କେବେ ବଦଳିବ ସ୍ବାଭିମାନ ଅଞ୍ଚଳର ଅବସ୍ଥା : ନାଳ ଉପରେ ନିର୍ମାଣ ହୋଇପାରୁନି ସ୍ଥାୟୀ ପୋଲ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାଳିଆଝୋଲା ଗାଁକୁ ପ୍ରତିବନ୍ଧକ ସାଜିଛି ତଇଲିବାଡ଼ି ନଦୀ ।  ବ୍ରିଜ୍‌ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକ ।

KATHAPOLA

Photograph: (KANAKNEWS)

କନକବ୍ୟୁରୋ :  କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାଳିଆଝୋଲା ଗାଁକୁ ପ୍ରତିବନ୍ଧକ ସାଜିଛି ତଇଲିବାଡ଼ି ନଦୀ ।  ବ୍ରିଜ୍‌ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକ ।  ନଦୀରେ ପଶି ଯିବାକୁ ପଡ଼ୁଛି ।  ପଞ୍ଚାୟତକୁ କୌଣସି କାମ ପାଇଁ ଯିବାକୁ ହେଲେ ମାଇଲ ମାଇଲ ବାଟ ଯିବାକୁ ପଡ଼ୁଛି ।  ବ୍ରିଜ୍‌ଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବା ଅଭିଯୋଗ ଆସିଛି ।

ଅଧିକ ପଢନ୍ତୁ.. JHARSUGUDA POLITICS : ଝାରସୁଗୁଡ଼ାରେ ତେଜିଲା ପୋଲ ରାଜନୀତି : ବ୍ରିଜ୍‌ ନିର୍ମାଣକୁ ନେଇ ବିଜେଡି-ବିଜେପି କଥା କଟାକଟି

ଲକ୍ଷ୍ମୀପୁର ବ୍ଲକ ତୁନପାର ପଞ୍ଚାୟତର କାଳିଆଝୋଲା ଗାଁ  ।   ୬ ଶହରୁ ଅଧିକ ଲୋକ ବସବାସ କରୁଥିବା   ଏହି ଗାଁର ଲୋକଙ୍କ ପାଇଁ ଗମନାଗମନ ଏକ ପ୍ରମୁଖ ସମସ୍ୟା । ଗାଁ ନିକଟରେ ବହିଯାଇଥିବା ତଇଲିବାଡ଼ି ନଦୀ ଉପରେ ବ୍ରିଜ୍‌ଟିଏ ନାହିଁ  ।   ଚାଉଳ, ଭତ୍ତା ଟଙ୍କା ନିମନ୍ତେ ପଞ୍ଚାୟତକୁ ଯିବାକୁ ୮ କିମି ପରିବର୍ତ୍ତେ ୩୫ କିଲୋମିଟର ବୁଲିକି ଯିବାକୁ ପଡ଼ୁଛି ।  ଜରୁରୀକାଳୀନ ସମୟରେ ରୋଗୀଙ୍କୁ ଭାର କରି ନଦୀରେ ପଶି ନେଉଛନ୍ତି । ଏନେଇ ପ୍ରଶାସନକୁ ଅବଗତ କରିଲା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।   

ଅଧିକ ପଢନ୍ତୁ ... ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼,  ନୟାଗଡ଼ ଟାଉନ ଥାନା ସୋଲପଟା ଗାଁରେ ଆତଙ୍କ

କିଛି ବର୍ଷ ତଳେ ସରକାରଙ୍କ ତରଫରୁ କାଳିଆଝୋଲାରେ ରାସ୍ତା ନିର୍ମାଣ କରାଯାଇଥିଲା ।  ମାତ୍ର ବ୍ରିଜ୍‌ ପାଇଁ ଅନୁଦାନ ଆସିନଥିବା କହି କେବଳ ରାସ୍ତା କରି ଛାଡ଼ିଦେଲା ଠିକାଦାର ।  ରାସ୍ତାର ଅବସ୍ଥା ବି କିଛି ଭଲ ନାହିଁ । ସବୁଆଡ଼େ ଖାଲଖମା ।  ବିଜେଡି ସରକାର ୨୪ ବର୍ଷରେ ଏଭଳି ବିକାଶ କଲେ, ଏବେର ଡବଲ୍‌ ଇଞ୍ଜିନ୍‌ ସରକାର ବି ଅନୁରୂପ ।

ଅଧିକ ପଢନ୍ତୁ... ଗୋବର ବିକି ମାଲାମାଲ୍ : ବିଦେଶୀ ମାର୍କେଟରେ ୪୦୦ କୋଟିର ବେପାର ଦେଉଛି ଗୋବର

ଯଦି ଚଳିତ ବର୍ଷ ବ୍ରିଜ୍‌ ନିର୍ମାଣ ପାଇଁ ଅନୁମୋଦନ ନମିଳେ ତେବେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ । କାଳିଆଝୋଲା ଗାଁକୁ କେବେ ବ୍ରିଜ ଖଣ୍ଡିଏ ନିର୍ମାଣ ପାଇଁ ପ୍ରଶାସନ ତତ୍ପରତା ଦେଖାଇବ? ତାକୁ ଚାତକ ଭଳି ଚାହିଁ ବସିଛନ୍ତି ଲୋକେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe