ଆରପାରିକୁ ଚାଲିଗଲେ ସ୍ବାମୀ: ସିଲେଇ କରି ପରିବାର ଚଳାଇବାକୁ ସଂଘର୍ଷ କରୁଛି ସ୍ତ୍ରୀ

ପରିବାର କହିଲେ ୨ ଝିଅ ଆଉ ବୁଢ଼ୀ ଶାଶୁ । ବେଶ ହସଖୁସିର ସଂସାର ଥିଲା ସୁଶୀଳାଙ୍କର । ହେଲେ ସ୍ବାମୀଙ୍କ ମୃତ୍ୟୁ ପରେ ସବୁ କିଛି ବଦଳିଯାଇଛି । ଦୁର୍ବିସହ ହୋଇପଡ଼ିଛି ଜୀବନ ।

37

“Widowed Mother Struggles for Survival in a Crumbling Home” Photograph: (KanakNews)

କନକ ବ୍ୟୁରୋ: ରାଜକନିକା ବ୍ଲକ ଶିଆଳିଆ ଗାଁର ସୁଶିଳା ମଲିକ । ପରିବାର କହିଲେ ୨ ଝିଅ ଆଉ ବୁଢ଼ୀ ଶାଶୁ । ବେଶ ହସଖୁସିର ସଂସାର ଥିଲା ସୁଶୀଳାଙ୍କର । ହେଲେ ସ୍ବାମୀଙ୍କ ମୃତ୍ୟୁ ପରେ ସବୁ କିଛି ବଦଳିଯାଇଛି । ଦୁର୍ବିସହ ହୋଇପଡ଼ିଛି ଜୀବନ । ୮ ବର୍ଷ ହେଲାଣି ନିଜ ପରିବାର ପାଇଁ ସଂଘର୍ଷ କରୁଛନ୍ତି ସୁଶୀଳା । ସିଲେଇ କରି ଯାହା କିଛି ରୋଜଗାର କରୁଛନ୍ତି ସେଥିରେ ଓଳିଏ ଖାଇଲେ ଓଳିଏ ଉପାସ । ଭଲ ଘର ଖଣ୍ଡେ ବି ନାହିଁ, ଛାତରୁ ରଡ଼ ଦିଶିଲାଣି, କେଉଁଠି ଫାଟି ଆଁ ହୋଇରହିଛି । କେତବେଳ କ’ଣ ଅଘଟଣ ଘଟିବା କହିବା ଅସମ୍ଭବ । 

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୫ଟି ବିନ୍ଦୁ ଉପରେ ଆଲୋଚନା: ପର୍ଯ୍ୟାୟ କ୍ରମେ ହେବ ରତ୍ନଭଣ୍ଡାର ଗଣତି ମଣତି

ଟଙ୍କା ନଥିବାରୁ ଝିଅ ମାନଙ୍କ ପାଠପଢ଼ାରେ ଡୋରୀ ବନ୍ଧା ହୋଇଛି । ସାନ ଝିଅ କହୁଛି, ପଢ଼ିବାକୁ ବହୁତ ଇଚ୍ଛା ହେଲେ ମା’ ଆମକୁ ପଢ଼ାଇପାରୁନି । ଗରିବଙ୍କ ପାଇଁ ଥିବା ଅନେକ ଯୋଜନା ଏମାନଙ୍କ ପାଇଁ ପାଲଟିଯାଇଛି ସାତ ସପନ । ଅନ୍ୟପଟେ ତଦନ୍ତ କରି ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଜକନିକା ବିଡିଓ । ତୁରନ୍ତ ଘର ଯୋଗାଇଦେବା ସହ ପିଲାଙ୍କ ପାଠ ପଢ଼ିବାର ବ୍ୟବସ୍ଥା କଲେ ଏହି ଅସହାୟ ପରିବାର ଉପକୃତ ହୋଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe