କନକ ବ୍ୟୁରୋ: ଆରପାରିରେ ଓଡ଼ିଆ ସଙ୍ଗୀତ ଜଗତର ଭର୍ସାଟାଇଲ୍ ସିଙ୍ଗର ହ୍ୟୁମାନ ସାଗର । ୩୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନଙ୍କର ଗତ ରାତିରେ ପରଲୋକ ହୋଇଛି । ମୃତ୍ୟୁ ଖବର ଶୁଣିବା ପରେ କେବଳ କଳାକାର ନୁହେଁ, ବିଭିନ୍ନ ବୟସ ବର୍ଗର ଲୋକେ ପାର୍ଥିବ ଶରୀର ଦେଖିବାକୁ ଏମ୍‌ସରେ ଭିଡ଼ ଲଗାଇଥିଲେ। ପୂରା ଏମ୍‌ସ ପରିସର ସ୍ତମ୍ଭୀଭୂତ ହୋଇଯାଇଥିଲା । କାହା ମୁହଁରେ ଯେମିତି କିଛି କହିବାକୁ ଭାଷା ନଥିଲା ।

Advertisment

ଅଧିକ ପଢନ୍ତୁ : ଓଲିଉଡ୍‌ ଜଗତକୁ ଶକ୍ତ ଝଟକା; ଆଖି ବୁଜିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ରାତି ୯ଟା ୮ ମିନିଟରେ ପରଲୋକ ହେବା ପରେ ପ୍ରାୟ ସାଢେ ୧୧ଟା ବେଳକୁ ଏମ୍‌ସରୁ କଟକ ବାସଭବନ ଅଭିମୁଖେ ଯାଇଥିଲା ମୃତଦେହ । କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ହ୍ୟୁମାନଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କ ସମର୍ଥକ, ଶୁଭେଚ୍ଛୁ ଏବଂ ଓଲିଉଡ୍ ଜଗତର ଜଣାଶୁଣା କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ମାନେ ଶେଷ ଦର୍ଶନ କରିଥିଲେ। ହ୍ୟୁମାନଙ୍କ କୁନି ଝିଅ ମଧ୍ୟ ଶେଷ ଦର୍ଶନ କରିଛନ୍ତି। ଏହି ସମୟରେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା ।

 ଅଧିକ ପଢନ୍ତୁ : କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ ; ପତ୍ନୀ କହିଲେ ସ୍ବାସ୍ଥରେ ଆସୁନି ସୁଧାର

ପ୍ରଥମେ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା କଯେ, ପାର୍ଥିବ ଶରୀରକୁ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କଟକରେ ରଖାଯିବ। କିନ୍ତୁ ବିଳମ୍ୱିତ ରାତି ୩ଟା ୨୦ ରେ ହ୍ୟୁମାନଙ୍କ ପାର୍ଥିବ ଶରୀରକୁ ଟିଟିଲାଗଡ଼ ସ୍ଥିତ ଦେବନ୍ତପଡା ବାସଭବନକୁ ନିଆଯାଇଛି । ସେଠାରେ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।  ଭାଙ୍ଗିପଡ଼ିଛନ୍ତି କଳାକାର, ଭାଙ୍ଗିପଡ଼ିଛନ୍ତି କଳା ପ୍ରେମୀ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ହ୍ୟୁମାନ ସାଗରଙ୍କ ଭଳି କଣ୍ଠଶିଳ୍ପୀ ବିରଳ। ତାଙ୍କ କଣ୍ଠର ଯାଦୁ ଏମିତି ଆଲବମ୍ କୁହନ୍ତୁ କିମ୍ବା ଚଳଚ୍ଚିତ୍ର ଗୀତ ସବୁ ପ୍ରକାର ଗୀତକୁ ନିଜ କଣ୍ଠରେ ଫୁଟାଇ ପାରୁଥିଲେ ହ୍ୟୁମାନ ।  ଏପଟେ ହ୍ୟୁମାନ ସାଗରଙ୍କୁ ମାରି ଦିଆଯାଇଛି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ତାଙ୍କ ମାଆ ଶେଫାଳି ସୁନା। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅର୍ପିତା ଚୌଧୁରୀ ଏବଂ ପପୁ ପ୍ରଶାନ୍ତଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, ମୋ ପୁଅର ମୃତ୍ୟୁ ପାଇଁ ଏହି ଦୁଇଜଣ ହିଁ ଦାୟୀ ।