କନକବ୍ୟୁରୋ : ‘ମୋନ୍ଥା’ ନେଇ ଅଧିକ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି। ସେ କହିଛନ୍ତି,୧୫ କିମି ପ୍ରତିଘଣ୍ଟାରେ ଗତି କରୁଛି ବାତ୍ୟା ‘ମୋନ୍ଥା’ ।  ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ଆହୁରି କହିଛନ୍ତି, ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେଇଛି। ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଦୁର୍ବଳ ହୋଇ ଆଗକୁ ୩ଘଣ୍ଟା ମଧ୍ୟରେ ଗଭୀର ଅବପାତ ଓ ତାର ୬ ଘଣ୍ଟା ପରେ ଏହା ଅବପାତରେ ପରିଣତ ହେବ । ରାଜ୍ୟରେ ବିଶେଷ ପ୍ରଭାବ ନାହିଁ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ରାୟଗଡ଼ା, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି  ।  ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପବନର ଗତି ୪୫-୫୫ କିମି ପ୍ରତି ଘଣ୍ଟା ଓ ଝଟକା ପବନର ବେଗ ୬୫ କିଲୋମିଟର ପ୍ରତି ଘଣ୍ଟା ରହିବ  ।   ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା ୩୫-୪୫ କିମି ପ୍ରତି ଘଣ୍ଟା ପବନର ବେଗ ରହିବ ଓ ଝଟକା ପବନ ୫୫ କିମି ପ୍ରତିଘଣ୍ଟା ରହିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ସନ୍ଧ୍ୟା ୭ ରୁ

Advertisment

ରାତି ୧ ପର୍ଯ୍ୟନ୍ତ ଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା  ।
ଟ୍ଵିନ ସିଟିରେ ମଧ୍ୟ ବର୍ଷା ସମ୍ଭାବନା

ମୟୂରଭଞ୍ଜରେ ସର୍ବାଧିକ ବର୍ଷା ୧୦୫ ମିମ ରେକର୍ଡ କରାଯାଇଛି। ଏହାଛଡ଼ା ବାଲେଶ୍ୱରରେ ୯୩.୮ ମିମି, 93.8 ମିମି,  ଚାନ୍ଦବାଲିରେ ୭୪.୪ ଓ ଖୋର୍ଦ୍ଧାରେ ୯୮ ମିମି ବର୍ଷା ରେକର୍ଡ କରାଯାଇଛି  ।  ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ଆଜି ବର୍ଷା ହୋଇପାରେ ଏଥିପାଇଁ ସତର୍କ କରାଯାଇଛି  ।  ଆଜି ମଧ୍ୟ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ । ଟ୍ଵିନ ସିଟିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି  । 

ଜଳେଶ୍ବରରେ ଭୟଙ୍କର ଦୁର୍ଘଟଣା : ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍‌।

ଅଧିକ ପଢନ୍ତୁ.... 

ଆନ୍ଧ୍ରପ୍ରଦେଶ‌ ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ମୋନ୍ଥା’ ।   ମଙ୍ଗଳବାର ରାତି ପ୍ରାୟ ୭ଟାରେ ମଛଲିପଟନମ୍‌ - କଳିଙ୍ଗପଟନମ୍‌ ମଧ୍ୟରେ କାକିନାଡ଼ା ଦକ୍ଷିଣ ଦିଗକୁ ନର୍ସାପୁରମ୍‌ଠାରେ ସ୍ଥଳଭାଗ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ପାଖାପାଖି ୫ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା   ।   ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ  ୧୦୦ କିଲୋମିଟର ରହିଥିବାବେଳେ ୧୧୦ କିମି ପର୍ଯ୍ୟନ୍ତ ପବନ ଝଟକା ଅନୁଭୂତ ହୋଇଥିଲା  । 

ଆଜି ରାଫେଲ ଯୁଦ୍ଧବିମାନରେ ଉଡିବେ ରାଷ୍ଟ୍ରପତି: ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାୟୁସେନା ଯୁଦ୍ଧବିମାନରେ ଭରିବେ ଉଡ଼ାଣ

ଅଧିକ ପଢନ୍ତୁ ..... 

ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ମଛଲିପଟନମ୍‌, କାକିନାଡ଼ା, ରାଜମହେନ୍ଦ୍ରୀ, ବାପାଟିଆ, କାଭାଲି, ଉଲାଭାପାଡୁ, ନେଲୋର ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷାପବନ ଲାଗିରହିଛି  ।  ଆନ୍ଧ୍ର ଉପକୂଳ ଅଶାନ୍ତ ହେବା ସହ ସମୁଦ୍ରରେ ଉଚ୍ଚ ଢେଉ କୂଳ ଲଂଘିଛି। କେଉଁଠି ୨୦୦ ମିଟର ତ ଆଉ କେଉଁଠି ୫ ଶହ ମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ସମୁଦ୍ର ମାଡ଼ି ଆସିଥିଲା। ତେବେ ବାତ୍ୟା ସଂକ୍ରାନ୍ତରେ ପାଣିପାଗ ବିଭାଗ  ଓ  ବିଶେଷଜ୍ଞମାନେ ପୂର୍ବରୁ ଯାହା ସବୁ ଆକଳନ କରିଥିଲେ ସେହି ଅନୁଯାୟୀ ହୋଇନାହିଁ ।