Humane Sagar Photograph: (Kanak News)
କନକ ବ୍ୟୁରୋ : ଲକ୍ଷ ଲକ୍ଷ ଲୋକଙ୍କ ପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଅକାଳ ମୃତ୍ୟୁ ଅନେକଙ୍କୁ ବ୍ୟଥିତ କରିଛି । ଏମ୍ସରେ ଗତକାଲି ପରଲୋକ ପରେ ସ୍ତବ୍ଧ ହୋଇଛି ଓଲିଉଡ । ଶହ ଶହ ହିଟ ଗୀତରେ ନିଜ କଣ୍ଠଦାନ କରି ପ୍ରଶଂସା ସାଉଁଟିଥିବା ଏହି ଗାୟକ ଏତେ କମ ବୟସରେ ଚାଲିଯିବେ ଏହାକୁ କେହି ବିଶ୍ୱାସ କରିପାରୁନାହାନ୍ତି । କାଲି ଭୁବନେଶ୍ୱର ଏମ୍ସରେ ପରଲୋକ ପରେ ହ୍ୟୁମାନ ସାଗରଙ୍କ ମୃତଦେହକୁ କଟକ ସିଡିଏ ସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରୁ ରାତିରେ ମୃତଦେହ ଜନ୍ମମାଟି ବଲାଙ୍ଗୀରର ଟିଟଲାଗଡ଼ ଯାଇଥିଲା । ଆଉ ଶୋକାକୁଳ ପରିବେଶରେ କିଛି ପ୍ରମୁଖ ଓଲିଉଡ କଳାକାରଙ୍କ ଉପସ୍ଥିତିରେ ହ୍ୟୁମାନ ସାଗରଙ୍କୁ କବର ଦିଆଯାଇଛି ।
ହ୍ୟୁମାନଙ୍କୁ ସାରା ରାଜ୍ୟ ଝୁରୁଥିବାବେଳେ ମୃତ୍ୟୁକୁ ନେଇ ବିବାଦ ଉଠିଛି । ହ୍ୟୁମାନଙ୍କ ମାଆ ଓ ମାଉସୀ ମ୍ୟାନେଜର ପ୍ରଶାନ୍ତ ଓ ଅନ୍ୟ ଦୁଇ ସହଯୋଗୀଙ୍କୁ ଦାୟୀ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା, ଅସୁସ୍ଥ ହେବା ପରେ ମଧ୍ୟ ସେମାନେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ପରେ କାର୍ଯ୍ୟକ୍ରମ କରିଚାଲିଥିଲେ । କିଛି ଟଙ୍କା ପାଇଁ ସେମାନେ ତାଙ୍କୁ ମାରିଦେଲେ । ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଣେ ସହଯୋଗୀଙ୍କ ଭଉଣୀ ।
ଅଧିକ ପଢ଼ନ୍ତୁ : ୨୦୧୨ ରିୟାଲିଟି ଶୋରୁ ଆରମ୍ଭ କରିଥିଲେ ସଙ୍ଗୀତର ଯାତ୍ରା, ୧୦ ବର୍ଷରେ ହାତେଇଥିଲେ ଅଦ୍ଭୁତପୂର୍ବ ସଫଳତା
ରାଜ୍ୟବାସୀଙ୍କ ମୁହଁରେ ଏବେ ଗୋଟିଏ କଥା ଓଡିଶା ପାଇଁ ଦରକାର, ଫେରିଆସ ଥରେ ହ୍ୟୁମାନ ସାଗର । ପ୍ରଶ୍ନ ଉଠୁଛି, ବିଳମ୍ୱରେ ଆରମ୍ଭ ହେଲା କି ହ୍ୟୁମାନଙ୍କ ଚିକିତ୍ସା ? ପ୍ରାଥମିକ ଚିକିତ୍ସା ପରେ କାହିଁକି ନିଆଗଲାନି ଏମ୍ସ ? ହ୍ୟୁମାନଙ୍କ ଖାଇବା ଓ ବିଶ୍ରାମରେ ଅବହେଳା ହେଲା କି ?
Follow Us