କନକ ବ୍ୟୁରୋ : ଚୌଦ୍ବାର ସର୍କଲ ଜେଲ୍ରୁ ଫେରାର ଦୁଇ ବିହାରୀ ମୋଷ୍ଟ ଓ୍ବାଣ୍ଟେଡ୍ ଅପରାଧୀ ହେଉଛନ୍ତି କୁଖ୍ୟାତ ପୁଲୁ ସିଂହର ଖାସ୍ ସହଯୋଗୀ । ନବେ ଦଶକ ପରଠାରୁ ବିହାରରେ ଆତଙ୍କ ଖେଳାଇଥିବା ପୁଲୁ ସିଂ ଗ୍ୟାଙ୍ଗ୍ ଡକାୟତି ଓ ସୁପାରି କିଲିଂ ପାଇଁ କୁଖ୍ୟାତି ଅର୍ଜିଛି । ଗ୍ୟାଙ୍ଗ୍ର ଏହି ଦୁଇ ଅପରାଧୀଙ୍କୁ ନେଇ ଉଭୟ କଟକ କମିସନରେଟ୍ ପୁଲିସ ଓ ବିହାର କ୍ରାଇମବ୍ରାଞ୍ଚ ସମେତ ଏସଟିଏଫ୍ ଚିନ୍ତାରେ ପଡ଼ିଯାଇଛି । ଏମାନେ ଖୋଲାରେ ରହିଲେ ଦୁଇ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟ ପାଇଁ ବିପଦ ରହିଛି । ସେମାନଙ୍କୁ ପୁଣି ଥରେ ବାନ୍ଧିବାକୁ ବିହାର ଓ ଓଡ଼ିଶା ପୁଲିସ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ।
ଓଡ଼ିଶାରେ ବାତ୍ୟା ‘ମୋନ୍ଥା’ ର ନାହିଁ ବିଶେଷ ପ୍ରଭାବ : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ
ଅଧିକ ପଢନ୍ତୁ...
ଦୁଇ ଫେରାର ଅପରାଧୀ ଏବେ ପଶ୍ଚିମବଙ୍ଗରେ ଲୁଚିଥିବା କୁହାଯାଉଛି । ଗତ ୩ ତାରିଖରେ ଚୌଦ୍ବାର ସର୍କଲ୍ ଜେଲରୁ ଫେରାର ହୋଇଥିବା କୁଖ୍ୟାତ ଅପରାଧୀ ବିହାରର ରାଜା ସାହାଣୀ ଓ ମଧୁକାନ୍ତ କୁମାର । ଦୁହିଁଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ମିଳୁନି । ସେମାନଙ୍କୁ କମିସନରେଟ୍ ପୁଲିସ ମୋଷ୍ଟ ୱାଣ୍ଟେଡ୍ ଦର୍ଶାଇଥିବା ବେଳେ ଆଶ୍ରୟ ନେଇଥିବା ଠିକଣା ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାରରାଶି ଘୋଷଣା କରାଯାଇଛି ।
ରୁଷିଆରୁ ଆଣି ଇରାନକୁ ବିକିଥିଲା ନ୍ୟୁକ୍ଲିୟର ଡିଜାଇନ୍, ISI ସହ ଲିଙ୍କ୍ ଥିବା ଆଦିଲ ଦିଲ୍ଲୀରୁ ଗିରଫ
ଅଧିକ ପଢନ୍ତୁ....
କୁଆଡ଼େ ଗଲେ ରାଜା ଓ ମଧୁକାନ୍ତ? 
ପୁଲୁ ଗ୍ୟାଙ୍ଗ୍ର ସକ୍ରୀୟ ସଦସ୍ୟ ରାଜା ଓ ମଧୁକାନ୍ତ 
ଗହଣା ଦୋକାନ, ବ୍ୟାଙ୍କ ଡକାୟତିରେ  ଧୁରନ୍ଧର
ଚୌଦ୍ବାର ସର୍କଲ ଜେଲ୍ର ହାଇ ସିକ୍ୟୁରିଟି  ୱାର୍ଡରେ ଥିଲେ
ଫେରାର ପୂର୍ବରୁ ୪ ଓ ୭ ନମ୍ବର ସେଲ୍ରେ ଥିବା କ୍ୟାମେରାକୁ ଅଚଳ କରିଥିଲେ 
୭ ନମ୍ବର ସେଲ୍ରେ ଥିବା କ୍ୟାମେରାର ମୁହଁକୁ ଭିନ୍ନ  ଦିଗକୁ ବୁଲାଇ ଦେଇଥିଲେ 
କଏଦୀମାନଙ୍କୁ ପ୍ରତି ସପ୍ତାହରେ ଅନ୍ୟ ସେଲ୍କୁ ସ୍ଥାନାନ୍ତର କରିବାର ନିୟମ ରହିଛି
ମାସକରୁ ଅଧିକ ସମୟ ଗୋଟିଏ  ସେଲ୍ରେ ଥିଲେ କୁଖ୍ୟାତ କଏଦୀ 
କାହିଁକି ସେମାନଙ୍କୁ କରାଯାଇନଥିଲା ବଦଳି ଉଠିଲା ପ୍ରଶ୍ନ ?  
ପାକିସ୍ତାନରେ ଟମାଟୋ କିଲୋ ୬ଶହ ଟଙ୍କା, ଅଦା ୭୫୦ ଟଙ୍କା: ଲୋକଙ୍କୁ କଲବଲ କରୁଛି ପରିବା ଦର
ଅଧିକ ପଢନ୍ତୁ ...
ସୂଚନା ଅନୁଯାୟୀ ଚୌଦ୍ବାର ଜେଲ୍ରୁ ଦୁଇ ଅପରାଧୀ ଚମ୍ପଟ ଦୁଇ ଅପରାଧୀଙ୍କ ମିଳୁନି ଟେର । ୬ ଦିନ ପରେ ବି ପୁଲିସ୍ ହାତ ଖାଲି । ରାଜ୍ୟର ସବୁଠାରୁ ସୁରକ୍ଷିତ ଜେଲରୁ ଫେରାର ଦୁଇ ଦୁର୍ଦ୍ଦାନ୍ତ ଅପରାଧିଙ୍କ ପତ୍ତା ଏଯାଏଁ ମିଳିନାହିଁ । ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଉଦ୍ୟମ ବେଳେ ଦୁଇ ଜଣଙ୍କୁ ହତ୍ୟା କରି ଫେରାର ହେଉଥିବା ୨ ବିହାରୀ କାୟତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ୍ ରେ ଜିମା ଦେଇଥିଲେ ।
ବର୍ତ୍ତିଗଲା ଓଡ଼ିଶା: ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ
ଅଧିକ ପଢନ୍ତୁ .....
ରାଜ୍ୟର ସବୁଠାରୁ ସୁରକ୍ଷିତ ଚୌଦ୍ବାର ଜେଲରୁ ଫେରାର ହୋଇଯାଇଥିଲେ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ । କଡ଼ା ପହରା ସତ୍ତ୍ବେ ଲୁହା ରଡ଼ କାଟି କମ୍ବଳ ଜରିଆରେ ପାଚେରୀ ଡ଼େଇଁ ଦୁଇ ବିହାରୀ ଅପରାଧି ଫେରାର ହେବା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ଭୟାବହ । ପୁଲିସ୍ ଦୁଇ ଅପରାଧୀଙ୍କ ବିଷୟରେ ଖବର ଦେବାକୁ ୫୦ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିବା ସହ ଚୌଦ୍ବାର ଜେଲ ଓ୍ବାର୍ଡ଼ନଙ୍କୁ ନିଲମ୍ବିତ କରି ଦାୟିତ୍ବ ସାରିଦେଇଛି । ଏ ଯାଏଁ କୌଣସି ପୋଲିସ ଅଧିକାରୀ ଏ ବାବଦରେ କିଛି ମୁହଁ ଖୋଲୁନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/29/43-2025-10-29-11-10-02.jpg)