କନକ ବ୍ୟୁରୋ:  ଭେନେଜୁଏଲା ଉପରେ ଆମେରିକାର ଆକ୍ସନ ପରେ ଏବେ ସାରା ବିଶ୍ୱ ସ୍ତବ୍ଧ । ରାଜଧାନୀ କାରକାସରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିଛି ଆମେରିକା । ତାଙ୍କୁ ନ୍ୟୁୟର୍କ ନିଆଯାଇଛି । ଏହି ଅପରେସନର ନାଁ ଦିଆଯାଇଛି ଆବସଲ୍ୟୁଟ୍ ରିଜର୍ଭ୍ । ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭେନେଜୁଏଲାର ଶାସନ ଭାର ଏବେ ଆମେରିକା ହାତରେ ବୋଲି କହିଛନ୍ତି । ସେପଟେ ଆମେରିକାର ଏୟାରଷ୍ଟ୍ରାଇକରେ ୪୦ରୁ ଅଧିକ ପ୍ରାଣ ହରାଇଥିବା ଦାବି ହୋଇଛି ।

Advertisment

ଅଧିକ ପଢନ୍ତୁ: ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଉଠାଇନେଲା ଆମେରିକା : ଆମେରିକା କବଜାରେ ଥିବା ଫଟୋ ସେୟାର କଲେ ଟ୍ରମ୍ପ..

ଭେନେଜୁଏଲାରେ ମୃତ୍ୟୁର ତାଣ୍ଡବ
ଆମେରିକାର ଏୟାରଷ୍ଟ୍ରାଇକରେ ଭେନେଜୁଏଲାରେ ଭୟଙ୍କର କ୍ଷତି
ଭେନେଜୁଏଲାରେ ୪୦ ଜଣ ପ୍ରାଣ ହରାଇଛନ୍ତି 
ଭେନେଜୁଏଲାର ସୁପରମାର୍କେଟ୍ ଏବଂ ପେଟ୍ରୋଲ୍ ଷ୍ଟେସନ୍ ବାହାରେ ପ୍ରବଳ ଭିଡ଼
ଲୋକମାନେ ଜରୁରି ସାମଗ୍ରୀ ମହଜୁଦ କରୁଥିବାରୁ ଲମ୍ବାଧାଡ଼ି  
କାରାକାସର କିଛି ସ୍ଥାନରେ ଛୋଟଛୋଟ ରାଲି  
ଯେଉଁଥିରେ କିଛି ଲୋକ ଆମେରିକୀୟ ପତାକା ଜାଳିଛନ୍ତି 
 
 କହିବାକୁ ଗଲେ ଭେନେଜୁଏଲାରେ ଶେଷ ହୋଇଛି ମାଦୁରୋ ଯୁଗ । ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଉଠାଇ ନେଇଛି ଆମେରିକା । ରାତିରେ ଏୟାର ଷ୍ଟ୍ରାଇକ୍ ପରେ ମାଦୁରୋଙ୍କୁ ନ୍ୟୁୟର୍କ ନିଆଯାଇଛି । ଏବେ ଭେନେଜୁଏଲରେ ରାଜନୈତିକ ଅଚଳାବସ୍ଥା । ନିକୋଲାସ ମାଦୁରୋଙ୍କ ଜାଗା କିଏ ନେବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ସମୟରେ ସେଠାରେ ଅନ୍ତରୀଣ ସରକାରର ନେତୃତ୍ୱ ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗୁଏଜ୍ ନେଇଛନ୍ତି । 

ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି
- ଭେନେଜୁଏଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ 
-ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗୁଏଜ ଅନ୍ତରୀଣ ରାଷ୍ଟ୍ରପତି 
-ମାଦୁରୋଙ୍କ ଅନୁପସ୍ଥିତିରେ ସେ ପଦ ସମ୍ଭାଳିବେ 
-ପ୍ରାଶାସନିକ ଅଚଳାବସ୍ଥା ଦୂର କରାଯାଇପାରିବ 
- ଦେଶର ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ 
-ସମାଜବାଦ ବିଶ୍ୱାସୀ ରୋଡ୍ରିଗୁଏଜ 
- ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସେ ଅଧିକ ଫୋକସ କରନ୍ତି
-୫୬ ବର୍ଷୀୟ ରୋଡ୍ରିଗୁଏଜ କାରାକାସରେ ଜନ୍ମ ହୋଇଛନ୍ତି 
-୧୯୬୯ ମେ ୧୮ରେ ତାଙ୍କର ଜନ୍ମ 
-ସେ ବାମପନ୍ଥୀ ଗରିଲା ଯୋଦ୍ଧା ଜର୍ଜ ରୋଡ୍ରିଗୁଏଜଙ୍କ ଝିଅ 
-ଜର୍ଜ ଭେନେଜୁଏଲାରେ ଲିଗା ସୋସିଆଲିଷ୍ଟ ପାର୍ଟି ଗଠନ କରିଥିଲେ 
-ଅର୍ଥ ଏବଂ ତୈଳମନ୍ତ୍ରୀ ଥିବା ବେଳେ ଡେଲସି ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅନେକ ପଦକ୍ଷେପ ନେଇଥିଲେ
 -ବେସକାରୀ କ୍ଷେତ୍ରରେ ମଧ୍ୟ ଅନେକ ନୂଆ ପ୍ରକଳ୍ପ ଆରମ୍ଭ ହୋଇଥିଲା  
-୨୦୧୮ରେ ତାଙ୍କ ନାଁ ଉପ ରାଷ୍ଟ୍ରପତି ପଦ ପାଇଁ ପ୍ରଥମେ ଚର୍ଚ୍ଚାକୁ ଆସିଥିଲା 
-୨୦୨୪ରେ ଆମେରିକାର କଟକଣା ପରେ ତୈଳ ଆମଦାନି-ରପ୍ତାନି ବୁଝୁଥିଲେ 

 ଆମେରିକାର ଆକ୍ରମଣକୁ ଅନେକ ରାଷ୍ଟ୍ର କଡ଼ା ଶବ୍ଦରେ ନିନ୍ଦା କରୁଛନ୍ତି । ବ୍ରାଜିଲ, ବ୍ରିଟେନ, ୟୁରୋପୀୟ ସଂଘ, କ୍ୟୁବା, ଚୀନ,  କଲମ୍ବିଆ, ରୁଷ ଆଦି ଦେଶ ଆମେରିକାର ଏହି ପଦକ୍ଷେକକୁ ବିରୋଧ କରିଛନ୍ତି।  ଭେନେଜୁଏଲାର ସାର୍ବଗୌମତ୍ବ ଉପରେ ଏହାକୁ ଏକ ଆକ୍ରମଣ ବୋଲି କହିଛନ୍ତି । ସେନା ଶକ୍ତର ପ୍ରଦର୍ଶନ କରି ଆମେରିକା  ସାର୍ବଭୌମତ୍ୱ ଏବଂ ଅନ୍ତର୍ଜାତୀୟ ଆଇନର ଗମ୍ଭୀର ଉଲ୍ଲଂଘନ କରିଥିବା ଚୀନ କହିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଆଜି ଜରୁରି ବୈଠକ ଡାକିଛି । ସେପଟେ ୟୁଏନ ମହାସଚିବ ଗୁଟରସ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସେପଟେ ଶନିବାରଠୁ ହ୍ବାଇଟହାଉସ ବାହାରେ ଜୋରଦାର ପ୍ରଦର୍ଶନ କରୁଛନ୍ତି ଭେନେଜୁଏଲା ନାଗରିକ । ଆମେରିକାର ସେନା କାର୍ଯ୍ୟାନୁଷ୍ଠାନ ଅନ୍ତରାଷ୍ଟ୍ରୀୟ ସୁରକ୍ଷା ଓ ଆଇନର ଉଲ୍ଲଂଘନ କହି ଟ୍ରମ୍ପଙ୍କ ବିରୋଧରେ ରାସ୍ତାକୁ ଓହ୍ଳାଇଛନ୍ତି ଶହଶହ ପ୍ରଦର୍ଶନକାରୀ ।