କନକ ବ୍ୟୁରୋ : ବରଗଡ଼ ଧନୁଯାତ୍ରାକୁ ଆହୁରି ଭବ୍ୟ କରିବା ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଧନୁଯାତ୍ରା ପାଇଁ ଅନୁଦାନ ରାଶି ବଢାଇଛନ୍ତି ରାଜ୍ୟ ସରକାର । ୧ କୋଟିରୁ ମଧ୍ୟ ଅଧିକ ଟଙ୍କା ଅନୁଦାନ ଦେବାକୁ ନିଷ୍ପତ୍ତି ହୋଇଛି । ୨ଶହ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ମିଳିବା ନେଇ ନିଷ୍ପତ୍ତି ହୋଇଛି । ଯାହାକୁ ସ୍ବାଗତ କରିଛନ୍ତି ଧନୁଯାତ୍ରା କମିଟି ଓ ବରଗଡ଼ ବାସୀ ।
ଡିସେମ୍ବର ୨୪ରୁ ଜାନୁୟାରୀ ୩ ଯାଏଁ ଦୁଲିକିବ ଦୁଲୁକିବ ମଞ୍ଚ ଓ ରାଜ ଦରବାର । ବରଗଡ଼ ସହର ପାଲଟିବ ମଥୁରା ନଗରୀ, ଅମ୍ବାପାଲି ହୋଇଯିବ ଗୋପପୁର । ଚାଲିବ କଂସଙ୍କ ରାଜୁତି, ଏହି ଯାତ୍ରାକୁ ଆହୁରି ଭବ୍ୟ କରିବା ପାଇଁ ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା । ବଢ଼ାଇଛନ୍ତି ଧନୁଯାତ୍ରା ପାଇଁ ଅନୁଦାନ ରାଶି । ପୂର୍ବରୁ ଏହା ୧୦ ଲକ୍ଷ ଥିବା ବେଳେ ଗତ ବର୍ଷ ୧ କୋଟିକୁ ବୃଦ୍ଧି କରାଯାଇଥିଲା । ଏବେ କୋଟିଏରୁ ଅଧିକ ଟଙ୍କା ମିଳିବ ଅନୁଦାନ । ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରେ ଏଲ୍ଇଡି ପରଦାରେ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ । ଯାହାଦ୍ବାରା ଧନୁଯାତ୍ରାର କଳାକାରଙ୍କୁ ମଧ୍ୟ ସମସ୍ତେ ଜାଣିପାରିବେ ।
ଅଧିକ ପଢ଼ନ୍ତୁ--ଡିସେମ୍ବର ୨୪ ରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, କଳାକାରଙ୍କ ଅଭ୍ୟାସରେ କମ୍ପିଲାଣି ଆଖଡ଼ାଶାଳ
ସେହିପରି ବିଗତ ଦିନରେ କଳାକାରଙ୍କୁ ପ୍ରୋତ୍ସାହନ ରାଶି ମିଳୁନଥିଲା । ଗତ ବର୍ଷ ଠାରୁ ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା ହୋଇଥିଲା । ହେଲେ ଚଳିତ ବର୍ଷ ପ୍ରମୁଖ ୨୦୦ ଜଣ କଳାକାରଙ୍କୁ ମିଳିବ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି । ଯାହାକୁ ନେଇ କଳାକାରଙ୍କ ମହଲରେ ଖେଳିଯାଇଛି ଖୁସିର ଲହରୀ । ୭୮ ତମ ବରଗଡ଼ ଧନୁଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଏହି ଐତିହାସିକ ଘୋଷଣା ଧନୁଯାତ୍ରାକୁ ଆହୁରି ଭବ୍ୟ କରିବ । ଆମ ସଂସ୍କୃତି, ଐତିହ୍ୟ, ପରମ୍ପରା ବିଶ୍ବବିଦିତ ହେବ । ଯାହାକୁ ନେଇ ଉତ୍ସାହିତ ବରଗଡ଼ବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/11/dhanujatra-2025-12-11-18-08-16.jpg)