କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଜୟନଗର ପଞ୍ଚାୟତର କୁଜିପୁରୁ ଗାଁର କିଶ୍ଵର ଦାସ ଙ୍କ ଭାଣିଜୀ ପ୍ରିୟଙ୍କା ଦାସଙ୍କୁ ଗାରଡ଼ପୁର  ଗାଁ ର ସୁବ୍ରତ ନାୟକ ଓ ତାଙ୍କ ମା ମନୋରମା ନାୟକ ଝିଅ ଦେଖିବାକୁ କୁଜି ପୁରୁ ଗାଁ କୁ ଆସିଥିଲେ । ଝିଅ ଓ ପୁଅ କିଛି କଥା ହେବା ଲାଗି ପୁଅ ସୁବ୍ରତ କହିଥିଲା ।  ପୁଅ ଓ ଝିଅ ଗୋଟିଏ ଘରେ କଥା ହେବାକୁ ଯାଇଥିଲେ । ହେଲେ ସୁବ୍ରତ ଘର କବାଟ ବନ୍ଦ କରି ଝିଅ ପ୍ରିୟଙ୍କା କୁ ଏକ ଛୁରୀ ରେ ଗଳାକୁ କାଟି ଦେଇଥିଲେ ।  ଝିଅର ପରିବାର ଲୋକ ଝିଅର ଚିତ୍କାର ଶୁଣି ଘର କବାଟ ଭାଙ୍ଗି ଝିଅକୁ ଉଦ୍ଧାର କରିଥିଲେ ଓ ଗାଁ ଲୋକମାନେ ଅଭିଯୁକ୍ତ ସୁବ୍ରତକୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି  ପୋଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରୁ ଯୁବକକୁ ଥାନାକୁ ଆଣିଥିଲେ ।

Advertisment

ପ୍ରିୟଙ୍କାଙ୍କୁ ପରିବାର ଲୋକ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ବାସ୍ୟ କେନ୍ଦ୍ର କୁ ଆଣି ଥିଲେ, ସେଠାରେ ତାଙ୍କ ଚିକିତ୍ସା କରିବା ପରେ ରାଜକନିକା ଥାନାରେ ପ୍ରିୟଙ୍କାଙ୍କ ମାମୁଁ କିଶ୍ଵର ଦାସ ଏତଲା ଦେଇଥିଲେ ।

ପୋଲିସ ଥାନାରେ ଏକ ମାମଲା ରୁଜୁ କରି ଯୁବକ କୁ ଗିରଫ ତଦନ୍ତ ଚଳାଇଛି । ହେଲେ ପୁଲିସ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛି ।