କନକ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୫ଟି ବିନ୍ଦୁ ଉପରେ ଆଲୋଚନା ହୋଇଛି । ପର୍ଯ୍ୟାୟ କ୍ରମେ ହେବ ରତ୍ନଭଣ୍ଡାର ଗଣତି ମଣତି । ଅକ୍ଷୟ ତୃତୀୟା ପୂର୍ବରୁ ଗଣତି ମଣତି ଲାଗି ସେବାୟତ ମାନେ ପ୍ରସ୍ତାବ ଦେଇଛନ୍ତି । ଏମାର ମଠର ରୁପା ଇଟାକୁ ଶ୍ରୀଜଗନ୍ନାଥ ମନ୍ଦିର ଅଧୀନକୁ ଆଣିବା ଲାଗି ପ୍ରୟାସ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ସୁନାବେଶର ଆଉ ଗୋଟେ ସେଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅର୍ଥ ସବ୍‌ କମିଟିରେ ବଜେଟ ପାସ ହୋଇଛି । 

Advertisment

ଲୁହା ଶିକୁଳିରୁ ମୁକୁଳିବେ ପାରାଦୀପର ଜ୍ୟୋତ୍ସ୍ନା, ସହଯୋଗର ହାତ ବଢ଼ାଇଲେ ସମାଜସେବୀ ସ୍ନେହମୟୀ

ଖୁବଶୀଘ୍ର ଭକ୍ତଙ୍କ ଲାଗି ଖୋଲାଯିବ ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀମନ୍ଦିର ପ୍ରଶାସନ ଏହାକୁ ପରିଚାଳନା କରିବ । ନାଟ ମଣ୍ଡପରେ ଧାଡ଼ି ଦର୍ଶନ ସମ୍ପର୍କରେ ମଧ୍ୟ ବିଶେଷ ଆଲୋଚନା ହୋଇଛି । ଦିବ୍ୟାଙ୍ଗମାନେ କିଭଳି ସୁବିଧାରେ ଦର୍ଶନ କରିପାରିବେ, ସେ ଉପରେ ବି ଏହି ବୈଠକରେ ଆଲୋଚନା ହୋଇଛି । ଇସ୍କନର ଅଦିନିଆ ରଥଯାତ୍ରା ଉପରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେବାୟତ କଲ୍ୟାଣ ପାଣ୍ଠି ନେଇ ପେନସନ ରାଶି ବୃଦ୍ଧି କରାଯାଇଛି । ବରିଷ୍ଠ ସେବାୟତଙ୍କୁ ୪ ହଜାର ବଦଳରେ ୫ ହଜାର ଟଙ୍କା ମିଳିବ । ସେହିପରି ପୁରୀ ବାସିନ୍ଦାଙ୍କ ଶୃଙ୍ଖଳିତ ଓ ସହଜ ଦର୍ଶନ ଲାଗି ସ୍ୱତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରାଯିବ ।