କନକ ବ୍ୟୁରୋ: ଭୀଷଣ ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କଳାବାଦଲ ଢାଙ୍କି ରଖିଛି । ପୂର୍ବରୁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିଛି । କେନ୍ଦ୍ରାପଡ଼ାରେ ବି ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ବର୍ଷାରେ ରାଜନଗର ପେଣ୍ଠ ସମୁଦ୍ର କୂଳରେ ଦବିଗଲା ପଥରବନ୍ଧ । ବାତ୍ୟା ମୋନ୍ଥା ପ୍ରଭାବରେ ଉଠୁଛି ଉଚ୍ଚଉଚ୍ଚ ଜୁଆର । ଜୁଆର ମାଡ଼ରେ ପୂରା ୫ ଫୁଟ୍ ଦବିଗଲା ପଥରବନ୍ଧ । ସମୁଦ୍ର ନିକଟକୁ ଯିବା ଲାଗି ଲୋକଙ୍କୁ ବାରଣ କରାଯାଇଛି । ଘନଘନ ଜୁଆର ମାଡ଼ ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଏହି ପଥର ବନ୍ଧ ରାଜନଗରକୁ ସୁରକ୍ଷା ଦେଇଥାଏ । ଏବେ ପଥର ବନ୍ଧ ଦବିବା ପରେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।
ଖାଲି ବର୍ଷା ନୁହେଁ, ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଅନେକ ଟ୍ରେନ୍ ବି ବାତିଲ କରାଯାଇଛି । ଫଳରେ ରାୟଗଡ଼ାରେ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀମାନେ । ଅଚାନକ ଟ୍ରେନ୍ ବାତିଲ ହେବାପରେ ଅସନ୍ତୋଷ ଝାଡ଼ିଲେ ଯାତ୍ରୀ । ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ୩ ଜିଲ୍ଲାକୁ ଆଲର୍ଟରେ ରହିବାକୁ କୁହାଯାଇଛି । ଏବେ ବାତ୍ୟା ମୋନ୍ଥାର ଆହୁରି ଧୀର ହେବାରେ ଲାଗିଛି । ଏବେ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରୁଛି ଭୀଷଣ ବାତ୍ୟା ମୋନ୍ଥା । ଏବେ ମଚ୍ଛଲିପଟନମ୍ ଠାରୁ ୧୬୦ କିମି ଦୂରରେ ରହିଥିବା ବେଳେ କାକିନାଡ଼ାରୁ ୨୪୦ କିମି ଦୂରରେ ରହିଛି ବାତ୍ୟା ମୋନ୍ଥା । ସେହିଭଳି ବିଶାଖାପାଟନମ୍ଠାରୁ ୩୨୦ କିମି ଓ ଗୋପାଳପୁରଠାରୁ ୫୩୦ କିମି ଦୂରରେ ରହିଛି ।
#ଦବିଲା_ସମୁଦ୍ର_କୂଳ_ପଥରବନ୍ଧ
— Kanak News (@kanak_news) October 28, 2025
ରାଜନଗର ପେଣ୍ଠ ସମୁଦ୍ର କୂଳରେ ଦବିଲା ପଥରବନ୍ଧ । ବାତ୍ୟା ମୋନ୍ଥା ପ୍ରଭାବରେ ଉଠୁଛି ଉଚ୍ଚ ଜୁଆର । ଜୁଆର ମାଡ଼ରେ ୫ ଫୁଟ୍ ଦବିଲା ପଥରବନ୍ଧ ।#BigBreaking#CycloneMontha#CycloneUpdate#Odisha#KanakNewspic.twitter.com/vhLk4EiPGK
ବାତ୍ୟା ମୋନ୍ଥାର ପ୍ରଭାବରେ କେତେକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ପ୍ରତି ବ୍ଲକରେ ହେଲ୍ପ ଡେସ୍କ ଖୋଲିଛି । ଏହା ସହିତ ପ୍ରଶାସନ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଏହି କ୍ରମରେ କୋରାପୁଟରେ ସକ୍ରିୟ ରହିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଟୋଲ୍ ଫ୍ରି' ନମ୍ବରରେ କଲ୍ ସ୍ଥାନାନ୍ତର କିମ୍ବା ଅନ୍ୟାନ୍ୟ ସହାୟତା ନେଇ ପାରିବେ ଲୋକେ । ୧୦୭୭-୦୬୮୫୨-୨୫୧୧୦୧ କଲ୍ କରି ସହାୟତା ପାଇ ପାରିବେ ଲୋକେ ।
ଏବେ ଭୀଷଣ ବାତ୍ୟାର ରୂପ ନେଇ ସାରଛି ଏହି ସାମୁଦ୍ରିକ ଝଡ଼ । ବାତ୍ୟାକୁ ଦୃଷ୍ଟିରେ ସମସ୍ତ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ବାତ୍ୟାକୁ ଦୃଷ୍ଟିରେ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବେଳାଭୂମି ଖାଲି କରାଯାଉଛି, ଏବେ କାକିନାଡ଼ାଠାରୁ ମାତ୍ର ୨୪୦ କିମି ଦୂରରେ ରହିଛି । ଭୟଭୀତ ନହୋଇ ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/28/pathar-bandha-2025-10-28-11-50-52.jpg)