କନକ ବ୍ୟୁରୋ : ପୂର୍ବରୁ ୮୦ ବର୍ଷ ନ ପୂରିଲେ ଲୋକ ବାଙ୍କୁଲୀ ବାଡ଼ି ଧରୁନଥିଲେ କିନ୍ତୁ ଆଜିର ସମୟରେ ୬୦ ଟପିଛି କି ନାହିଁ ଲୋକ ବିଛଣା ଧରିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନର ସମୟରେ ୩୦ କି ୪୦ ବର୍ଷ ହୋଇଗଲେ ଶରୀରର ହାଡ଼ ଦୁର୍ବଳ ହେବାକୁ ଲାଗୁଛି । ଯେଉଁ କାରଣରୁ ପିଠିରୁ ଆରମ୍ଭ କରି କାନ୍ଧ,ଆଣ୍ଠୁ ସବୁ ବିନ୍ଧା ହେଉଛି । ହାଡ଼ ଦୁର୍ବଳ ହେବାର ଏକ ବଡ଼ କାରଣ ହେଉଛି ଶରୀରରେ ଭିଟାମିନ୍ ଡି ର ଅଭାବ ହେବା । ଏହି ଅଭାବକୁ ଦୂର କରିବାକୁ କିଛି ଲୋକ ଭିଟାମିନ୍ ଡି ବଟିକା ଖାଉଥିବା ବେଳେ ଆଉ କିଛି ଲୋକ ଇଞ୍ଜେକ୍ସନ୍ ନେଇଥା’ନ୍ତି । କିନ୍ତୁ ଏହା ପରେ ବି ଯନ୍ତ୍ରଣା କମିବାର ନାଁ ନେଇନଥାଏ । ତେବେ ଏଭଳି କାହିଁକି ହୁଏ ଏବଂ ଏନେଇ କ’ଣ କୁହନ୍ତି ଏକ୍ସପର୍ଟ ଜାଣିବା ।
ଆଗକୁ ପଢ଼ନ୍ତୁ : ବର୍ଷକର ଛୁଆ ଖାଇପାରିବେ କି ଲୁଣ ଓ ଚିନି ? କ’ଣ କୁହନ୍ତି ଶିଶୁ ବିଶେଷଜ୍ଞ ?
RML ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ପୂର୍ବତନ ଡାକ୍ତର ସଂକଳ୍ପ ମେହେଟ୍ଟା କୁହନ୍ତି ଯେ ଭିଟାମିନ୍ D ହାଡ଼ ଦୁର୍ବଳତାର ଏକ ପ୍ରମୁଖ କାରଣ । ବର୍ତ୍ତମାନ ସମୟରେ କେହି ଚାହୁନାହାନ୍ତି ଯେ ତାଙ୍କ ଉପରେ ସୂର୍ଯ୍ୟ କିରଣ ପଡ଼ୁ । ଭିଟାମିନ୍ ଡି ଅଭାବ ଦୂରାଇବାକୁ ଲୋକ ସପ୍ଲିମେଣ୍ଟ୍ ନିଅନ୍ତି ସତ କିନ୍ତୁ ପ୍ରାକୃତିକ ସୂର୍ଯ୍ୟକିରଣକୁ ଗ୍ରହଣ କରନ୍ତି ନାହିଁ । ତେବେ ହାଡ଼ ଷ୍ଟ୍ରଙ୍ଗ୍ କରିବା ପାଇଁ କେବଳ ଭିଟାମିନ୍ D ଜରୁରୀ ନୁହେଁ କ୍ୟାଲସିୟମ ସ୍ତର ମଧ୍ୟ ନିହାତି ଆବଶ୍ୟକ । ଅନେକ ଲୋକଙ୍କ କ୍ଷେତ୍ରରେ କ୍ୟାଲସିୟମର ଅଭାବ ଥାଏ ଏବଂ ସେମାନେ ଏଥିପାଇଁ ପରୀକ୍ଷା କରାନ୍ତି ନାହିଁ ବରଂ ଭିଟାମିନ୍ D ସପ୍ଲିମେଣ୍ଟ୍ ବାଛନ୍ତି । ଫଳସ୍ୱରୂପ ହାଡ଼ ଠିକ୍ ଭାବରେ ମରାମତି ହୋଇପାରେ ନାହିଁ । ଡାକ୍ତର ମେହେଟ୍ଟା କୁହନ୍ତି ଯେ ଶରୀରରେ ଭିଟାମିନ୍ D ଠିକ୍ ଭାବରେ ସେତେବେଳେ କାମ କରେ ଯେତେବେଳେ କ୍ୟାଲସିୟମ ପର୍ଯ୍ୟାପ୍ତ ପରିମାଣରେ ଥାଏ । ଯଦି କ୍ୟାଲସିୟମ କମ୍ ରୁହେ ତେବେ ଭିଟାମିନ୍ ଡି ଗ୍ରହଣ ସତ୍ତ୍ୱେ ହାଡ଼ ମଜବୁତ ହୋଇପାରେ ନାହିଁ । ତେଣୁ ଏହାକୁ ଏକାଠି ରହିବା ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍ ଡି ସହିତ କ୍ୟାଲସିୟମ ନ ନେବା ଦ୍ୱାରା ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ବଢ଼ିଯାଏ । ଏହାଦ୍ବାରା କମ୍ ବୟସରେ ହାଡ଼ ପତଳା ଏବଂ ଦୁର୍ବଳ ହୋଇଯାଏ ଯାହା ଫଳରେ ଫ୍ରାକ୍ଚର ହେବାର ଆଶଙ୍କା ବଢ଼ିଯାଏ । ଏମିତିକି ମାଂସପେଶୀ ଯନ୍ତ୍ରଣା ଏବଂ ଥକ୍କାପଣ ମଧ୍ୟ ସୃଷ୍ଟି କରିପାରେ ।
ଯେଉଁମାନେ ସୂର୍ଯ୍ୟ କିରଣର ପ୍ରଭାବରେ କମ୍ ଥାଆନ୍ତି । ଅଫିସରେ ଦୀର୍ଘ ସମୟ ଧରି ବସି ରୁହନ୍ତି । ପ୍ରତିଦିନ ଜଙ୍କ ଫୁଡ୍ ଖାଆନ୍ତି ଏବଂ ମହିଳାମାନଙ୍କ କ୍ଷେତ୍ରରେ ୩୦ ବର୍ଷ ପରେ ଏହି ସମସ୍ୟା ଅଧିକ ଦେଖାଯାଏ । ତେବେ ବୟସ୍କଙ୍କ କ୍ଷେତ୍ରରେ ଦୈନିକ ପ୍ରାୟ ୬୦୦ ରୁ ୮୦୦ IU ଭିଟାମିନ୍ D ଆବଶ୍ୟକ ହୁଏ । କ୍ୟାଲସିୟମ କଥା କହିଲେ ପ୍ରତିଦିନ ଡାକ୍ତରଙ୍କ ପରାମର୍ଶ ଅନୁସାରେ ୮୦୦ ରୁ ୧୦୦୦ ମିଗ୍ରା କ୍ୟାଲସିୟମ ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/26/knee-2026-02-26-21-23-57.jpg)