କନକ ବ୍ୟୁରୋ; ଚଳନ୍ତା ଜାହାଜରୁ ନିଖୋଜ ହୋଇଗଲେ ଓଡିଆ ମେରାଇନ ଇଞ୍ଜିନିୟର ସାର୍ଥକ । ଘଟଣାକୁ ୩ ଦିନ ବିତିଗଲାଣି । ସମୁଦ୍ର ଗର୍ଭରେ ୫୫ ଘଣ୍ଟାରୁ ଅଧିକ ଚାଲିଲା ସର୍ଚ୍ଚ ଅପରେସନ । କିନ୍ତୁ ଏଯାଏ ମିଳୁନାହିଁ ପତ୍ତା । ପୁଅକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ସାର୍ଥକଙ୍କ ମା ।
ନିଖୋଜ ପୁଅକୁ ଝୁରି ଝୁରି ଭାଙ୍ଗିପଡିଛି ମା। ପୁଅ କଥା ମନେ ପକାଇଲାବେଳକୁ ଆଖି ଜକେଇ ଯାଉଛି। ପୁଅ କେଉଁଠି ଅଛି, କେମିତି ଅଛି,ସେକଥା ଜାଣିନି ମା। ଖାଲି ଏତିକି କହୁଛି ମୋ ପୁଅକୁ ସୁରକ୍ଷିତ ଫେରାଇଆଣ। ସମୁଦ୍ର ଗର୍ଭରେ ପୁଅ ସାର୍ଥକ ନିଖୋଜ ହେବା ପରଠାରୁ ଘରେ କେବଳ ଭୟର ପରିସ୍ଥିତି। ସାର୍ଥକଙ୍କୁ ଖୋଜିବା ପାଇଁ ସମୁଦ୍ରରେ ସର୍ଚ୍ଚ ଅପରେସନ ଚାଲିଥିଲା ବୋଲି ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀ ପକ୍ଷରୁ ଇମେଲ ଜରିଆରେ ଜଣାଇଛି ।
ଅଧିକ ପଢନ୍ତୁ: ଓଡ଼ିଆ ମେରାଇନ ଇଞ୍ଜିନିୟର ନିଖୋଜ ଘଟଣାରେ ଉଦ୍ଧାର ପାଇଁ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଚିଠି
୪ଟି ପାଣି ଜାହାଜ ଓ ଗୋଟିଏ ବିମାନ ସାହାଯ୍ୟରେ ସାର୍ଥକଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଇଥିବା କମ୍ପାନୀ କହିଛି। ୧୬୯ ନଟିକାଲ୍ ବର୍ଗ ମାଇଲ୍ ଅଞ୍ଚଳରେ ଖୋଜା ଚାଲିଛି। ୫୫ ଘଣ୍ଟାରୁ ଅଧିକ ସମୟ ଧରି ତଲାସୀ ଚାଲିଥିବା ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ ପକ୍ଷରୁ ସୂଚନା ଦିଆଯାଇଛି । ୩ ଫେବୃଆରୀ ସକାଳେ ଜାହାଜର ସିସିଟିଭିରେ ନଜର ଆସିଥିଲେ ସାର୍ଥକ। ସାଦା ପୋଷାକରେ ଫୋନ୍ ଧରି ଜାହାଜର ଆକମୋଡେସନ୍ ଅଞ୍ଚଳରେ ଥିଲେ ସାର୍ଥକ। ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଛି ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ। ଜାହାଜ କେବିନ୍ରୁ ସେ କେଉଁଆଡେ ଚାଲିଯାଇଥିବା କୁହାଯାଉଛି।
ସାର୍ଥକର ସ୍ଥିତି ଜାଣିବା ପାଇଁ ଜାହାଜର ସିସିଟିଭି ବିଷୟରେ ଜାଣିବାକୁ ଚାହିଁଥିଲେ ପରିବାର ଲୋକ। ସିସିଟିଭି ଦୃଶ୍ୟ ବିଷୟରେ ଜାଣିବା ସମ୍ଭବ ନୁହଁ ବୋଲି ସଫାସଫା ମନା କରିଦେଇଥିଲା ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀ କର୍ତ୍ତୃପକ୍ଷ। କିନ୍ତୁ ଦିନକ ପରେ ସିସିଟିଭି ବିଷୟରେ ଇମେଲ ଜରିଆରେ ଜଣାଇଲା କମ୍ପାନୀ। କମ୍ପାନୀର ଏଭଳି ଆଚରଣ ଯୋଗୁଁ ସନ୍ଦେହ ବଢ଼ିଛି। ତେବେ ସାର୍ଥକ ଜାହାଜରେ ଯେଉଁଠି ରହୁଥିଲେ ସେହି ସ୍ଥାନର ଦୃଶ୍ୟ ଦେଖାଇବା ପାଇଁ କମ୍ପାନୀକୁ ନିବେଦନ କରିଥିଲେ ସାର୍ଥକଙ୍କ ମା। ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀର ଜଣେ ଅଧିକାରୀ ସାର୍ଥକଙ୍କ ଘରକୁ ଆସି ଭିଡିଓ କଲ ଜରିଆରେ ଜାହାଜରେ ଥିବା ସାର୍ଥକ ରହିଥିବା କୋଠରି ର ଦୃଶ୍ୟ ଦେଖାଇଥିଲେ।
ସାର୍ଥକ ନିଖୋଜ ଘଟଣାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ସାର୍ଥକଙ୍କ ମା। ତେବେ କିଛି ଦିନ ମଧ୍ୟରେ ସିପ୍ ସିଙ୍ଗାପୁରରେ ପହଞ୍ଚିବ। ଜାହାଜ ପହଞ୍ଚିଲା ପରେ ସାର୍ଥକ ନିଖୋଜ ଘଟଣାର ଖୋଳତାଡ଼ ହେବ। ସେହି ସମୟରେ ଉପସ୍ଥିତ ରହିବାକୁ ପରିବାର ସଦସ୍ୟଙ୍କୁ ନିବେଦନ କରିଛି ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/02/06/sarthak-missing-2026-02-06-20-54-33.png)