କନକ ବ୍ୟୁରୋ : ସାରସକଣା ବିଧାୟକଙ୍କ ସ୍କୋର୍ପିଓ ଧକ୍କାରେ ୨ ଗୁରୁତର । ଦୁର୍ଘଟଣାରେ ଜଣେ ମହିଳା ଜଣେ ପୁରୁଷ ଗୁରୁତର । ଗୁରୁତର ଦୁହିଁଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଟିଟିଆ ଛକରେ ଉତ୍ତେଜନା , ଉଦଳା-ବାରିପଦା ରାସ୍ତା ଅବରୋଧ କଲେ ଲୋକେ । ଗାଡ଼ିରେ ଥିବା ୩ରୁ ୪ ଜଣ ଦୌଡ଼ି ପଳାଇଥିବା ସୂଚନା ।

Advertisment

ଅଧିକ ପଢ଼ନ୍ତୁ--ରାଉରକେଲା ପୁଲିସକୁ ବଡ଼ ସଫଳତା, ଡକାୟତ ଗ୍ୟାଙ୍ଗକୁ ଏନକାଉଣ୍ଟର, ୩ ଅପରାଧୀ ଗୁରୁତର

ଘଟଣାସ୍ଥଳରେ ଟାୟାର ଜାଳି ଲୋକମାନେ ଆନ୍ଦୋଳନ କରୁଛନ୍ତି, କାହିଁକି ଅଧିକ ସ୍ପିଡ୍‌ରେ ଗାଡ଼ି ଚଲାଯାଉଥିଲା ସେନେଇ ବିକ୍ଷୋଭ କରିଛନ୍ତି । ପୁଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ରୋକ କରିଥିବା ଲୋକମାନଙ୍କୁ ବୁଝାସୁଝା କରିଛନ୍ତି ।