ବ୍ରହ୍ମପୁରରେ କାହାପାଇଁ ମାଗଣା ୱାଇଫାଇ ସେବା ? ଖବର ବାଜିବା ପରେ ସଚେତନ ହେଲା ବିଇଏମସି

ବ୍ରହ୍ମପୁର ମହାନଗର ନିଗମରେ ବିଭିନ୍ନ ସ୍ଥାନରେ ଲାଗିଛି ମାଗଣା ୱାଇଫାଇ। ଏଥିପାଇଁ ବାର୍ଷିକ ୪୮ ଲକ୍ଷ ଟଙ୍କାର ବିଲ୍‌ ବି ହେଉଛି । ମାତ୍ର ସହରବାସୀ ଏହାର ଫାଇଦା ନେଇପାରୁନାହାନ୍ତି । ଅନେକ ଲୋକେ ଏ ସଂପର୍କରେ ଜାଣିନାହାନ୍ତି ।

brahmapur

କନକ ବ୍ୟୁରୋ :  ବ୍ରହ୍ମପୁରରେ ଲୋକଙ୍କ କାମରେ ଆସୁନି ମାଗଣା ୱାଇଫାଇ । କିଛି ସ୍ଥାନରେ ୱାଇଫାଇ ଠିକ୍‌ ଭାବେ ଚାଲୁନଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଏହା ପରେ ଆକ୍ସନ ମୋଡକୁ ଆସିଛି ମହାନଗର ନିଗମ। ଯେଉଁଠି ୱାଇଫାଇ ବ୍ୟବହାର ହେଉନି ସେଠାରୁ ହଟାଇବାକୁ ବିଇଏମସି ନିଷ୍ପତ୍ତି ନେଇଛି ।

ସାରସକଣା ବିଧାୟକଙ୍କ ଗାଡ଼ି ଧକ୍କା ; ୨ ଗୁରୁତର

ବ୍ରହ୍ମପୁର ମହାନଗର ନିଗମରେ ବିଭିନ୍ନ ସ୍ଥାନରେ ଲାଗିଛି ମାଗଣା ୱାଇଫାଇ। ଏଥିପାଇଁ ବାର୍ଷିକ ୪୮ ଲକ୍ଷ ଟଙ୍କାର ବିଲ୍‌ ବି ହେଉଛି । ମାତ୍ର ସହରବାସୀ ଏହାର ଫାଇଦା ନେଇପାରୁନାହାନ୍ତି । ଅନେକ ଲୋକେ ଏ ସଂପର୍କରେ ଜାଣିନାହାନ୍ତି । ଯେଉଁମାନେ ଜାଣିଛନ୍ତି, ୱାଇଫାଇ ଠିକ୍‌ ଭାବେ ଚାଲୁନଥିବାରୁ ସେମାନେ ମଧ୍ୟ ନିଜ ମୋବାଇଲ୍ ଡାଟା ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଏଭଳି ସ୍ଥିତିରେ ୱାଇଫାଇ ଲାଗି କି ଲାଭ ବୋଲି ପ୍ରଶ୍ନ କରିଛନ୍ତି ସହରବାସୀ । 

ରାଉରକେଲା ପୁଲିସକୁ ବଡ଼ ସଫଳତା, ଡକାୟତ ଗ୍ୟାଙ୍ଗକୁ ଏନକାଉଣ୍ଟର, ୩ ଅପରାଧୀ ଗୁରୁତର

 ନିକଟରେ ବସିଥିବା ମହାନଗର ନିଗମ ବୈଠକରେ ଜଣେ କର୍ପୋରେଟର ମଧ୍ୟ ୱାଇଫାଇ କଥା ଉଠାଇଥିଲେ। ଏ ନେଇ କମିସନର କହିଛନ୍ତି ଯେଉଁଠି ଲୋକମାନେ ୱାଇଫାଇ ବ୍ୟବହାର କରୁନାହାନ୍ତି ସେଠାରୁ ହଟାଯିବ । ସେ ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କା ଅନ୍ୟତ୍ର ଖର୍ଚ୍ଚ କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe