କାହିଁକି ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଉଠାଇନେଲା ଆମେରିକା ସେନା ? ଟ୍ରମ୍ପ ଏବଂ ମାଦୁରୋଙ୍କ ମଧ୍ୟରେ ଶତ୍ରୁତାର କାରଣ କଣ ?

Advertisment

ଏହା ଭିତରେ ସମସ୍ତଙ୍କ ମନରେ ପ୍ରଶ୍ନ କିଏ ନିକୋଲସ୍  ମାଦୁରୋ , ଆଉ ଟ୍ରମ୍ପ ତାଙ୍କର ଶତ୍ରୁ କାହିଁକି ?  ଦୁଇ ଦେଶର ଶତ୍ରୁତା କ’ଣ ସାରା ଦୁନିଆକୁ ବିଶ୍ବ ଯୁଦ୍ଧ ଆଡ଼କୁ ଟାଣିନେଇଯିବକି ?

ଏହା ଭିତରେ ସମସ୍ତଙ୍କ ମନରେ ପ୍ରଶ୍ନ କିଏ ନିକୋଲସ୍  ମାଦୁରୋ , ଆଉ ଟ୍ରମ୍ପ ତାଙ୍କର ଶତ୍ରୁ କାହିଁକି ?  ଦୁଇ ଦେଶର ଶତ୍ରୁତା କ’ଣ ସାରା ଦୁନିଆକୁ ବିଶ୍ବ ଯୁଦ୍ଧ ଆଡ଼କୁ ଟାଣିନେଇଯିବକି ?

Venezuela

Venezuela Photograph: (KanakNews)

କନକ ବ୍ୟୁରୋ: ଆମେରିକାର ବଡ଼ ଶତ୍ରୁ ଭେନେଜୁଏଲା ଓ ଏହାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ନେଇ ଆଜି ବିଶ୍ବ ରାଜନୀତି ହୁଲସ୍ତୁଲ ହେଉଛି । ଦାବି କରାଯାଉଛି, ଭେନେଜୁଏଲାରେ ଆମେରିକା ଆକ୍ରମଣ କରିବା ପରେ ଆମେରିକା ସେନା ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ତାଙ୍କ ଘରୁ ଉଠାଇନେଇଛି ।  ଇଏ ଖାଲି ଆକ୍ରମଣ ନୁହେଁ ବରଂ ସତ୍ତା ପରିବର୍ତ୍ତନର ସଙ୍କେତ ବୋଲି କୁହାଯାଉଛି । 

କାରାକସରେ ରାତି ସାରା ବିସ୍ଫୋରଣ
 ଚାରିଆଡ଼ କିଟିମିଟି ଅନ୍ଧାର
 ପୂରା ଆକାଶ ଧୂଆଁ ଧୂଆଁ 

ଏହା ଭିତରେ ସମସ୍ତଙ୍କ ମନରେ ପ୍ରଶ୍ନ କିଏ ନିକୋଲସ୍  ମାଦୁରୋ , ଆଉ ଟ୍ରମ୍ପ ତାଙ୍କର ଶତ୍ରୁ କାହିଁକି ?  ଦୁଇ ଦେଶର ଶତ୍ରୁତା କ’ଣ ସାରା ଦୁନିଆକୁ ବିଶ୍ବ ଯୁଦ୍ଧ ଆଡ଼କୁ ଟାଣିନେଇଯିବକି ? କାରଣ ଯେବେ ଆମେରିକା ଆକ୍ରମଣ କରେ ତାର ପ୍ରଭାବ କେବଳ ସେହି ଦେଶ ପର୍ଯ୍ୟନ୍ତ ସୀମିତ ରୁହେନି । ତାର ପ୍ରଭାବ ସାରା ବିଶ୍ବ ଉପରେ ପଡ଼େ ।  ନିକୋଲସ୍ ମାଦୁରୋ ଭେନେଜୁଏଲାର ଏଭଳି ରାଷ୍ଟ୍ରପତି ଯାହାଙ୍କ କାହାଣୀ ମାଟିରୁ ଉଠି ଆକାଶରେ ଉଡ଼ିବା ପରି । ଜଣେ ସାଧାରଣର ପରିବାରରେ ଜନ୍ମ ହୋଇ ପରିବାର ଚଳାଇବାକୁ ବସ୍ ଡ୍ରାଇଭର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ବିଦେଶମନ୍ତ୍ରୀ, ଦେଶର ଉପରାଷ୍ଟ୍ରପତି  ଏବଂ ପରେ ଦେଶର ଶୀର୍ଷ ରାଷ୍ଟ୍ରପତି ଆସନରେ ବସିବା କିଛି କମ୍ କଥା ନୁହେଁ । ହେଲେ ତାଙ୍କ ଶାସନ କାଳରେ ବି ଭେନେଜୁଏଲାରେ ମହଙ୍ଗା, ଆର୍ଥିକ ଦୂରାବସ୍ଥା, ପଳାୟନ  ଭଳି ସମସ୍ୟା ବି ମୁଣ୍ଡ ଟେକିଛି  ।  ଯେଉଁ ବାମପନ୍ଥୀ ନେତା ହ୍ୟୁଗୋ ଚାଭେଜଙ୍କ, ଯାହାଙ୍କ ଛତ୍ରଛାତ୍ରାରେ ନିକୋଲସ୍  ଶୀର୍ଷ ନେତା ବନିଲେ , ତାଙ୍କ  ପରେ ନିକୋଲସ୍ କିନ୍ତୁ ତାଙ୍କ ପରି ଲୋକପ୍ରିୟତା ହାସଲ କରିପାରିଲେ ନାହିଁ । ଚାଭେଜ୍ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେଂଉଥିବାବେଳେ ନିକୋଲସ୍ କିନ୍ତୁ ଏଥିରୁ ଭିନ୍ନ ଥିଲେ । ଚାଭେଜଙ୍କ ଅର୍ଥବ୍ୟବସ୍ଥାର ପୂରା ବିପରୀତରେ ଗଲେ ନିକୋଲସ୍ ।

ତୈଳ ରପ୍ତାନୀ ଉପରେ ନିର୍ଭରଶୀଳ ଅର୍ଥବ୍ୟବସ୍ଥା ପୂରା ଭାଙ୍ଗିପଡ଼ିଲା । ୨୦୧୦ଦଶକରେ ଯେତେବେଳେ ତୈଳର ଦର କମିବାକୁ ଲାଗିଲା ସେତେବେଳେ ଭେନେଜୁଏଲା ପାଖରେ ଅନ୍ୟ କୌଣସି ଆର୍ଥିକ ବିକଳ୍ପ ନଥିଲା । ଖାଇବା, ମେଡିସିନ୍ ସବୁର ଦର ହୁ ହୁ ହୋଇ ବଢ଼ିଚାଲିଲା। ଭେନେଜୁଏଲାରେ ଆସିଲା ହାଇପର ଇମଫ୍ଲେମେସନ୍ । ଏସବୁକୁ ବିରୋଧ କରି ଯେବେ ଭେନେଜୁଏଲାର ଜନତା ରାସ୍ତାକୁ ଆସିଲେ ନିକେଲାସଙ୍କ  ସରକାର ସେମାନଙ୍କ  ଉପରେ କଠୋର ଦମନ କଲେ । ଏସବୁକୁ ନେଇ ଏଠିକାର ଏକ ଚୁତୁର୍ଥାଂଶ ଲୋକ ଦେଶଛାଡ଼ି ପଳାଇଛନ୍ତି ।

ଅଧିକ ପଢନ୍ତୁ: ଡ୍ରଗ୍ସ ବାହାନାରେ ଭେନେଜୁଏଲାର ତେଲ ଉପରେ ଟ୍ରମ୍ପଙ୍କ ଆଖି ; ଭାରତ ଉପରେ ପ୍ରଭାବ ପଡ଼ିବ କି ?

 ହେଲେ ଆମେରକା ସହ ମାଦୁରୋଙ୍କ ଶତ୍ରୁତା କେବେ ଆଉ କାହିଁକି ହେଲା, ଯାହା ଆଜି ସାରା ବିଶ୍ବରେ ଏକ ଭୟଙ୍କର ଯୁଦ୍ଧର ସଙ୍କେତ ଦେଲାଣି । ତଥ୍ୟ ଅନୁସାରେ, ଆମେରିକା ଓ ଭେନେଜୁଏଲାର ଶତ୍ରୁତାର ମୂଳଦୁଆ  ପୂର୍ବ ବାମପନ୍ଥୀ ନେତା ହ୍ୟୁଗୋ ସାବେଜଙ୍କ ’ବୋଲିଭେରିଆନ୍ କ୍ରାନ୍ତି’ରୁ ପଡ଼ିଛି । ସାବେଜ୍ ଓ ନିକୋଲସ୍ ମାଦୁରୋଙ୍କ ବାମପନ୍ଥୀ ବିଚାରଧାରା ଖୋଲାଖୋଲି ଭାବେ ଆମେରିକାର ପୁଂଜିବାଦକୁ ଆକ୍ଷେପ କରୁଥିଲେ । ଦୁହେଁ ଆମେରିକାକୁ ସାମ୍ରାଜ୍ୟବାଦୀ ଶକ୍ତି ବୋଲି ଦାବି କରୁଥିଲେ । ଏହାର ଜବାବରେ ଆମେରିକା ସରକାର ବି ମାଦୁରୋଙ୍କ ଉପରେ ରାଜନୈତିକ ଦମନ , ନିର୍ବାଚନରେ ହେରଫେର ଏବଂ ଭେନେଜୁଏଲାରେ ଗଣତନ୍ତ୍ରକୁ ଶେଷ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଲଗାଇଲେ । ୨୦୧୮ ଓ ୨୦୨୪ ନର୍ବାଚନରେ ମାଦୁରୋଙ୍କୁ ବୈଧ ରାଷ୍ଟ୍ରପତି ମାନିବାକୁ ବି ମନା କରିଦେଲା  ଏବଂ ଭେନେଜୁଏଲା ଉପରେ ତୈଳ ରପ୍ତାନୀ ଉପରେ କଡ଼ା କଟକଣା ଲଗାଇଲା ।  

ଏ ବିବାଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଆହୁରି ଉତ୍କଟ ରୂପ ନେଲା । ଭେନେଜୁଏଲା ସରକାର ଆମରିକାଠାରୁ ତୈଳ ଚୋରାଇବାର ଅଭିଯୋଗ ବି ଆଣିଲେ । ଖାଲି ଏତିକି ନୁହେଁ ଆମେରିକା ସୀମାରେ ଚାଲିଥିବା ଡ୍ରଗ୍ସ ତସ୍କରିରେ ନିକୋଲାସ୍ ମାଦୁରୋ  ଜଣେ ଲିଡର ବୋଲି ଘୋଷଣା କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା ।ଆଉ ଶେଷରେ ଶନିବାର ନିକୋଲାସ୍ ଓ ତାଙ୍କ  ପତ୍ନୀଙ୍କୁ ବନ୍ଦୀ କରି ନେଇଗଲା ।  ଏସବୁ ଭିତରେ ବିଶ୍ବ ସମୁଦାୟ ଏବେ ଚିନ୍ତାରେ, ନିକୋଲାସ୍  ଟ୍ରମ୍ପଙ୍କ ଏ ଶତ୍ରୁତା କ’ଣ ସତ୍ତା ପରିବର୍ତ୍ତନର ସଙ୍କେତ। ଆଉ ଏ ଦୁହିଁଙ୍କ ବିବାଦ ଭିତରକୁ ଯଦି ଚୀନ ଓ ଋଷ ଡେଇଁଲେ ତାହାଲେ ଏ ସଂଘର୍ଷ ବୈଶ୍ବିକ ସଙ୍କଟ ହେବନି ତ? ଭେନେଜୁଏଲାର ଏ କାହାଣୀ ଏବେ ବିଶ୍ବବ୍ୟାପୀ ଆତଙ୍କରେ ପରିଣତ ହେଲାଣି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe