୁଶୁଡ଼ିବାର ସମ୍ଭାବନା ରହିଛି । ତେଣୁ ବର୍ଷ ୨୦୨୬ ବିଜେଡି ପାଇଁ କାଠିକର ହେବ। ସେହିପରି କଂଗ୍ରେସ ସଭାପତି ଭକ୍ତଙ୍କ ପାଇଁ ସମସ୍ତଙ୍କୁ ନେଇ ଚାଲିବା ବଡ ଚ୍ୟାଲେଞ୍ଜ ।