କନକବ୍ୟୁରୋ : ରାଉରକେଲା ସ୍ୱତନ୍ତ୍ର ଜେଲ ପରିସରସ୍ଥିତ ପ୍ଲେସ ଅଫ ସେଫ୍ଟିରେ ରଘୁନାଥପାଲି ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି l  ଡ଼ିଏସପି ରଶ୍ମି ରଞ୍ଜନ ମହାପାତ୍ର ଓ ଜେଲ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ସକାଳ ୬ଟା ୧୫ମିନିଟ ଚଢ଼ଉ ଆରମ୍ଭ କରିଥିଲେ l ଗୋଟି ଗୋଟି କରି ଚାରିଟି ସେଲରେ କଡାକଡି ଯାଞ୍ଚ କରିଥିଲେ l ପ୍ରାୟ ଦୁଇ ଘଣ୍ଟା ଚଢ଼ଉ ଜାରି ରହିଥିଲା l ଗଣ୍ଡଗୋଳ ସୃଷ୍ଟିକାରୀ ଦୁଇ ଅନ୍ତେବାସୀଙ୍କୁ ସ୍ଥାନାନ୍ତର

Advertisment

କିଛି ଅନ୍ତେବାସୀଙ୍କ ନିକଟରୁ ଗଞ୍ଜେଇ, ସିଗାରେଟ ଓ ଅନ୍ୟ ଜିନିଷ ଜବତ ହୋଇଥିବା ଜଣା ପଡିଛି l ଗଣ୍ଡଗୋଳ ସୃଷ୍ଟିକାରୀ ଦୁଇ ଅନ୍ତେବାସୀଙ୍କୁ ରାଉରକେଲା ସ୍ୱତନ୍ତ୍ର ଜେଲକୁ ସ୍ଥାନାନ୍ତର କରାଯାଇଛି l ଅନ୍ୟ ଦୁଇ ଅନ୍ତେବାସୀ ଭୟରେ ସେମାନଙ୍କ ମୋବାଇଲ ପ୍ଲେସ ଅଫ ସେଫ୍ଟି ଅଧିକାରୀଙ୍କୁ ଦେଇ ଦେଇଛନ୍ତି l ଗତ କିଛି ଦିନ ତଳେ ଆଠ ଅନ୍ତେବାସୀ ଅନ୍ୟ ଜଣେ ଅନ୍ତେବାସୀଙ୍କୁ ମାଡ଼ ମାରିଥିଲେ l 

ଭୟରେ ଅନ୍ତେବାସୀ ଜଣକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l କିଛି ଅନ୍ତେବାସୀଙ୍କ ନିକଟରୁ ଗଞ୍ଜେଇ, ସିଗାରେଟ ଓ ଅନ୍ୟ ଜିନିଷ ଜବତ ହୋଇଥିବା ଜଣା ପଡିଛି l ଗଣ୍ଡଗୋଳ ସୃଷ୍ଟିକାରୀ ଦୁଇ ଅନ୍ତେବାସୀଙ୍କୁ ରାଉରକେଲା ସ୍ୱତନ୍ତ୍ର ଜେଲକୁ ସ୍ଥାନାନ୍ତର କରାଯାଇଛି l ଅନ୍ୟ ଦୁଇ ଅନ୍ତେବାସୀ ଭୟରେ ସେମାନଙ୍କ ମୋବାଇଲ ପ୍ଲେସ ଅଫ ସେଫ୍ଟି ଅଧିକାରୀଙ୍କୁ ଦେଇ ଦେଇଛନ୍ତି l ଗତ କିଛି ଦିନ ତଳେ ଆଠ ଅନ୍ତେବାସୀ ଅନ୍ୟ ଜଣେ ଅନ୍ତେବାସୀଙ୍କୁ ମାଡ଼ ମାରିଥିଲେ l ଭୟରେ ଅନ୍ତେବାସୀ ଜଣକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l