କନକ ବ୍ୟୁରୋ: ଆପଣ ଜାଣନ୍ତି ଅଧିକ ଲୁଣ ଆପଣଙ୍କ କିଡନି, ହାର୍ଟ, ପୂରା ସ୍ବାସ୍ଥ୍ୟ ପାଇଁ ହାନିକାରକ । ସେଥିପାଇଁ ଡାକ୍ତର ସବୁବେଳେ କୁହନ୍ତି ଖାଦ୍ୟରେ ସନ୍ତୁଳିତ ମାତ୍ରାରେ ଲୁହ ବ୍ୟବହାର କରନ୍ତୁ । 

Advertisment

ଅଧିକାଂଶ ଲୋକ ଉଚ୍ଚ ଲୁଣ ଖାଇବାକୁ ପସନ୍ଦ କରନ୍ତି । ଖାଦ୍ୟରେ ଲୁଣ କମ୍ ହେଲେ ଖାଇବାରେ ଲୁଣ ଟିକେ କମିଗଲେ  ଖାଇବାରେ ମଜା ଆସେନି । ସ୍ନାକ୍ସ ଉପରେ ଛିଞ୍ଚିବା ହେଉ କି ପ୍ରୋସେସଡ୍ ଫୁଡର ମଜା ନେବା ହେଉ ସବୁଥିରେ ଟିକେ ଲୁଣ ଦରକାର । ଏମିତି ତ ସବୁବେଳେ ଖାଇବା ଆଳରେ ଆମେ ଆବଶ୍ୟକତାଠାରୁ ଅଧିକ ପରିମାଣର ଲୁଣ ଖାଇଥାଉ । ପ୍ରତିଦିନ ଅଧିକ ଲୁଣ ଖାଇବା ଅନେକ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଯାଏ । କିନ୍ତୁ ସବୁବେଳେ କିନ୍ତୁ ଲୁଣ ଖାଇବାର ପରିଣାମ ଖୁବ୍ କମ୍ ଲୋକଙ୍କୁ ହୁଏତ ଜଣାଥିବ, ଯାହା ପ୍ରକୃତରେ ଚିନ୍ତାଜନକ ।

ଗୁମୁରି କାନ୍ଦୁଛି ଗଜପତି : ତିତଲି ଭଳି ହେବନି ତ ମୋନ୍ଥା ? ଗଜପତି ଛାତିରେ ‘ମୋନ୍ଥା’ ଛନକା

ଅଧିକ ପଢ଼ନ୍ତୁ...

ଚେନ୍ନାଇର AINU  ହସ୍ପିଟାଲର ବରିଷ୍ଠ ୟୁରୋଲୋଜିଷ୍ଟ ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ଭେଙ୍କଟ୍ ସୁବ୍ରମଣ୍ୟମ୍ ଇନଷ୍ଟାରେ ଏକ ଗୁରୁତ୍ବପୂର୍ଣ୍ଣ ଭିଡିଓ ପୋଷ୍ଟ କରି ଲୁଣର ଅଧିକ ସେବନ କିପରି କିଡନି ପାଇଁ ଘାତକ ସେନେଇ ଚେତାଇଛନ୍ତି । ଡାକ୍ତରଙ୍କ କହିବା ଅନୂଯାୟୀ, ଅଧିକ ଲୁଣର ସେବନ ଫଳରେ କିଡନିରେ ପଥୁରି, ଉଚ୍ଚ ରକ୍ତଚାପ ବଢ଼ାଇବା ସହ କିଡନିର କାର୍ଯ୍ୟଦକ୍ଷତା ମଧ୍ୟ ହ୍ରାସ କରେ । ତେଣୁ ଲୁଣ ଖାଇବା ବାବଦରେ ସମସ୍ତଙ୍କୁ ସଚେତନ ହେବା ଜରୁରି ।

ଡାକ୍ତର ସୁବ୍ରମଣ୍ୟମ୍ ଆହୁରି ମଧ୍ୟ କହିଛନ୍ତି, ’ ସବୁଦିନ ଖାଦ୍ୟ ରାନ୍ଧିବାରେ ସାମାନ୍ୟ ପରିବର୍ତ୍ତନ ଆପଣଙ୍କୁ ଏକ ସୁସ୍ଥ ଶରୀର ଉପହାର ଦେବ। ଆପଣ ଅଧିକ ଲୁଣ ବଦଳରେ ଲେମ୍ବୁ, ଗୋଲମରିଚ, ରସୁଣ ପରି ମସଲା ବ୍ୟବହାର କରିପାରିବେ । ଏସବୁ ଖାଦ୍ୟକୁ ଅଧିକ ସୁସ୍ବାଦୁ କରିଥାଏ । ଏକଥା ହୁଏତ ଖୁବ୍ କମ ଲୋକ ଜାଣିଥିବେ କିନ୍ତୁ ଲୁଣ ଜାଗାରେ ଏହି ୩ ଉପାଦାନ ଖାଦ୍ୟର ସ୍ବାଦ ବଢ଼ାଇବା ସହ ସୁଗନ୍ଧ ଆଣିବ ।

ମୋନ୍ଥାର ପ୍ରଭାବ: ଜୁଆର ମାଡ଼ରେ ଦବିଗଲା ପଥରବନ୍ଧ, ଆତଙ୍କିତ ସ୍ଥାନୀୟ ଲୋକେ

ଅଧିକ ପଢ଼ନ୍ତୁ...

ଖାଲି ଏତିକି ନୁହେଁ ଡାକ୍ତର ସୁବ୍ରମଣ୍ୟମ୍ ପ୍ୟାକଡ୍ ଓ ପ୍ରୋସେସଡ୍ ଫୁଡରେ ଥିବା ଲୁଣର ମିଶ୍ରଣ ପ୍ରତି ସଚେତନ କରାଇଛନ୍ତି । ଏଥିରେ ଲୁଣ ପଡ଼ିଛି ବୋଲି ଜଣାପଡ଼େନି କିନ୍ତୁ ଏଥିରେ ଥିବା ସୋଡିୟମ୍ ଇନଟେକକୁ ବଢ଼ାଇଦିଏ । ତେଣୁ ଫ୍ୟାକଡ୍ ଫୁଡ ବଦଳରେ ସବୁବେଳେ ସତେଜ ଖାଦ୍ୟ ଖାଇବାକୁ ବାଛନ୍ତୁ । 

ତେବେ. ସବୁଠାରୁ ବଡ଼ କଥା ହେଉଛି ରୋଷେଇ କରିବା ବେଳେ ଖାଦ୍ୟରେ କମରୁ କମ୍ ଲୁଣ ବ୍ୟବହାର କରନ୍ତୁ । ଖାଦ୍ୟ ଖାଇବା ବେଳେ ଅତିରିକ୍ତ ଲୁଣ ନଖାଇବାକୁ ଚେଷ୍ଟା କରନ୍ତୁ । ତାହେଲେ ଆପଣଙ୍କ କିଡନି ସୁସ୍ଥ ରହିବ। କେବଳ କିଡନି ନୁହେଁ ଲୁଣକୁ ଧଳା ଜହର କୁହାଯାଏ। ଏହାକୁ ଆବଶ୍ୟକତାଠାରୁ ଅଧିକ ପରିମାଣର ସେବନ କଲେ ଚର୍ମରେ କୁଞ୍ଚନ ସମସ୍ୟା ମଧ୍ୟ ବଢ଼ିଥାଏ । ତେଣୁ କମରୁ କମ୍ ଲୁଣ ଖାଇବା ଅଭ୍ୟାସରେ ପକାନ୍ତୁ ।