କନକ ବ୍ୟୁରୋ : ଓଡ଼ିଆ ମେରାଇନ ଇଞ୍ଜିନିୟର ନିଖୋଜ ଘଟଣାରେ ଉଦ୍ଧାର ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । ବନ୍ଦର, ସିପିଂ ଓ ଜଳପଥ ସଚିବଙ୍କୁ ଚିଠି ଲେଖିଲେ ପ୍ରିନ୍ସିପାଲ୍ ରେସିଡେନ୍ସ କମିଶନର । ଭୁବନେଶ୍ବରର ସାର୍ଥକ ମହାପାତ୍ର ଗତ ୬ମାସ ତଳେ ମୁମ୍ବାଇ ସ୍ଥିତ ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଂ ନାମକ ସଂସ୍ଥାରେ ଯୋଗ ଦେଇଥିଲେ । ଗତ ସପ୍ତାହରେ ସେ ଘାନାରୁ ସିଙ୍ଗାପୁର ବାହାରିଥିବା ଏକ ଜାହାଜରେ ବସିଥିଲେ ।
ଅଧିକ ପଢନ୍ତୁ : ଶିକ୍ଷକ ବଦଳିକୁ ନେଇ ସାଂସଦ-ବିଧାୟକଙ୍କ କ୍ଷମତା ପ୍ରସଙ୍ଗ, ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ
୪ ଦିନ ତଳେ ପରିବାର ଲୋକଙ୍କ ସହ କଥା ବି ହୋଇଥିଲେ । କିନ୍ତୁ ଗତ ୨ ଦିନ ହେବ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁ ନାହିଁ । ସାର୍ଥକଙ୍କ ପରିବାର ମୁମ୍ବାଇ ସ୍ଥିତ କମ୍ପାନି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନି କମ୍ପାନି । ସାର୍ଥକଙ୍କ ପରିବାର ମୁମ୍ବାଇ ସ୍ଥିତ ଆଙ୍ଗଲୋ ଇଣ୍ଡିଆ କାର୍ଯ୍ୟାଳୟରେ ପଚରାଉଚୁରା କରିଥିବାବେଳେ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ପୁଅ ସମ୍ପର୍କରେ କୌଣସି ସୂଚନା ନମିଳିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନେଇ ଏନେଇ ଅଭିଯୋଗ ଜଣାଇଛନ୍ତି ସାର୍ଥକଙ୍କ ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/06/missing-case-2026-02-06-11-10-10.jpg)