କନକ ବ୍ୟୁରୋ : ଭାରତରେ ବୁର୍ଖାକୁ ନେଇ କିଛିିଦିନ ତଳେ ଜୋରଦାର ହଙ୍ଗାମା ହୋଇଥିଲା । ହେଲେ ଏବେ ପର୍ତ୍ତୁଗାଲରେ ସରକାର ବର୍ଖା ଉପରେ ପ୍ରତିବନ୍ଧକକୁ ଆଇନସମ୍ମତ କରିଛନ୍ତି । ଏହି କ୍ରମରେ ପର୍ତ୍ତୁଗାଲରେ ଖୁବଶୀଘ୍ର ବୁର୍ଖା ବ୍ୟାନ୍ ହେବାକୁ ଯାଉଛି । ସଂସଦରେ ବୁର୍ଖା ବ୍ୟାନକୁ ନେଇ ବିଲ୍ ମଧ୍ୟ ପାରିତ ହୋଇଛି । ଯଦି ଏହା ଆଇନରେ ପରିଣତ ହୁଏ ତେବେ ଅନ୍ୟ ୟୁରୋପୀୟ ଦେଶ ଭଳି ପର୍ତ୍ତୁଗାଲରେ ବି ବୁର୍ଖା ବ୍ୟାନ ହେବ । 

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପର୍ତ୍ତୁଗାଲ ସଂସଦରେ ସାଧାରଣ ସ୍ଥାନରେ ଲିଙ୍ଗ କିମ୍ବା ଧର୍ମ ଅଧାରରେ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ବିଲ୍ ପାରିତ ହୋଇଛି । ଏହି ପ୍ରସ୍ତାବକୁ ପର୍ତ୍ତୁଗାଲର ଫର ରାଇଟ୍ ଚେଗା ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ବିମାନ, ଦୂତାବାସ ଓ ପୂଜା ସ୍ଥଳରେ ବୁର୍ଖା ପିନ୍ଧିବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । 

ରିଲ୍ ନୁହେଁ ରିୟଲ୍ ଲାଇଫର ରାଞ୍ଚୋ : ଭିଡିଓ କଲରେ କରାଇଲେ ପ୍ରସବ , ରେଲୱେ ପ୍ଲାଟଫର୍ମରେ ଶୁଭିଲା କୁଆଁ କୁଆଁ

ପର୍ତ୍ତୁଗାଲ ସଂସଦରେ ପାରିତ ହୋଇଥିବା ବିଲ୍ ମୁତାବକ ବୁର୍ଖା ପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ । ବିଲରେ ଉଲ୍ଲେଖ ରହିଛି କି, ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିଲେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଏହି ବିଲ୍ ପର୍ତ୍ତୁଗାଲ ସଂସଦରେ ପାରିତ ହୋଇସାରିଛି । ଏହାକୁ ଆଇନରେ ପରିଣତ କରିବାକୁ ବିଲକୁ ରାଷ୍ଟ୍ରପତି ମାର୍ସଲୋ ଡି ସୁସାଙ୍କ ମଞ୍ଜୁରୀ ପାଇଁ ପଠାଯାଇଛି । ହେଲେ ରାଷ୍ଟ୍ରପତି ଚାହିଁଲେ ଏହାକୁ ତର୍ଜମା କରିବା ପାଇଁ ସାମ୍ବିଧାନିକ ନ୍ୟାୟାଳୟକୁ ପଠାଯାଇପାରିବ । ଯଦି ଏହା ରାଷ୍ଟ୍ରପତିଙ୍କ ମୋହର ପାଇ ଆଇନରେ ପରିଣତ ହେଉଛି ତେବେ ପର୍ତ୍ତୁଗାଲ ବି ଅଷ୍ଟ୍ରିଆ, ଫ୍ରାନ୍ସ, ବେଲଜିୟମ ଓ ନେଦରଲାଣ୍ଡ ଭଳି ୟୁରୋପୀୟ ଦେଶ ସହ ସାମିଲ ହୋଇଯିବ । ଏସବୁ ଦେଶରେ ବୁର୍ଖା ପିନ୍ଧିବା ଉପରେ ଆଂଶିକ ଓ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିଛି । 

ରାଉରକେଲାରେ ବାଳ ସୁଧାରଗୃହରେ ଚଢ଼ାଉ : ସ୍ବତନ୍ତ୍ର ଜେଲର ଓ ପୁଲିସ୍‌ର ରେଡ୍‌ରେ ଜବତ ହେଲା ବ୍ୟାପକ ନିଶାଦ୍ରବ୍ୟ

ପର୍ତ୍ତୁଗାଲର ଅଧିକାଂଶ ମହିଳା ବୁର୍ଖା ପିନ୍ଧନ୍ତି ନାହିଁ । ହେଲେ ଅନ୍ୟ ୟୁରୋପୀୟ ଦେଶ ଭଳି ଏଠାରେ ବି ବୁର୍ଖାକୁ ନେଇ ବିବାଦ ରହିଛି । ଚେଗା ପାର୍ଟି ବୁର୍ଖା ବ୍ୟାନ କରିବା ନେଇ ସଂସଦରେ ୟୁରୋପୀୟ ଦେଶମାନଙ୍କ ଉଦାହରଣ ଭାବେ ଦେଖାଇଛି । ଚେଗା ପାର୍ଟିର ଏହି ବିଲକୁ ଦକ୍ଷିଣପନ୍ଥୀଦଳମାନେ ସମର୍ଥନ କରିଛନ୍ତି ।

ସେପଟେ ପର୍ତ୍ତୁଗାଲ ସଂସଦରେ ବାମପନ୍ଥୀ ସାଂସଦମାନେ କିନ୍ତୁ ଭିନ୍ନ ଯୁକ୍ତି ରଖିଛନ୍ତି । ସେମାନଙ୍କ କହିବା କଥା ଏଭଳି ଆଇନ ଆଣି ଅନ୍ୟ ଧର୍ମର ଲୋକଙ୍କୁ ଟାର୍ଗେଟ୍ କରାଯାଉଛି ।