କନକ ବ୍ୟୁରୋ : ଗତ କିଛି ବର୍ଷ ହେଲା ଲୋକ ବହୁତ ହେଲ୍ଥ କନସିୟସ୍ ହେଲେଣି । ଯେଉଁଥିପାଇଁ ଡାଏଟ୍ , ବ୍ୟାୟାମ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ସମସ୍ତେ ଧ୍ୟାନ ଦେଉଛନ୍ତି । ଖାସ୍ କରି ଲୋକମାନେ ପ୍ରୋଟିନ୍ ଖାଇବାକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଫିଟନେଶ୍ ଫ୍ରିକ ଲୋକମାନେ ଖାଦ୍ୟରେ ଅଣ୍ଡା ଏବଂ ଚିକେନ୍ ଖାଇବାକୁ ପସନ୍ଦ କରନ୍ତି । ଯଦି ଆପଣ ମଧ୍ୟ ଚିକେନ୍ ପ୍ରେମୀ ଏବଂ କୁକୁଡ଼ା ଆପଣଙ୍କ ଖାଦ୍ୟର ଏକ ପ୍ରମୁଖ ଅଂଶ ତେବେ ଏହି ଖବର ଆପଣଙ୍କ ପାଇଁ ଚେତାବନୀ ହୋଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ପ୍ରୋଟିନ୍ ଆବଶ୍ୟକତା ପୂରଣ କରିବା ପାଇଁ ସମସ୍ତେ ଚିକେନ୍ ଖାଉଛନ୍ତି । ତେବେ ଗବେଷଣାରୁ ଜଣାପଡ଼ିଛି ଯେ ଅତ୍ୟଧିକ ଚିକେନ୍ ଖାଇବା ଦ୍ୱାରା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ ।
ଆଗକୁ ପଢ଼ନ୍ତୁ : ଦୁର୍ବଳ କରାଉଛି ୱେଟ୍ ଲସ୍ ଇଞ୍ଜେକ୍ସନ୍ ! ମୋଟା ଲୋକ ପତଳା ହେଉଛନ୍ତି ସତ , ଭିତରୁ ତରଳୁଛି ମାଂସପେଶୀ
ଇଟାଲୀର ନ୍ୟୁଟ୍ରିଏଣ୍ଟସ୍ ପତ୍ରିକାରେ ପ୍ରକାଶିତ ଏକ ଷ୍ଟଡି ଅନୁସାରେ ପ୍ରତି ସପ୍ତାହରେ ୩୦୦ ଗ୍ରାମରୁ ଅଧିକ ହ୍ବାଇଟ୍ ମିଟ୍ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ । ମାଂସକୁ ସାଧାରଣତଃ ସ୍ୱାସ୍ଥ୍ୟକର କୁହାଯାଉଥିଲେ ହେଁ ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନଙ୍କୁ ପାକସ୍ଥଳୀ ସହ ଜଡିତ କର୍କଟ ରୋଗ ଥିଲା ସେମାନେ ଅତ୍ୟଧିକ କୁକୁଡ଼ା ମାଂସ ଖାଇଥିଲେ । ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନ୍ ଟ୍ରାକ୍ଟ ନାମକ ଏହି କର୍କଟ ରୋଗ ଯେଉଁଥିରେ ଖାଦ୍ୟନଳୀ, ପେଟ, ଛୋଟ ଏବଂ ବଡ଼ ଅନ୍ତନଳୀ, ଯକୃତ, ଅଗ୍ନାଶୟ ଏବଂ ପିତ୍ତକୋଷ ଅନ୍ତର୍ଭୁକ୍ତ । ବୈଜ୍ଞାନିକମାନେ ଦେଖିବାକୁ ଚେଷ୍ଟା କରୁଥିଲେ ଯେ କୁକୁଡ଼ା, ଟର୍କି କିମ୍ବା ବତକ ପରି ପକ୍ଷୀଙ୍କ ମାଂସ ଖାଇବା ପେଟ କର୍କଟ ଏବଂ ଶୀଘ୍ର ମୃତ୍ୟୁ ସହିତ ଜଡ଼ିତ କି ନାହିଁ । ଏଥିପାଇଁ ସେମାନେ ୧୯ ବର୍ଷ ଧରି ଇଟାଲୀର ପ୍ରାୟ ୪୮୬୯ ଜଣ ବୟସ୍କଙ୍କୁ ନିରୀକ୍ଷଣ କରିଥିଲେ ଯେଉଁଥିରେ ଜଣାପଡ଼ିଥିଲା ଯେ ପେଟ କର୍କଟ ଯୋଗୁଁ ପ୍ରାଣ ହରାଇଥିବା ଲୋକମାନଙ୍କର ଚିକେନ୍ ଖାଇବାର ପରିମାଣ ସର୍ବାଧିକ ଥିଲା । ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନେ ପ୍ରତି ସପ୍ତାହରେ ୩୦୦ ଗ୍ରାମରୁ ଅଧିକ ମାଂସ ଖାଉଛନ୍ତି ସେମାନଙ୍କ ମୃତ୍ୟୁର ଆଶଙ୍କା ସପ୍ତାହରେ ୧୦୦ ଗ୍ରାମରୁ କମ୍ ଚିକେନ୍ ଖାଉଥିବା ଲୋକଙ୍କ ତୁଳନାରେ ୨୭ ପ୍ରତିଶତ ଅଧିକ ଥିଲା । ପୁରୁଷମାନଙ୍କ ପାଇଁ ଏହି ବିପଦ ଆହୁରି ୬୧ ପ୍ରତିଶତକୁ ବୃଦ୍ଧି ପାଇଛି ଅର୍ଥାତ୍ ୧୦୦ ଗ୍ରାମରୁ ଅଧିକ ଚିକେନ୍ ଖାଉଥିବା ପୁରୁଷମାନଙ୍କର ଅକାଳ ମୃତ୍ୟୁର ଆଶଙ୍କା ପ୍ରାୟ ଦେଢ଼ ଗୁଣ ଅଧିକ ଥିଲା । ଗବେଷକ ସ୍ପଷ୍ଟ ଭାବରେ କହିଛନ୍ତି ଯେ କୁକୁଡ଼ା ଯେତେ କମ୍ ଖାଇବେ ସେତେ ଭଲ ।
ପୁରୁଣା ହେଲଥଲାଇନ୍ ଅନୁଯାୟୀ ଆମେରିକାର ଖାଦ୍ୟ ନିର୍ଦ୍ଦେଶାବଳୀ ୨୦୨୦-୨୫ ପ୍ରତି ସପ୍ତାହରେ ୨୦୦୦ କ୍ୟାଲୋରୀ ଖାଦ୍ୟରେ ଚିକେନ ଏବଂ ଅଣ୍ଡାରୁ ପ୍ରାୟ ୭୪୦ ଗ୍ରାମ ପ୍ରୋଟିନ୍ ଅନ୍ତର୍ଭୁକ୍ତ କରିବାକୁ ସୁପାରିଶ କରେ ଯାହା ଚିକେନ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ସୀମା ନୁହେଁ । ଏହାର ଅର୍ଥ ହେଉଛି ଯେ ଏପର୍ଯ୍ୟନ୍ତ ସରକାରୀ ନିର୍ଦ୍ଦେଶାବଳୀ ଚିକେନକୁ ଏକ ସୁସ୍ଥ ପ୍ରୋଟିନ୍ କହିଛି । ତେବେ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ସପ୍ତାହକୁ ମୋଟ ୩୦୦ ଗ୍ରାମରୁ କମ୍ କୁକୁଡ଼ା ମାଂସ ଖାଇବା ଭଲ ଏବଂ ସପ୍ତାହକୁ ୧୦୦ ଗ୍ରାମରୁ କମ ଖାଇବା ଆହୁରି ସୁରକ୍ଷିତ । ଯେଉଁମାନେ ବ୍ୟାୟାମ କରନ୍ତି ନାହିଁ କିମ୍ବା ଶାରୀରିକ କାର୍ଯ୍ୟକଳାପ କରନ୍ତି ନାହିଁ ସେମାନଙ୍କ ପାଇଁ ଅତ୍ୟଧିକ ଚିକେନ୍ ଖାଇବା ଆବଶ୍ୟକ ନୁହେଁ କାରଣ ଏହା କ୍ଷତିକାରକ ହୋଇପାରେ । ବ୍ୟାୟାମ ବିନା ଅତ୍ୟଧିକ ପ୍ରୋଟିନ୍ ଖାଇବା ଶରୀରକୁ କ୍ଷତି ପହଞ୍ଚାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/07/chicken-2026-02-07-18-59-19.jpg)