ଧନୁଯାତ୍ରା ଆସିଲେ ମନେପଡ଼ନ୍ତି ରୂପକାର ଦେବାନନ୍ଦ ସାହୁ

Advertisment

ମଞ୍ଚ ଉପରେ କଂସ, ମହମନ୍ତ୍ରୀ, ସେନାପତି, ଚାଣ୍ଡୁର, ମୁଷ୍ଟିକ ଓ ଅନ୍ୟ କଳାକାର ନିଜର ପରାକାଷ୍ଠା ଦେଖାଇଥାନ୍ତି। ଏହି କାଳକାର ମାନଙ୍କୁ ରୂପସଜ୍ଜା ଦେଇ ଅସାଧାରଣ ବ୍ୟକ୍ତିତ୍ବ ସ୍ୱଷ୍ଟି କରୁଥିବା  ମଣିଷଟି ହେଉଛି ରୂପକାର ଦେବାନନ୍ଦ ସାହୁ । ଯାହାଙ୍କ ହାତ ଯାଦୁଗରିରେ ଜଣେ ସାଧାରଣରୁ ଅସାଧାରଣ ପାଲଟିଯାଏ । ବେଶଭୂଷାରେ ସାଜିଯାଏ ମହାନାୟକ

ମଞ୍ଚ ଉପରେ କଂସ, ମହମନ୍ତ୍ରୀ, ସେନାପତି, ଚାଣ୍ଡୁର, ମୁଷ୍ଟିକ ଓ ଅନ୍ୟ କଳାକାର ନିଜର ପରାକାଷ୍ଠା ଦେଖାଇଥାନ୍ତି। ଏହି କାଳକାର ମାନଙ୍କୁ ରୂପସଜ୍ଜା ଦେଇ ଅସାଧାରଣ ବ୍ୟକ୍ତିତ୍ବ ସ୍ୱଷ୍ଟି କରୁଥିବା  ମଣିଷଟି ହେଉଛି ରୂପକାର ଦେବାନନ୍ଦ ସାହୁ । ଯାହାଙ୍କ ହାତ ଯାଦୁଗରିରେ ଜଣେ ସାଧାରଣରୁ ଅସାଧାରଣ ପାଲଟିଯାଏ । ବେଶଭୂଷାରେ ସାଜିଯାଏ ମହାନାୟକ

Dhanujatra

Dhanujatra Photograph: (kanak news)

କନକ ବ୍ୟୁରୋ : ଧନୁଯାତ୍ରା କହିଲେ ଆଖି ଆଗରେ ନାଚି ଉଠେ କଂସର ଆସୁରିକ ରୂପ ସହ ଚାଣ୍ଡୁର ମୁଷ୍ଟିକ ଓ ଅନ୍ୟ କଳାକାରଙ୍କ ରୂପ  । ମଞ୍ଚ ଉପରେ କଂସ, ମହମନ୍ତ୍ରୀ, ସେନାପତି, ଚାଣ୍ଡୁର, ମୁଷ୍ଟିକ ଓ ଅନ୍ୟ କଳାକାର ନିଜର ପରାକାଷ୍ଠା ଦେଖାଇଥାନ୍ତି। ଏହି କାଳକାର ମାନଙ୍କୁ ରୂପସଜ୍ଜା ଦେଇ ଅସାଧାରଣ ବ୍ୟକ୍ତିତ୍ବ ସ୍ୱଷ୍ଟି କରୁଥିବା  ମଣିଷଟି ହେଉଛି ରୂପକାର ଦେବାନନ୍ଦ ସାହୁ । ଯାହାଙ୍କ ହାତ ଯାଦୁଗରିରେ ଜଣେ ସାଧାରଣରୁ ଅସାଧାରଣ ପାଲଟିଯାଏ । ବେଶଭୂଷାରେ ସାଜିଯାଏ ମହାନାୟକ । ଏହି ପରଦା ପଛର ନାୟକ ହେଉଛନ୍ତି ଦେବାନନ୍ଦ ସାହୁ । 

ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ରୂପକାର । କଳାକାରଙ୍କ ମୁହଁରେ ରଙ୍ଗ ବୋଳି, ରାଜକୀୟ ପୋଷାକ ପିନ୍ଧାଇ ଚରିତ୍ର ସହ ରୂପରେଖ ଦେଇଥାନ୍ତି ଦେବାନନ୍ଦ । ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୭୦ ବର୍ଷରୁ ଅଧିକ ହେବ ଦେବାନନ୍ଦଙ୍କ ପରିବାର ପିଢ଼ି ଧରି ଏହି ରୂପକାର କାର୍ଯ୍ୟ କରିଆସୁଛନ୍ତି । ସର୍ବ ପ୍ରଥମେ ତାଙ୍କ ଅଜା ବିପିନ ବିହାରୀ ସାହୁ, ପରେ ବାପା ଘାସିରାମ ସାହୁ, ଏବେ ଦେବାନନ୍ଦ ଏହି ଦାୟିତ୍ବ ତୁଲାଉଛନ୍ତି ।

ଅଧିକ ପଢ଼ନ୍ତୁ--ଡିସେମ୍ବର ୨୪ ରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, କଳାକାରଙ୍କ ଅଭ୍ୟାସରେ କମ୍ପିଲାଣି ଆଖଡ଼ାଶାଳ

ଧନୁଯାତ୍ରାରେ କଳାକାର ପିନ୍ଧୁଥିବା ସମସ୍ତ ପୋଷାକ, ମୁକୁଟ ନିଜେ ହାତରେ ତିଆରି କରନ୍ତି ଦେବାନନ୍ଦ । ଏଣୁ ଯାତ୍ରାର ଦୁଇ ମାସ ପୂର୍ବରୁ ପ୍ରସ୍ତୁତିରେ ଲାଗିପଡ଼ନ୍ତି । ପୋଷାକ ଦେହରେ ବିଭିନ୍ନ ଡିଜାଇନର ମୋତି, ଚୁମ୍‌କି ଗୁନ୍ଥି ତିଆରି କରନ୍ତି ରାଜକୀୟ ପୋଷାକ  । ଏଥିରେ ତାଙ୍କୁ ସାହାଯ୍ୟ କରନ୍ତି ପରିବାର ଲୋକ । ବରଗଡ଼ ସହରର ଗଙ୍ଗାଧର ନଗର ଠାରେ ଦେବାନନ୍ଦଙ୍କର ଝଙ୍କାର ଚିତ୍ରାଳୟ ନାମକ ଏକ ସାଜସଜ୍ଜା ଦୋକାନ ରହିଛି । କେବଳ ଧନୁଯାତ୍ରା ନୁହେଁ, ବିଭିନ୍ନ ନାଟ୍ୟ ସଂସ୍ଥା ଗଣ ଆସି ଦେବାନନ୍ଦଙ୍କ ପରିବାରର ସାହାଯ୍ୟ ନେଇଥାନ୍ତି । ନିଜ କୌଳିକ ବୃତ୍ତି ହୋଇଥିବାରୁ ଦେବାନନ୍ଦ ତାଙ୍କ ପୁଅ ମାନଙ୍କୁ ମଧ୍ୟ ଏହି ଶିକ୍ଷା ଦେଉଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe