କନକ ବ୍ୟୁରୋ: ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼ । ୩ ଗ୍ରାମବାସୀ ଆହତ, ମେଡିକାଲରେ ଭର୍ତ୍ତି । ନୟାଗଡ଼ ଟାଉନ ଥାନା ସୋଲପଟା ଗାଁରେ ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ୨ଟି ମୋଟର ସାଇକେଲ୍ରେ ଆସି ଡକାୟତି ଉଦ୍ୟମ କରିଥିଲେ ୪ ଦୁର୍ବୃତ୍ତ ।
ଲୁଟ୍ ଉଦ୍ଦେସ୍ୟରେ ଭାଟସାହି ଗାଁ ଭିତରକୁ ପଶିଥିଲେ। ଗାଁ ଲୋକଙ୍କୁ ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇ ପ୍ରଶ୍ନ କରଥିଲେ । ପରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲା କଥ। ଖସିବା ପାଇଁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ । ଏଥିରେ ୩ ଗ୍ରାମବାସୀ ଆହତ ହୋଇଛନ୍ତି । ତେବେ ଜଣେ ଦୁର୍ବୃତ୍ତକୁ କାନୁ କରି ପୁଲିସକୁ ଜିମା ଦେଇଥନ୍ତି ଗ୍ରାମବାସୀ । ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ଦିଲ୍ଲୀ ବିସ୍ଫୋରଣ, ହାଇଆଲର୍ଟରେ ଭୁବନେଶ୍ବର, କଟକ, ପୁରୀ
ସେପଟେ ଚାନ୍ଦବାଲି ଥାନା ପରିସରରେ ନାବାଳକକୁ ଥାର୍ଡ଼ ଡିଗ୍ରୀ । ମୋବାଇଲ ଚୋରି ଅଭିଯୋଗରେ ପୋଲିସର ଦବଙ୍ଗଗିରି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଛନ୍ତି ନାବାଳକଙ୍କ ବାପା ମା । ଘଟଣାରେ ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଭଦ୍ରକ ଅତିରିକ୍ତ ଏସ ପି. ସମ୍ବିତ କୁମାର ମାଝୀଙ୍କୁ ପୀରହାଟ ଥାନାରେ ତଦନ୍ତ କରିଛନ୍ତି । ପୀଡିତ ନା ବାଳକକୁ ଥାନାରେ ପଚରା ଉଚରା କରି ସେଦିନର ପୋଲିସ କେମିତି ନିର୍ଯାତନା ଦେଇଥିଲା ସେ ସମ୍ପର୍କରେ ବୁଝିଥିଲେ। ନା ବାଳକର କହିବା ମୁତାବକ ସିସିଟିଭି ଦେଖି ସତ୍ୟତା ପରଖିଥିଲେ ।
ନାବାଳିକାକୁ ମାରିଲା କିଏ? ୩୬ ଘଣ୍ଟା ପରେ ବି ପୁଲିସ ହାତ ଖାଲି
ଏକ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଛନ୍ତି । ମୋବାଇଲ ସମ୍ପର୍କରେ କିଛି ଜାଣି ନଥିବା କଥା ପୁଲିସ ଆଗରେ ନା ବାଳକ କହିଥିଲା ମାତ୍ର ଥାନାରେ ଏଏସଆଇ ଏବଂ ଅନ୍ୟଜଣେ ପୁଲିସ ଗାଡି ଡ୍ରାଇଭର ତାଙ୍କୁ ଥାନାରେ ସାର୍ଟ କାଢ଼ି ନିର୍ଯ୍ୟାତନା ଦେବା ସହିତ ତଣ୍ଟିଆ ମାରି ଥାନା ବାହାରକୁ ନେଇ ଆସି ସିସିଟିଭି ପରିସର ଭୁକ୍ତ ନ ଥିବା ସ୍ଥାନରେ ମାଡ଼ ମାରିଥିଲେ । ଏବଂ ମାଡ଼ ଘଟଣା କାହାକୁ ନ କହିବା ପାଇଁ ବିରିୟାନୀ ପାଇଁ ଦୁଇଶହ ଟଙ୍କା ଯାଚିଥିଲେ । ହେଲେ ପରଦିନ ନାବାଳକ ଛାତିରେ ଯନ୍ତ୍ରଣା ହେବା ସହିତ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ । ହେଲେ ପୁଲିସ ଘଟଣାକୁ ଅତି ହାଲୁକା ଭାବରେ ନେଇଥିବା ବେଳେ ପୀଡିତ ନା ବାଳକଙ୍କ ମା ଏବଂ ବାପା ନ୍ୟାୟ ଭିକ୍ଷା କରିଛନ୍ତି । ତାଙ୍କୁ ଉଚିତ ନ୍ୟାୟ ନ ମିଳିଲେ ଆତ୍ମହୁତି ଦେବେ ଵୋଲି ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/12/loot-2025-11-12-10-41-46.jpg)